ଦୀପାଳିଙ୍କ ଅଭିଯୋଗରେ ଏମିତି ହେବ ଇଭିଏମ ଯାଞ୍ଚ, ହୋଇଯିବ କି ଓଲଟପାଲଟ

ଭୁବନେଶ୍ୱର,୨୧।୬: ଇଭିଏମକୁ ନେଇ ବିବାଦ ଥମୁ ନ ଥିବାବେଳେ ଇଭିଏମର ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ତିନିଦିନ ତଳେ ଏକ୍ସ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଭାରତରେ ଝଡ ସୃଷ୍ଟି କରିଛି। ଗଲ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଦେଶରେ ପ୍ରଚଳିତ ହୋଇ ଆସୁଥିବା ଇଭିଏମର ସ୍ବଚ୍ଛତାକୁ ନେଇ କେବେ ମରୁ ନ ଥିବା ସନ୍ଦେହ ଏବେ ବଡ଼ ବିବାଦରେ ପରିଣତ ହୋଇଛି। ହ୍ୟାକିଂ ଦୃଷ୍ଟିରୁ ଭାରତୀୟ ଇଭିଏମକୁଡିକ ସମ୍ପୂର୍ଣ୍ଣ ଅଭେଦ୍ୟ ବୋଲି ଭାରତୀୟ ନିର୍ବାଚନ କମିଶନର ବାରମ୍ବାର ଦାବି କରି ଆସିଛନ୍ତି। ତେବେ ନିକଟରେ ଘଟିଥିବା ସବୁ ଘଟଣାକୁ ନେଇ ଉଠୁଥିବା ସବୁ ଅଭିଯୋଗ ଇଭିଏମ ଆଡକୁ ଆଡକୁ ଆଙ୍ଗୁଳି ଉଠାଉଥିବାବେଳେ ଏବେ ଇଭିଏମକୁ ପୁନଃ ଯାଞ୍ଚ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି।

ଦେଶରେ ଲୋକ ସଭା ନିର୍ବାଚନର ଫଲାଫଳ ଜୁନ ୪ରେ ପ୍ରକାଶ ପାଇଛି। ଏବେ ରାଜ୍ୟ ସହ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇ ସାରିଛି। ହେଲେ ଏବେ ଇଭିଏମ ପୁନଃ ଯାଞ୍ଚ ନେଇ ବିବାଦ ମୁଣ୍ଡ ଟେକିଛି। ନିର୍ବାଚନ କମିଶନର ୬ରାଜ୍ୟର ୮ସିଟ୍‌ରେ ଇଭିଏମ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି। ସବୁଆଡୁ ଇଭିଏମକୁ ନେଇ ଅଭିଯୋଗ ଆସିବା ପରେ ଇସିଆଇ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ହରିୟାଣାର ୨, ଛତିଶଗଡ, ମହାରାଷ୍ଟ୍ର, ତାମିଲଡ଼ାଡୁ, ତେଲଙ୍ଗାନାର ଗୋଟିଏ ସିଟ୍‌ ରହିଛି। କହିରଖୁଛୁ କି, ଏହି ୮ଟି ଆସନରେ ଭାଜପା ୩ଟି ଓ କଂଗ୍ରେସକୁ ୨ଟି ସିଟ୍‌ରେ ବିଜୟୀ ହୋଇଛି। ଅଭିଯୋଗରେ ଇଭିଏମର ମେମୋରି ମାଇକ୍ରୋ କଣ୍ଟ୍ରୋଲର ଯାଞ୍ଚ ପାଇଁ ଦାବି କରାଯାଇଛି। ଇସିଆଇ ଏବେ ୯୨ ପୋଲିଂ ବୁଥ୍‌ର ଇଭିଏମ ଯାଞ୍ଚ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ୩ଟି ବିଧାନସଭାରେ ମଧ୍ୟ ଇଭିଏମ ଯାଞ୍ଚ ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ ପ୍ରାୟ ୨୬ ପୋଲିଂ ବୁଥ୍‌ର ଇଭିଏମରେ ତ୍ରୁଟି ଥିବା ଆଶଙ୍କା କରାଯାଇଛି।

କେମିତି ହୁଏ ପୁଣିଥରେ ଇଭିଏମ ଯାଞ୍ଚ
ପୁଣିଥରେ ଇଭିଏମ ଯାଞ୍ଚ କରିବା ପ୍ରକ୍ରିୟାରେ ଇଭିଏମ ସହ ଭିଭିପାଟର ମଧ୍ୟ ଯାଞ୍ଚ ହୋଇଥାଏ। ଆଉ ଯଦି ଗୋଟିଏ ଭୋଟରେ ବି ଅନ୍ତର ଦେଖାଦିଏ ତେବେ ପ୍ରାର୍ଥୀଙ୍କ ଜମାରାଶିକୁ ଫେରସ୍ତ କରିଦିଆ ଯାଇଥାଏ। ଆଉ ଯଦି ଇଭିଏମ ଯାଞ୍ଚରେ କିଛି ତ୍ରୁଟି ନଜର ଆସେ ତେବେ ଏହାକୁ ନେଇ ଗମ୍ଭୀର ବିବାଦ ଦେଖାଯିବ। ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ।

ଏହା ପ୍ରଥମ ଥର ହେଉଛି କି, ଇଭିଏମ ଯାଞ୍ଚ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜୁନ ୪ରେ ମତଗଣନା ପୂର୍ବରୁ, ଏହି ଗାଇଡଲାଇନ ଜୁନ ୧ରେ ଇସିଆଇଙ୍କ ଦ୍ୱାରା ଜାରି କରାଯାଇଥିଲା। ଏଥିରେ ପ୍ରାବଧାନ ରହିଛି କି, ଫଳାଫଳ ଘୋଷଣା ପରେ ଦ୍ୱିତୀୟ ସ୍ଥାନରେ ଥିବା କୌଣସି ପ୍ରାର୍ଥୀ ଇଭିଏମ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଗୋଟିଏ ଇଭିଏମ ଯାଞ୍ଚ ପାଇଁ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ପୁନଃ ଯାଞ୍ଚ ପାଇଁ ଫଳାଫଳ ଘୋଷଣା ହେବାର ୭ଦିନ ମଧ୍ୟରେ ଆବେଦନ କରିବାକୁ ପଡିବ ବୋଲି କୁହାଯାଇଛି।

ପୁନଃ ଯାଞ୍ଚ ପାଇଁ ନିଜ ନିର୍ବାଚନ ମଣ୍ଡଳୀର ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡିଥାଏ। ଏଥିପାଇଁ ଆବଶ୍ୟକ ଫି’ ଜମା କରିବାକୁ ହୁଏ । ଭୋଟ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ଇସିଆଇଙ୍କ ନିର୍ଦ୍ଦେଶ ରହିଛି।

ସୂଚନାଥାଉ କି, ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଇଭିଏମ ଯାଞ୍ଚ ଆବେଦନକୁ ଗ୍ରହଣ କରିଛନ୍ତି ECI । ଝାରସୁଗୁଡାର ୧୩ଟି ବୁଥରେ ହେବ ଇଭିଏମ ଯାଞ୍ଚ ହେବ । ନିର୍ବାଚନ ଫଳାଫଳ ଘୋଷଣା ପରେ ଅସନ୍ତୋଷ ଥିବା ଦୀପାଳି ଇଭିଏମ ଏବଂ ଭିଭିପିଏଟ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri