ଦୀପାଳିଙ୍କ ଅଭିଯୋଗରେ ଏମିତି ହେବ ଇଭିଏମ ଯାଞ୍ଚ, ହୋଇଯିବ କି ଓଲଟପାଲଟ

ଭୁବନେଶ୍ୱର,୨୧।୬: ଇଭିଏମକୁ ନେଇ ବିବାଦ ଥମୁ ନ ଥିବାବେଳେ ଇଭିଏମର ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ତିନିଦିନ ତଳେ ଏକ୍ସ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଭାରତରେ ଝଡ ସୃଷ୍ଟି କରିଛି। ଗଲ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଦେଶରେ ପ୍ରଚଳିତ ହୋଇ ଆସୁଥିବା ଇଭିଏମର ସ୍ବଚ୍ଛତାକୁ ନେଇ କେବେ ମରୁ ନ ଥିବା ସନ୍ଦେହ ଏବେ ବଡ଼ ବିବାଦରେ ପରିଣତ ହୋଇଛି। ହ୍ୟାକିଂ ଦୃଷ୍ଟିରୁ ଭାରତୀୟ ଇଭିଏମକୁଡିକ ସମ୍ପୂର୍ଣ୍ଣ ଅଭେଦ୍ୟ ବୋଲି ଭାରତୀୟ ନିର୍ବାଚନ କମିଶନର ବାରମ୍ବାର ଦାବି କରି ଆସିଛନ୍ତି। ତେବେ ନିକଟରେ ଘଟିଥିବା ସବୁ ଘଟଣାକୁ ନେଇ ଉଠୁଥିବା ସବୁ ଅଭିଯୋଗ ଇଭିଏମ ଆଡକୁ ଆଡକୁ ଆଙ୍ଗୁଳି ଉଠାଉଥିବାବେଳେ ଏବେ ଇଭିଏମକୁ ପୁନଃ ଯାଞ୍ଚ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି।

ଦେଶରେ ଲୋକ ସଭା ନିର୍ବାଚନର ଫଲାଫଳ ଜୁନ ୪ରେ ପ୍ରକାଶ ପାଇଛି। ଏବେ ରାଜ୍ୟ ସହ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇ ସାରିଛି। ହେଲେ ଏବେ ଇଭିଏମ ପୁନଃ ଯାଞ୍ଚ ନେଇ ବିବାଦ ମୁଣ୍ଡ ଟେକିଛି। ନିର୍ବାଚନ କମିଶନର ୬ରାଜ୍ୟର ୮ସିଟ୍‌ରେ ଇଭିଏମ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି। ସବୁଆଡୁ ଇଭିଏମକୁ ନେଇ ଅଭିଯୋଗ ଆସିବା ପରେ ଇସିଆଇ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ହରିୟାଣାର ୨, ଛତିଶଗଡ, ମହାରାଷ୍ଟ୍ର, ତାମିଲଡ଼ାଡୁ, ତେଲଙ୍ଗାନାର ଗୋଟିଏ ସିଟ୍‌ ରହିଛି। କହିରଖୁଛୁ କି, ଏହି ୮ଟି ଆସନରେ ଭାଜପା ୩ଟି ଓ କଂଗ୍ରେସକୁ ୨ଟି ସିଟ୍‌ରେ ବିଜୟୀ ହୋଇଛି। ଅଭିଯୋଗରେ ଇଭିଏମର ମେମୋରି ମାଇକ୍ରୋ କଣ୍ଟ୍ରୋଲର ଯାଞ୍ଚ ପାଇଁ ଦାବି କରାଯାଇଛି। ଇସିଆଇ ଏବେ ୯୨ ପୋଲିଂ ବୁଥ୍‌ର ଇଭିଏମ ଯାଞ୍ଚ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ୩ଟି ବିଧାନସଭାରେ ମଧ୍ୟ ଇଭିଏମ ଯାଞ୍ଚ ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ ପ୍ରାୟ ୨୬ ପୋଲିଂ ବୁଥ୍‌ର ଇଭିଏମରେ ତ୍ରୁଟି ଥିବା ଆଶଙ୍କା କରାଯାଇଛି।

କେମିତି ହୁଏ ପୁଣିଥରେ ଇଭିଏମ ଯାଞ୍ଚ
ପୁଣିଥରେ ଇଭିଏମ ଯାଞ୍ଚ କରିବା ପ୍ରକ୍ରିୟାରେ ଇଭିଏମ ସହ ଭିଭିପାଟର ମଧ୍ୟ ଯାଞ୍ଚ ହୋଇଥାଏ। ଆଉ ଯଦି ଗୋଟିଏ ଭୋଟରେ ବି ଅନ୍ତର ଦେଖାଦିଏ ତେବେ ପ୍ରାର୍ଥୀଙ୍କ ଜମାରାଶିକୁ ଫେରସ୍ତ କରିଦିଆ ଯାଇଥାଏ। ଆଉ ଯଦି ଇଭିଏମ ଯାଞ୍ଚରେ କିଛି ତ୍ରୁଟି ନଜର ଆସେ ତେବେ ଏହାକୁ ନେଇ ଗମ୍ଭୀର ବିବାଦ ଦେଖାଯିବ। ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ।

ଏହା ପ୍ରଥମ ଥର ହେଉଛି କି, ଇଭିଏମ ଯାଞ୍ଚ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜୁନ ୪ରେ ମତଗଣନା ପୂର୍ବରୁ, ଏହି ଗାଇଡଲାଇନ ଜୁନ ୧ରେ ଇସିଆଇଙ୍କ ଦ୍ୱାରା ଜାରି କରାଯାଇଥିଲା। ଏଥିରେ ପ୍ରାବଧାନ ରହିଛି କି, ଫଳାଫଳ ଘୋଷଣା ପରେ ଦ୍ୱିତୀୟ ସ୍ଥାନରେ ଥିବା କୌଣସି ପ୍ରାର୍ଥୀ ଇଭିଏମ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଗୋଟିଏ ଇଭିଏମ ଯାଞ୍ଚ ପାଇଁ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ପୁନଃ ଯାଞ୍ଚ ପାଇଁ ଫଳାଫଳ ଘୋଷଣା ହେବାର ୭ଦିନ ମଧ୍ୟରେ ଆବେଦନ କରିବାକୁ ପଡିବ ବୋଲି କୁହାଯାଇଛି।

ପୁନଃ ଯାଞ୍ଚ ପାଇଁ ନିଜ ନିର୍ବାଚନ ମଣ୍ଡଳୀର ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡିଥାଏ। ଏଥିପାଇଁ ଆବଶ୍ୟକ ଫି’ ଜମା କରିବାକୁ ହୁଏ । ଭୋଟ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ଇସିଆଇଙ୍କ ନିର୍ଦ୍ଦେଶ ରହିଛି।

ସୂଚନାଥାଉ କି, ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଇଭିଏମ ଯାଞ୍ଚ ଆବେଦନକୁ ଗ୍ରହଣ କରିଛନ୍ତି ECI । ଝାରସୁଗୁଡାର ୧୩ଟି ବୁଥରେ ହେବ ଇଭିଏମ ଯାଞ୍ଚ ହେବ । ନିର୍ବାଚନ ଫଳାଫଳ ଘୋଷଣା ପରେ ଅସନ୍ତୋଷ ଥିବା ଦୀପାଳି ଇଭିଏମ ଏବଂ ଭିଭିପିଏଟ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri