Posted inଜାତୀୟ

ନିର୍ବାଚନକୁ ବିପଦ ଡିପ୍‌ଫେକ୍‌ ଭିଡିଓ, ଭଏସ୍‌ କ୍ଲୋନିଂ

ନୂଆଦିଲ୍ଲୀ,୨ା୪(ପି.ଟି.): ଲୋକ ସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥଳେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିପ୍‌ଫେକ୍‌ ପ୍ରଯୁକ୍ତିର ଦୁରୁପଯୋଗ ହେବା ନେଇ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ୭ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମିଥ୍ୟା ଖବର ଓ ଭୁଲ୍‌ ତଥ୍ୟ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବର୍ର୍ାଚନ କମିଶନ ମାନକ ସଞ୍ଚାଳନ ପ୍ରକ୍ରିୟା ଜାରି କରିଛନ୍ତି। ତେବେ ନିର୍ବାଚନ ପ୍ରଚାର ସମୟରେ ଡିପ୍‌ଫେକ୍‌ ଭିଡିଓ ଏବଂ ଭଏସ୍‌ କ୍ଲୋନିଂ ପ୍ରଯୁକ୍ତିର ବ୍ୟାପକ ଦୁରୁପଯୋଗ ହୋଇପାରେ ବୋଲି ଦିଲ୍ଲୀ ପୋଲିସ ସାଇବର କ୍ରାଇମ୍‌ ୟୁନିଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେଭଳି କଣ୍ଟେଣ୍ଟଗୁଡ଼ିକୁ ଠିକ୍‌ ସମୟରେ ଠାବ କରିବା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ ବିଶ୍ୱାସ କରୁଛନ୍ତି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରରେ ପ୍ରସ୍ତୁତ ହେଉଥିବା ଜାଲ୍‌ ଭିଡିଓ କଣ୍ଟେଣ୍ଟକୁ ସ୍ବତଃ ଚିହ୍ନଟ କରିବା ଓ ମୌଳିକ କଣ୍ଟେଣ୍ଟ ସହ ସେଥିରେ ଥିବା ପାର୍ଥକ୍ୟ ବାହାର କରିବା ପାଇଁ ସେଭଳି କୌଣସି ପ୍ରଯୁକ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ। ଏ ସମ୍ପର୍କରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଅବଗତ ହେବା ପୂର୍ବରୁ ସୋସିଆଲ ମିଡିଆରେ ତାହା ପ୍ରସାରିତ ହୋଇ ବହୁତ କ୍ଷତି କରିସାରିଥିବ ବୋଲି ଅଫିସର ଜଣକ କହିଛନ୍ତି। ଗତ ଜାନୁଆରୀରେ ଆମେରିକାରେ ଡେମୋକ୍ରାଟିକ୍‌ ପାର୍ଟିର ନ୍ୟୁହାମ୍ପସାୟାର ପ୍ରାଇମେରି ଚାଲିଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବରକୁ ନକଲ କରି ଏକ ରୋବୋକଲ୍‌ ହୋଇଥିଲା, ଯେଉଁଥିରେ ଭୋଟରମାନଙ୍କୁ ଅଂଶଗ୍ରହଣ ନ କରିବାକୁ ଭୁଲ୍‌ ପରାମର୍ଶ ଦିଆଯାଇଥିଲା। ଏହା ସାଧାରଣ ନିର୍ବାଚନରେ ସେମାନଙ୍କ ଯୋଗ୍ୟତାକୁ ପ୍ରଭାବିତ କରିବ ବୋଲି ଦର୍ଶାଯାଇଥିଲା। ସ୍ଲୋଭାକିଆରେ ଏକ ଏଆଇ ପ୍ରସ୍ତୁତ ଭଏସ୍‌ ଜଣେ ପ୍ରାର୍ଥୀଙ୍କ ସ୍ବରକୁ ନକଲ କରିଥିଲା, ଯେଉଁଥିରେ ପ୍ରାର୍ଥୀ ଜଣକ ମଦ ଦର ବଢ଼ାଇବା ଯୋଜନା ଏବଂ ନିର୍ବାଚନରେ ରିଗିଂ କରିବା ନେଇ ଆଲୋଚନା କରୁଥିଲେ। ଏହା ଫେସ୍‌ବୁକ୍‌ରେ ଜୋର୍‌ଦାର ପ୍ରସାରିତ ହୋଇଥିଲା। ଗତବର୍ଷ ଫେବୃଆରୀରେ ନାଇଜେରିଆ ନିର୍ବାଚନ ବେଳେ ରାଷ୍ଟ୍ରପତି ପ୍ରାର୍ଥୀ ବାଲଟ୍‌ ଜାଲିଆତି କରିବା ଯୋଜନା କରୁଥିବାର ମିଥ୍ୟା ଅଡିଓ କ୍ଲିପ୍‌ ପ୍ରସାରିତ ହୋଇଥିଲା। ବାଂଲାଦେଶ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତ୍ରୀ ରୁମିନ ଫାର୍‌ହାନା ବିକିନି ପିନ୍ଧିଥିବା ଏବଂ ନିପୁନ ରାୟ ସୁଇମିଂ ପୁଲ୍‌ରେ ଥିବାର ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏଆଇ ପ୍ରସ୍ତୁତ ମିଥ୍ୟା ସୂଚନାର ବ୍ୟାପକ ପ୍ରସାର ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଉପରେ ଥିବା ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିଦେଇପାରେ ବୋଲି ପୂର୍ବତନ ଆଇପିଏସ୍‌ ଅଫିସର ତଥା ସାଇବର ସିକ୍ୟୁରିଟି ବିଶେଷଜ୍ଞ ତ୍ରିବେଣୀ ସିଂ କହିଛନ୍ତି। ଏଥିପାଇଁ ସରକାର ସାଇବର ସୁରକ୍ଷା ବିଶେଷଜ୍ଞ, ପ୍ରଯୁକ୍ତି କମ୍ପାନୀ, ସିିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକ ସହ ପରାମର୍ଶ କରି ଏଆଇ ଉପକରଣଗୁଡ଼ିକର ମୂଲ୍ୟାୟନ ଏବଂ ଅନୁମୋଦନ ପାଇଁ ସ୍ବଚ୍ଛ ଓ ନିରପେକ୍ଷ ଗାଇଡ୍‌ଲାଇନ ଆଣିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।
ନିର୍ବାଚନ ବେଳେ ଏଆଇ ଦ୍ୱାରା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ ହେବାରୁ ତ୍ରିବେଣୀ କହିଥିଲେ, ଆପତ୍ତିଜନକ ଅନ୍‌ଲାଇନ କଣ୍ଟେଣ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାର ନୋଡାଲ ସଂସ୍ଥା ଭାବେ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଗଠନ କରିଛନ୍ତି। ଅନ୍‌ଲାଇନରେ ଦୁର୍ଭାବନାପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କରେ ଯେକୌଣସି ରାଜ୍ୟର ପୋଲିସଠାରୁ ସୂଚନା ପାଇବାମାତ୍ରେ ଆଇ୪ସି ଉକ୍ତ ସୋସିଆଲ ମିଡିଆ କମ୍ପାନୀ ପାଖରେ ପହଞ୍ଚତ୍ ତାହାକୁ ଡିଲିଟ୍‌ କରାଇଥାନ୍ତି। ଜାଲ୍‌ ଖବର କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ଚିହ୍ନଟ ଲାଗି ରାଜ୍ୟ ପୋଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ଅନ୍‌ଲାଇନ ପାଟ୍ରୋଲିଂ କରୁଛି। ଡିପ୍‌ଫେକ୍‌ ଏବଂ ଭଏସ୍‌ କ୍ଲୋନିଂକୁ ଚିହ୍ନଟ ଓ ସମୀକ୍ଷା କରିବା ପାଇଁ ସୁରକ୍ଷା ଏଜେନ୍ସି ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି। ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଉକ୍ତ ଟିମ୍‌ ୨୪ ଘଣ୍ଟା ଉପଲବ୍ଧ ହେବ। ଭୋଟରଙ୍କୁ ଡିପ୍‌ଫେକ୍‌ ଏବଂ ଭଏସ୍‌ କ୍ଲୋନିଂ ସମ୍ପର୍କରେ ସଚେତନ କରାଇବାକୁ ସଚେତନତା ଅଭିଯାନ ଲାଗି ସେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri