Posted inଖେଳ

ଜିମ୍ନାଷ୍ଟିକ୍‌କୁ ବାଏ ବାଏ କହିଲେ ଦୀପା କର୍ମକାର

ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଥିଲେ। ମାତ୍ର ୦.୧୫ ପଏଣ୍ଟ ପଛରେ ରହି ସେ ଚତୁର୍ଥ ସ୍ଥାନରେ ରହିଥିଲେ। ରିଓରେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କୁ ଜିମ୍ନାଷ୍ଟିକ୍ସରେ କ୍ୟାରିୟର କରିବା ପାଇଁ ଦୀପା ଅନୁପ୍ରାଣିତ କରିଥିଲେ। ୫ ବର୍ଷ ବୟସରେ ଫ୍ଲାଟ୍‌ ଫୁଟ୍‌ କାରଣରୁ ଜିମ୍ନାଷ୍ଟିକ୍‌ କରି ପାରିବେ ନାହିଁ ବୋଲି ସମସ୍ତେ କହିଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଦୀପା। ନିଜ ଅଧ୍ୟବସାୟ ଓ ଦୃଢ ଇଚ୍ଛାଶକ୍ତି ବଳରେ ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ଦୀର୍ଘ ଦିନ ଧରି ଚିନ୍ତା କରିବା ପରେ ଅବସର ପାଇଁ ନିଷ୍ପତ୍ତି ନେଇଛି ବୋଲି ମଧ୍ୟ କହିଛନ୍ତି ଦୀପା। ଶରୀର ସମୟ ସହ ଦୁର୍ବଳ ହୋଇଥିଲେ ମଧ୍ୟ ମନ ଅବସର ନିଷ୍ପତ୍ତିକୁ ବିରୋଧ କରୁଥିଲା। ତେବେ କଷ୍ଟ ହୋଇଥିଲେ ମଧ୍ୟ ଉପଯୁକ୍ତ ସମୟରେ ସେ ଅବସର ନେଇଥିବା କହିଛନ୍ତି ଦୀପା। ଅନେକ ସ୍ମରଣୀୟ ମୂହୂର୍ତ୍ତ ସହ କିଛି ବିଫଳତାର ମୂହୂର୍ତ୍ତ ମଧ୍ୟ ସାମ୍ନାକୁ ଆସିଛି। ତେବେ ସବୁ ସମୟ ପାଇଁ ମୁଁ ଜିମ୍ନାଷ୍ଟିକ୍‌ ନିକଟରେ କୃତଜ୍ଞ ରହିବି। ଜିମ୍ନାଷ୍ଟିକ୍‌ ମୋ ପାଇଁ ଅସମ୍ଭବ ବୋଲି ଡାକ୍ତର ମାନେ କହିଥିଲେ ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବାରୁ ମୁଁ ଗର୍ବିତ। ରିଓ ଅଲିମ୍ପିକ୍ସରେ କଷ୍ଟସାଧ୍ୟ ପ୍ରୋଡୁନୋଭା ଭଲ୍ଟ ପ୍ରଦର୍ଶନ କରିବା ସହ ୧୫.୦୬୬ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ବିଜେତାଙ୍କ ଠାରୁ ମାତ୍ର ୦.୧୫ ପଏଣ୍ଟ ପଛରେ ରହିଥିଲେ ଦୀପା। ୨୦୧୬ରେ ଦୀପାଙ୍କୁ ଖେଳରତ୍ନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୨୧ରେ ଡୋପିଂ ଅଭିଯୋଗରେ ନାଡା ପକ୍ଷରୁ ଦୀପାଙ୍କୁ ୨୧ ମାସ ବାସନ୍ଦ ମଧ୍ୟ କରାଯାଇଥିଲା। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସେ ୨୦୨୪ ତାସକେଣ୍ଟ ଏସିଆନ୍‌ ଚାମ୍ପିୟନଶିପ୍‌ରେ ଭଲ୍ଟ ଇଭେଣ୍ଟରେ ୧୩.୫୬୬ର ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୋଚ୍‌ ବିଶ୍ୱେଶ୍ୱର ନନ୍ଦୀ, ସାଇ, କ୍ରୀଡା ବିଭାଗ ଓ ତ୍ରିପୁରା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପା। ଏହା ସହ ଆଗାମୀ ଦିନରେ ଯୁବ ଜିମ୍ନାଷ୍ଟଙ୍କ ପାଇଁ କିଛି କରିବା ପାଇଁ ସେ ପ୍ରତିଶ୍ରୁତବଦ୍ଧ ବୋଲି ମଧ୍ୟ କହିଛନ୍ତି।
ମୁଦ୍ରା ବିନିମୟ ଉପରେ ଏକ ଚୁକ୍ତିନାମା ସମେତ ଦୁଇ ଦେଶର ନେତାଙ୍କ ମଧ୍ୟରେ ପାଞ୍ଚଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନ୍ୟାୟିକ ଅଧିକାରୀଙ୍କ ତାଲିମ, ଦୁର୍ନୀତି ରୋକିବା, ଆଇନ ପ୍ରଣୟନ ତାଲିମ, କ୍ରୀଡା ଏବଂ ଯୁବ ବ୍ୟାପାର ଉପରେ ଅନ୍ୟାନ୍ୟ ଚୁକ୍ତିନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri