ସୋସିଆଲ ମିଡିଆରେ ଚହଳ ପକାଇଲେ ଦୀପିକା: ଏହି ରିଲ୍ସର ଭ୍ୟୁୟର୍ସ ବିଶ୍ୱରେ ସର୍ବାଧିକ

ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବଲିଉଡ୍‌ରେ ପ୍ରାୟ ୨ ଦଶନ୍ଧି ଧରି ଅନେକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ଯୋଗୁ ଦର୍ଶକଙ୍କର ଢେର ପ୍ରଶଂସା ସାଉଣ୍ଟିଛନ୍ତି। କିଛିଦିନ ତଳେ ପ୍ରସିଦ୍ଧ ହଲିଉଡ୍‌ ଓ୍ବାକ୍‌ ଅଫ୍‌ ଫେମ୍‌ରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ତାଙ୍କୁ ‘ଷ୍ଟାର’ ସମ୍ମାନ ମିଳିଥିଲା। ଏବେ ତାଙ୍କ ସହ ଆଉ ଏକ ସଫଳତା ଯୋ଼ଡି ହୋଇଛି। ଦୀପିକାଙ୍କର ଏକ ଇନ୍‌ଷ୍ଟାଗ୍ରାମ ରିଲ୍ସ ୧.୯ ବିଲିୟନ ଭିଉଜ୍‌ ଅତିକ୍ରମ କରିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ଦୀପିକାଙ୍କ ଏହି ଭିଡିଓ ସାରା ବିଶ୍ୱରେ ସର୍ବାଧିକ ଦେଖାଯାଇଥିବା ରିଲ୍ସ ଭାବେ ପରିଣତ ହୋଇଛି।
ଦୀପିକା ସାଧାରଣତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ବହୁ ସକ୍ରିୟ ରହିଥାନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୮୦ ମିଲିୟନ ଫଲୋଅର୍ସ ରହିଛନ୍ତି। ସେ ପ୍ରାୟତଃ ଇନ୍‌ଷ୍ଟାଗ୍ରାମରେ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ବିଭିନ୍ନ ଝଲକକୁ ଶେୟାର କରିଥାନ୍ତି। ପରିବାର ଲୋକଙ୍କ ସହ ବିଭିନ୍ନ ଫଟୋ ହେଉ ଅବା ଫିଲ୍ମ ଶୁଟିଂ ସେଟ୍‌ର ଝଲକ, ଦୀପିକାଙ୍କ ବିଭିନ୍ନ ପୋଷ୍ଟକୁ ଇନ୍‌ଷ୍ଟାଗ୍ରାମରେ ୟୁଜର୍ସ ବେଶ୍‌ ପସନ୍ଦ କରିଥାନ୍ତି। ସେହିପରି ବିଭିନ୍ନ ଫଟୋଶୁଟ୍‌ ସହ ସେ ପ୍ରମୋଟ କରୁଥିବା ବିଭିନ୍ନ ବ୍ରାଣ୍ଡ୍‌ର ଅପଡେଟଗୁଡ଼ିକୁ ମଧ୍ୟ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ସମ୍ପ୍ରତି ସେ ଅନେକ ଅନ୍ତର୍ଜାତୀୟ କମ୍ପାନୀର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି। ତେଣୁ ନିଜ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସେ ଉକ୍ତ ବ୍ରାଣ୍ଡଗୁଡ଼ିକୁ ପ୍ରମୋଟ କରିଥାନ୍ତି। ଦୀପିକା ଗ୍ଲୋବାଲ ହସ୍ପିଟାଲିଟି କମ୍ପାନୀ ‘ହିଲ୍‌ଟନ’ର ବ୍ରାଣ୍ଡ ଆମ୍ବାସଡର ହୋଇଥିବାବେଳେ ଗତ ଜୁନ ୯ରେ ସେ କମ୍ପାନୀର ପ୍ରଚାର କରୁଥିବା ଏକ ରିଲ୍ସକୁ ଶେୟାର କରିଥିଲେ। ଉକ୍ତ ରିଲ୍ସରେ ଦୀପିକା ହିଲ୍‌ଟନର ‘ଇଟ ମ୍ୟାଟର୍ସ ହ୍ବେୟାର ୟୁ ଷ୍ଟେ’ ଅଭିଯାନ ଅନ୍ତର୍ଗତ କମ୍ପାନୀର ବିଭିନ୍ନ ହୋଟେଲରେ ଥିବା ଆରାମଦାୟକ ସୁବିଧା ସମ୍ପର୍କରେ ଅବଗତ କରାଉଥିଲେ। ସୋମବାର ସୁଦ୍ଧା ଏହି ରିଲ୍ସର ଭିଉଜ୍‌ ୧.୯ ବିଲିୟନ ଅତିକ୍ରମ କରିଥିବା ବେଳେ ୧ ମିଲିୟନ ୟୁଜର୍ସ ଉକ୍ତ ରିଲ୍ସକୁ ଲାଇକ କରିଛନ୍ତି। ପୂର୍ବରୁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମୋବାଇଲ ଗେମିଂ ପ୍ଲାଟ୍‌ଫମ ବ୍ୟାଟଲ ଗ୍ରାଉଣ୍ଡସ୍‌ ମୋବାଇଲ ଇଣ୍ଡିଆ (ବିଜିଏମ୍‌ଆଇ) ପାଇଁ କରିଥିବା ବିଜ୍ଞାପନ ରିଲ୍ସ ୧.୬ ବିଲିୟନ ଭିଉଜ୍‌ ପାଇଥିଲା। ଦୀପିକାଙ୍କ ହିଲଟନ୍‌ ପ୍ରମୋଶନ ରିଲ୍ସ ଉକ୍ତ ରେକର୍ଡକୁ ଭାଙ୍ଗିଛି। ପ୍ରକାଶ ଯେ, ସମ୍ପ୍ରତି ଦୀପିକା ଏଟଲିଙ୍କ ନିର୍ଦ୍ଦେଶିତ ‘ଏଏ୨୨*ଏ୬’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଉକ୍ତ ଫିଲ୍ମ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri