ରାଜ୍ୟ କବାଡ଼ି ଦଳରେ ଦୀପା

ରସୁଲପୁର,୧୩ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନଗ୍ରସର ଅଞ୍ଚଳ ସୁକିନ୍ଦା ବ୍ଲକର ଝିଅ ଦୀପା ମାଝିଙ୍କୁ ରାଜ୍ୟ କବାଡି ଦଳରେ ସାମିଲ କରାଯାଇଛି ା ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜ୍ଞାନ ସ୍ନାତୋକତର ଦ୍ୱିତୀୟ ବର୍ଷର ଛାତ୍ରୀ ଦୀପା ଜନ ଜାତୀୟ ଖେଳ ମହୋତ୍ସବ-୨୦୨୩ ପାଇଁ ମନୋନୀତ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି ା ଜୁନ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍‌-କିସ୍‌ ଖେଳପଡିଆରେ ଅନୁଷ୍ଠିତ ଖେଳରେ ସେ ଅଂଶ ଗ୍ରହଣ କରିଛନ୍ତି ା ସେ ପ୍ରଶିକ୍ଷଣ ଶିବିରରେ ଉନ୍ନତ ଖେଳ ପ୍ରଦର୍ଶନ କରି ଚୟନ କର୍ତ୍ତାମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ା ତାଙ୍କୁ ରାଜ୍ୟଦଳରେ ସ୍ଥାନ ମିଳିଥିବାରୁ ଦୀପା ଖୁସି ବ୍ୟକ୍ତ କରିଛନ୍ତି ା ତାଙ୍କର ଉପରେ ଚୟନ କର୍ତ୍ତାମାନେ ଆସ୍ଥା ପ୍ରକଟ କରିଥିବାରୁ ସେ ସମସ୍ତ ଅଫିସିଆଲ, କୋଚ, ମ୍ୟାନେଜରଙ୍କୁ କୃତଜ୍ଞତ ଜଣାଇଛନ୍ତି। ସେ ଉନ୍ନତ ଖେଳ ନୈପୁଣ୍ୟତା ପ୍ରଦର୍ଶନ କରି ଦଳ ପାଇଁ ସଫଳତା ଆଣିବେ ବୋଲି ଆଶାବାଦୀ ଅଛନ୍ତି ା
ଯାଜପୁର ଜିଲାର କବାଡି ଦୁର୍ଗ ଭାବେ ପରିଚିତ ଖଣ୍ଡିତର କବାଡି ଷ୍ଟାଡିୟମରେ ସେ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ ା ବରିଷ୍ଠ ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡା ତାଙ୍କର ପ୍ରମୁଖ କୋଚ୍‌ ଥିବା ବେଳେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁଶାନ୍ତ କୁମାର ଦ୍ୱିବେଦୀ ତାଙ୍କୁ ବିଦ୍ୟାଳୟସ୍ତରରୁ କବାଡି ଖେଳ କୌଶଳ ଶିଖାଇବା ସହ ଆଗକୁ ବଢିବାରେ ସହାୟକ ହୋଇଥିଲେ ା ତାକୁ ଆଧାର କରି ସେ ସଫଳତା ହାସଲ କରିଛନ୍ତି ା ସେ ଆଗକୁ ଜାତୀୟ ଦଳରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ା ତାଙ୍କ ସଫଳତାକୁ ନେଇ ସୁକିନ୍ଦା ବ୍ଲକ ଅଞ୍ଚଳର ସରକାରୀ ଉଚ୍ଚ ବିଦ୍ୟାଳୟ- ଗୋବର ଘାଟି, ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଖଣ୍ଡିତର କବାଡି ଆସୋସିଏଶନରେ ଖୁସିର ଲହରି ଖେଳି ଯାଇଛି ା ତାଙ୍କର ସଫଳତା ପାଇଁ ଜନ୍ମମାଟି ଗର୍ବ ଅନୁଭବ କରୁଛି ା ସେ ଆଗକୁ ଭଲ ଖେଳନ୍ତୁ ବୋଲି ଦୀପାଙ୍କ ସହପାଠୀମାନେ ଆଶାବାଦୀ ଅଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri