Posted inଖେଳ

ଉପଅଧିନାୟିକା ରହିଲେ ଦୀପ୍‌ଗ୍ରେସ୍‌

ନୂଆଦିଲ୍ଲୀ, ୫ା୭ (ପି.ଟି.): ୟୁରୋପ ଗସ୍ତ ପାଇଁ ୨୦ ଜଣିଆ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳ ପ୍ରଥମେ ଜର୍ମାନୀରେ ମ୍ୟାଚ୍‌ ଖେଳିବା ସହିତ ସ୍ପେନ୍‌ରେ ଏକ ଚତୁଃରାଷ୍ଟ୍ରୀୟ ଟି୨୦ ଟୁର୍ନାମେଣ୍ଟ ଖେଳିବ। ଉଭୟ ଇଭେଣ୍ଟ ହାଙ୍ଗଝୌ ଏସିଆନ୍‌ ଗେମ୍ସ ପାଇଁ ପ୍ରସ୍ତୁତି ଶିବିର ରହିବ। ଆସନ୍ତା ସେପ୍ଟେମ୍ବରରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ଦଳରେ ଗୋଲକିପର ସବିତା ପୁନିଆ ଅଧିନାୟିକା ରହିଥିବା ବେଳେ ଉପ ଅଧିନାୟିକା ପଦ ବଜାୟ ରଖିଛନ୍ତି ଓଡ଼ିଆ ଝିଅ ଦୀପ୍‌ଗ୍ରେସ୍‌ ଏକ୍କା। ଓଡ଼ିଶାର ଜ୍ୟୋତି ଛତ୍ରି ମଧ୍ୟ ଦଳର ଅନ୍ୟତମ ସଦସ୍ୟା ରହିଛନ୍ତି। ଜର୍ମାନୀରେ ଜୁଲାଇ ୧୬ରୁ ଭାରତୀୟ ଦଳ ୩ ମ୍ୟାଚର ଟେଷ୍ଟ ସିରିଜ୍‌ ଖେଳିବ। ପ୍ରଥମେ ଚାଇନା ବିପକ୍ଷରେ ଓ ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଜର୍ମାନୀ ବିପକ୍ଷରେ ଖେଳିବେ ଭାରତୀୟ ମହିଳା। ଏହାପରେ ଜୁଲାଇ ୨୫ରୁ ୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ସ୍ପେନ୍‌କୁ ନେଇ ଏକ ଚୁତଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ ଭାରତ। ସ୍ପାନିଶ ହକି ଫେଡେରେଶନର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ।
ଅଷ୍ଟ୍ରେଲିଆ ଗସ୍ତରୁ ବିଶ୍ରାମ ପାଇଥିବା ଭେଟେରାନ ଡିଫେଣ୍ଡର ସୁଶୀଳା ଚାନୁ ପୁଖରାମବାମ ଓ ଫରଓ୍ବାର୍ଡ ଦୀପିକା ଦଳକୁ ଫେରିଛନ୍ତି। ସେହିପରି ଜାତୀୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ପରେ ମିଡ୍‌ଫିଲ୍ଡର ବୈଷ୍ଣବୀ ବିଠଲ ଫାଲକେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଦଳ ପାଇଁ ଏହି ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି, କୋଚ୍‌ ଜାନେକ୍‌ ଶପମାନ୍‌। ଶକ୍ତିଶାଳୀ ଦଳମାନଙ୍କ ବିପକ୍ଷରେ ଖେଳିବାର ଅଭିଜ୍ଞତା ଭାରତୀୟ ଦଳକୁ ମିଳିବ ବୋଲି ସେ କହିଛନ୍ତି।
ଭାରତୀୟ ଦଳ: ଗୋଲକିପର: ସବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ।
ଡିଫେଣ୍ଡର: ଦୀପ୍‌ଗ୍ରେସ୍‌ ଏକ୍କା(ଉପ ଅଧିନାୟିକା), ନିକ୍କି ପ୍ରଧାନ, ଇଶିକା ଚୌଧାରୀ, ଉଦିତା, ସୁଶୀଳା ଚାନୁ ପୁଖରାମବାମ।
ମିଡ୍‌ଫିଲ୍ଡର: ନିଶା, ମୋନିକା, ସଲିମା ଟେଟେ, ନେହା, ନବନୀତ କୌର, ସୋନିକା, ବଲଜିତ କୌର, ବୈଷ୍ଣବୀ ବିଠଲ ଫାଲ୍‌କେ, ଜ୍ୟୋତି ଛତ୍ରି।
ଫରଓ୍ବାର୍ଡ: ଲାଲରେମସିଆମି, ବନ୍ଦନା କଟାରିୟା, ସଙ୍ଗୀତା କୁମାରୀ, ଦୀପିକା।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri