ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ…

ମୁମ୍ବାଇ,୨୦।୨ : ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ। ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହର ୫ବର୍ଷ ପରେ ଦୀପିକା ଏବଂ ରଣବୀର ସିଂଙ୍କ ଘର ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅଛି ଅଭିନେତ୍ରୀଙ୍କ ଗର୍ଭର ଦ୍ୱିତୀୟ ମାସ ଚାଲିଛି ଏବଂ ଖୁବ ଶୀଘ୍ର ସେ ମା‘ ହେବେ । ଏହା ହେଲେ ୫ ବର୍ଷ ପରେ ଦୀପବୀରଙ୍କ ଘରେ ନୂଆ ଅତିଥିଙ୍କ କୁଆଁ କୁଆଁ ରାବ ଶୁଭିବ।

ଦ ଓ୍ବିକର ରିପୋର୍ଟ ଅନୁଯାୟୀ, ଦୀପିକା ଏବଂ ରଣବୀର ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ବୋଲି ଦାବି କରାଯାଉଛି। ଏହି ସୂଚନା ଦମ୍ପତିଙ୍କ ନିକଟ ସୂତ୍ର ଦ୍ୱାରା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଦୀପିକା ଏବଂ ରଣବୀର ନିଜେ ଏହି ଭଲ ଖବରକୁ ସେମାନଙ୍କ ସହ ଶେୟାର କରିଛନ୍ତି ସେମାନେ ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ବାଗତ କରିବେ।

ବାସ୍ତବରେ, ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ ବିଏଏଫଟିଏ ପୁରସ୍କାର ଶୋ’ରେ ଅଭିନେତ୍ରୀଙ୍କ ବେବି ବମ୍ପ ଦୃଶ୍ୟମାନ ହେଉଥିଲା।

ବର୍ତ୍ତମାନ ଗର୍ଭବତୀ ଖବରକୁ ନେଇ ଦୀପିକା ଏବଂ ରଣବୀରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପ୍ରଶଂସକମାନେ ଏହି ଭଲ ଖବର ଉଭୟଙ୍କଠାରୁ ଶୁଣିବାକୁ ବେଶ୍‌ ଆଗ୍ରହୀ । ବର୍ତ୍ତମାନ କେବଳ ସମୟ କହିବ ଏହି ଖବରରେ କେତେ ସତ୍ୟତା ଅଛି ।

ସୂଚନାଯୋଗ୍ୟ ଦୀପିକା ଏବଂ ରଣବୀର ୨୦୧୮ ରେ ବିବାହ କରିଥିଲେ। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ କହିଥିଲେ ଯେ ଆମେ କେବେ ନିଜ ପରିବାର ଆରମ୍ଭ କରିବୁ ତାହା ଅପେକ୍ଷା କରିଛୁ। ବର୍ତ୍ତମାନ, ଅଭିନେତ୍ରୀ ମା ହେବାର ଖବର ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ। ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ’ଫାଇଟର୍‌’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ସହ ଳ୍‌‘କଳ୍କି ୨୮୯୮ ଏଡି’ ରେ ଦେଖିବାକୁ ମିଳିବ।

 

 

https://www.instagram.com/p/CzoGbi4oJJh/?utm_source=ig_embed&ig_rid=22e86f1e-3872-4d7c-9d7c-83ccc2d0a064

 


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri