Posted inଜାତୀୟ

ଡିପ୍‌ଫେକ୍‌ ଆତଙ୍କ

ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଉଥିବାବେଳେ ଏହାର ଦୁରୁପଯୋଗ ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି ।
ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନାଙ୍କ ଲିଫ୍ଟ ଭିଡିଓ ହେଉ ଅଥବା ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଟାଓ୍ବେଲ ସିନ୍‌ ଅତ୍ୟାଧୁନିକ ଟେକ୍ନୋଲୋଜିର ନକାରାମତ୍କ ଦିଗକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ମୁମ୍ବାଇ/ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୮ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଏଥିରେ ସେ କଳାରଙ୍ଗର ବସ୍ତ୍ର ପରିଧାନ କରି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବା ମିଳୁଛି। ଯିଏ ଦେଖିଲେ ବି ଧୋକା ଖାଇଯିବେ। ଭାବିବେ ଏହା ସେହି ୨୧ ବର୍ଷୀୟା ‘ପୁଷ୍ପା’ଫେମ୍‌ ରଶ୍ମିକା। କିନ୍ତୁ ବାସ୍ତବରେ ସେ ରଶ୍ମିକା ନୁହନ୍ତି, ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଭିନ୍ନ ଜଣେ ଯୁବତୀ। ସମ୍ପାଦିତ ଭିଡିଓଟିକୁ ଦେଖିବା ପରେ ରଶ୍ମିକା ବିଚଳିତ ହୋଇଯାଇଥିବା ଏବଂ ତାହା ତାଙ୍କୁ କଷ୍ଟ ଦେଇଥିବା ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ସିନେ ଜଗତରେ ହଇଚଇ ସୃଷ୍ଟି କରିଛି। ରଶ୍ମିକାଙ୍କୁ ନେଇ ଭାଇରାଲ୍‌ ଭିଡିଓ ଉପରେ ତାଙ୍କ ‘ଗୁଡ୍‌ବାୟ’ ସହଅଭିନେତା ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ପ୍ରତିକ୍ରିୟା ରଖିଛନ୍ତି। ବିଗ୍‌ ବି ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେବଳ ଅଭିତାଭ ନୁହନ୍ତି, ବହୁ ଲୋକ ଏହାକୁ ଦେଖି ଆଚମ୍ବିତ ହୋଇଯାଇଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେମାନେ ମତ ରଖିଛନ୍ତି।
ନ୍ନିଡିଓରେ ଦେଖାଯାଉଥିବା ମହିଳା ହେଉଛନ୍ତି ବ୍ରିଟିଶ୍‌-ଭାରତୀୟ ଇନ୍‌ଫ୍ଲୁଏନ୍ସର ଜାରା ପଟେଲ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୪.୫ ଲକ୍ଷ ଅନୁଗାମୀ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନିଜ ବୋଲ୍ଡ କଣ୍ଟେଣ୍ଟ୍ସ ପାଇଁ ସେ ପରିଚିତ। ଜାରା ଉକ୍ତ ଭିଡିଓକୁ ଅକ୍ଟୋବର ୯ରେ ଅପ୍‌ଲୋଡ୍‌ କରିଥିଲେ। ଡିପ୍‌ଫେକ୍‌ ଭିଡିଓରେ ତାଙ୍କ ପରିବର୍ତ୍ତେ ରଶ୍ମିକାଙ୍କ ମୁହଁ କିପରି ଦେଖିବାକୁ ମିଳିଛି ସେ ଜାଣି ନ ଥିବା ଏବଂ ଏହି କାଣ୍ଡରେ ତାଙ୍କ ସମ୍ପୃକ୍ତି ନ ଥିବା ପ୍ରକାଶ କରିଛନ୍ତି। ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଜାରା କହିଛନ୍ତି, ଏହି ଘଟଣା ପରେ ସେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ନିଜ ଫଟୋ ଓ ଭିଡିଓ ପୋଷ୍ଟ କରିବା ସମୟରେ ମହିଳା ଓ ଝିଅମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ।
କେବଳ ରଶ୍ମିକା ନୁହନ୍ତି, ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଡିପ୍‌ଫେକ୍‌ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ‘ଟାଇଗର ୩’ର ଏକ ଭିଡିଓକୁ ଏଡିଟ୍‌ କରି ଭାଇରାଲ କରାଯାଇଛି। ଏଥିରେ କ୍ୟାଟ୍ରିନା ଟାଓ୍ବେଲ ପରିବର୍ତ୍ତେ ଏକ ଲୋ-କଟ୍‌ ହ୍ବାଇଟ୍‌ ଟପ୍‌ ଏବଂ ମ୍ୟାଚିଂ ବଟମ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରୟୋଗ ବଳରେ ଏପରି କରାଯାଇଥିବା କୁହାଯାଉଛି। ଏଆଇ ସହାୟତାରେ ଜଣେ ବ୍ୟକ୍ତିଙ୍କ ମୁହଁ ଓ ଅନ୍ୟ ଜଣଙ୍କ ଶରୀରକୁ ମିଶାଇ ବା ଏଭଳି ବିଭିନ୍ନ ପ୍ରକାର ହେରଫେର କରି ଭିଡିଓ ପ୍ରସ୍ତୁତ କରାଯାଇପାରେ। ସେଲିବ୍ରିଟିମାନଙ୍କ ଅଜାଣତରେ ସେମାନଙ୍କ ପର୍ନ (ଅଶ୍ଳୀଳ) ଫିଲ୍ମ ପ୍ରସ୍ତୁତି ବେଳେ ଏହି ଟେକ୍ନୋଲୋଜିର ସହାୟତା ନିଆଯାଇଥାଏ। ପୂର୍ବରୁ ଟମ୍‌ ହଂକ୍ସ ଓ କ୍ରିଷ୍ଟେନ୍‌ ବେଲ୍‌ଙ୍କ ଭଳି ସେଲିବ୍ରିଟି ଏହାର ଶିକାର ହୋଇସାରିଛନ୍ତି। ତେବେ ଏଆଇ ଟୁଲ୍‌ ଉପଯୋଗରେ କୌଣସି ବ୍ୟକ୍ତି ବିଶେଷକରି ମହିଳାଙ୍କ ସମ୍ମାନ ହାନି ହେଲା ଭଳି ଫଟୋ/ଭିଡିଓ ଜାଲିଆତି କରିବା ଆପରାଧିକ କାର୍ଯ୍ୟ।
ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ଭୁଲ୍‌ ତଥ୍ୟ ନିରୋଧୀ ଅଭିଯାନ ସମ୍ପର୍କିତ ସେମାନଙ୍କ ଆଇନଗତ ଉତ୍ତରଦାୟିତ୍ୱ ଉପରେ ଚେତାଇ ଦେଇଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ସମସ୍ତ ନାଗରିକଙ୍କ ସୁରକ୍ଷା ଓ ଆସ୍ଥା ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୩ ଏପ୍ରିଲରେ କରାଯାଇଥିବା ସୂଚନା ପ୍ରଯୁକ୍ତି (ଆଇଟି) ରୁଲ୍ସ ଅଧୀନରେ ଏଭଳି କଣ୍ଟେଣ୍ଟ୍ସକୁ ହଟାଇବା ପ୍ଲାଟ୍‌ଫର୍ମଗୁଡ଼ିକର ଦାୟିତ୍ୱ। ଏହାର ଅନୁପାଳନ ନ କଲେ ରୁଲ୍‌ ୭ ଲାଗୁ ହେବ ଏବଂ ମଞ୍ଚଗୁଡ଼ିକୁ କୋର୍ଟର କାଠଗଡ଼ାକୁ ଟଣାଯାଇପାରିବ। ସଦ୍ୟ ଡିପ୍‌ଫେକ୍ସଗୁଡ଼ିକ ସୂଚନାକୁ ନଷ୍ଟ କରିଦେବା ସହ ବିପଜ୍ଜନକ ଧାରା ସୃଷ୍ଟି କରିଥିବା ରାଜୀବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri