ଆଜି ଦୀପିକା-ଦିନେଶ ବିବାଦର ଶୁଣାଣି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟ ମହିଳା କମିଶନଙ୍କ ନିକଟରେ ବ୍ରହ୍ମପୁରର କେ. ଦୀପିକା ଗୁରୁବାର ହାଜର ହୋଇଛନ୍ତି। ନିଜକୁ ସ୍ତ୍ରୀ ଓ ତାଙ୍କ ସନ୍ତାନକୁ ପରିଚୟ ମାନ୍ୟତା ଦାବିରେ ଦୀର୍ଘ ୭୨ଦିନ ଧରି ସେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ। ହେଲେ କୌଣସି ସମାଧାନ ବାହାରି ପାରିନାହିଁ। ତେଣୁ ସମସ୍ୟାର ସମାଧାନ ଲାଗି ଦୀପିକା ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ଆଗୁଆ ହାଜର ହୋଇ ନ୍ୟାୟ ପାଇଁ ଗୁହାରି ଜଣାଇଛନ୍ତି। ତେବେ ଶୁକ୍ରବାର ତାଙ୍କ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏନେଇ ଦୀପିକା ଗଣମାଧ୍ୟମ ଆଗରେ କହିଛନ୍ତି, ଶାଶୁ ଶ୍ୱଶୁରଙ୍କୁ ମୁଁ ବାଧ୍ୟ କରୁନି ଯେ ମୋତେ ଘରକୁ ନିଅନ୍ତୁ। ମୁଁ କେବଳ ମୋ ସ୍ବାମୀ’ଙ୍କୁ ମୋ’ ଅଧିକାର ମାଗୁଛି। ହେଲେ ଦିନେଶକୁ ମୋ’ ସହ ମିଶାଇବାକୁ ଶାଶୁଘର ଲୋକେ ଦେଲେନାହିଁ। ନ୍ୟାୟ ପାଇବା ପାଇଁ ତାଙ୍କ ଘର ଦୁଆରେ ଧାରଣା ଦେଇଛି। ତଥାପି ସେମାନେ ମୋତେ ହଇରାଣ ହରକତ କରୁଛନ୍ତି ବୋଲି ଦୀପିକା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପ୍ରମିଳା କହିଛନ୍ତି ମହିଳା କମିଶନଙ୍କ ଉପରେ ବିଶ୍ୱାସ ରହିଛି। ତେବେ ଦିନେଶ ଆସିଲେ ଯାହା ସମାଧାନ ହୋଇପାରିବ।
ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିର କେ. ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକା ପାଲଟିଥିଲା। ଦୁହିଁଙ୍କ ସମସ୍ୟା ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ। ତେଣୁ ସ୍ତ୍ରୀର ମାନ୍ୟତା ଓ ନିଜ ୧୯ ମାସ ଛୁଆର ପରିଚୟ ଦାବିରେ ସେ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିବା ସହ ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ କମିଶନଙ୍କ ପକ୍ଷରୁ ଉଭୟ ଦୀପିକା ଓ ଦିନେଶଙ୍କ ପରିବାରଙ୍କୁ ନୋଟିସ କରାଯାଇଥିଲା। ନୋଟିସ ପାଇ ସେପ୍ଟେମ୍ବର ୧୯ରେ ଦୀପିକା ପରିବାରବର୍ଗଙ୍କ ସହ ସ୍ବେଚ୍ଛାସେବୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିଲେ ମଧ୍ୟ ଦିନେଶ ଆସି ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ ହୋଇପାରି ନ ଥିଲା। ତେଣୁ ଥାନା ମାଧ୍ୟମରେ ଦିନେଶଙ୍କ ପାଖକୁ ପୁଣି ଥରେ ନୋଟିସ କରାଯିବା ସହ ବ୍ରହ୍ମପୁର ଏସ୍‌ପିଙ୍କ ଜରିଆରେ ମଧ୍ୟ ହାଜର ହେବା ପାଇଁ ନୋଟିସ ଜାରି କରାଯାଇ ଅକ୍ଡୋବର ୧୪ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri