Posted inଖେଳ

ହସ୍ପିଟାଲରୁ ଛାଡ଼ ପାଇଛନ୍ତି ଦୀପକ ପୁନିଆ

ନୂଆଦିଲ୍ଲୀ, ୭ା୯ (ପି.ଟି.)- ବିଶ୍ୱଚମ୍ପିୟନଶିପ୍‌ ରୌପ୍ୟ ବିଜୟୀ ରେସଲର ଦୀପକ ପୁନିଆ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ତାଙ୍କୁ ହୋମ୍‌ ଆଇସୋଲେଶନରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ପୁନିଆ ନ୍ୟାଶନାଲ କ୍ୟାମ୍ପରେ ଯୋଗ ଦେବାଲାଗି ପହଞ୍ଚତ୍ବା ପରେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ପଜିଟିଭ ଆସିଥିଲା। ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ପୁନିଆ (୮୬କେଜି) ଙ୍କ ବ୍ୟତୀତ ଅନ୍ୟ ଦୁଇ ରେସ୍‌ଲର ନବୀନ(୬୫କେଜି) ଓ କ୍ରିଷନ (୧୨୫କେଜି)ଙ୍କର ମଧ୍ୟ ପଜିଟିଭ ଆସିଥିଲା। ଏହି ସମସ୍ତ ୩ଜଣ ସୋନେପତସ୍ଥିତ ସାଇ ସେଣ୍ଟରରେ ଆୟୋଜିତ ଜାତୀୟ କ୍ୟାମ୍ପରେ ଯୋଗ ଦେବା ଲାଗି ଆସିଥିଲେ ଏବଂ କ୍ୱାରାଣ୍ଟାଇନ୍‌ରେ ଥିଲେ। ପଜିଟିଭ୍‌ ଜଣାପଡ଼ିବା ପରେ ସେମାନଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସାଇର ତାଲିକାଭୁକ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଉପରେ ନଜର ରଖା ଯାଇଥିଲା। ପ୍ରୋଟୋକଲ ଅନୁସାରେ କ୍ୟାମ୍ପ ସ୍ଥଳରେ ପହଞ୍ଚତ୍ବା ମାତ୍ରେ କୋଭିଡ୍‌-୧୯ ଚିହ୍ନଟ ପାଇଁ କୋଚ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସମେତ ସମସ୍ତ ରେସ୍‌ଲରଙ୍କ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ। କ୍ୟାମ୍ପରେ ଯୋଗଦେବା ଲାଗି ସମସ୍ତ ରେସ୍‌ଲର ସେପ୍ଟେମ୍ବର ୧ରେ ଏକାଠି ହୋଇଥିଲେ। ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ତଥା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ୍‌ଙ୍କର କୋଭିଡ୍‌ ଟେଷ୍ଟରେ ପଜିଟିଭ୍‌ ଆସିଥିଲା। ଫଳରେ ସେ ଖେଳରନତ୍ ପୁରସ୍କାର ଗ୍ରହଣ କରିବା ଲାଗି ଗତସପ୍ତାହରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri