କୃଷି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛି ପ୍ରାଣୀଧନ ସଂଖ୍ୟା ହ୍ରାସ

କେନ୍ଦ୍ରାପଡ଼ା, ୧୭ା୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଜିଲାର ୬୯ ପ୍ରତିଶତ କୃଷକ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୯୨ ପ୍ରତିଶତ। ଗ୍ରାମାଞ୍ଚଳରେ ଗୋମହିଷାଦି ପାଳନ ବିଶେଷକରି ଅର୍ଥନୀତିକୁ ପରିପୃଷ୍ଟ କରେ। ଗ୍ରାମାଞ୍ଚଳର ଏହି ଅର୍ଥନୀତିକୁ ସଚଳ ପାଇଁ ପ୍ରାଣୀଧନ ବିକାଶକୁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସହ ଅର୍ଥ ବ୍ୟୟ କରାଯାଉଛି। କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଗୋଚର ଜମି ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଉଥିବାବେଳେ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ଚିକିତ୍ସାରେ ଅବହେଳା କରୁଛି, ଯାହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି। ୨୦୦୦ ମସିହାରେ ଗୃହପାଳିତ ପ୍ରାଣୀଙ୍କ ତଥ୍ୟ ଅନୁଯାୟୀ ଜିଲାରେ ୯,୨୪,୩୯୬ ଗୋମହିଷାଦି, ୧,୨୪,୫୯୦ ଛେଳି, ୩୮,୮୮୬ ମେଣ୍ଢା ଓ ୧,୩୮,୫୦୦ କୁକୁଡ଼ା ଓ ବତକ ଥିଲେ। ୨୦୧୨ରେ ୩,୬୫,୮୯୦ ଗୋମହିଷାଦି, ୧,୦୭,୮୨୯ ଛେଳି, ୧୪,୮୮୫ ମେଣ୍ଢା ଓ ୧,୩୦,୮୨୯ କୁକୁଡ଼ା ବତକ ଥିଲେ। ତେବେ ସଦ୍ୟ ତଥ୍ୟ ଅନୁଯାୟୀ, ୧୨ ପ୍ରତିଶତରୁ ଅଧିକ ପଶୁଧନ ହ୍ରାସ ପାଇଛନ୍ତି। ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ଜୀବିକା। ଏହି ପରିବାର ପ୍ରାଣୀଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତି। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାର କରି ଚାଷୀ କ୍ଷେତକୁ ଉର୍ବର କରିବା ସହିତ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି ା ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମସିହା ମହାବାତ୍ୟା ପ୍ରାଣୀଧନ ଉପରେ ବିପତ୍ତି ଭାବେ ଉଭା ହୋଇଥିଲା। ଏହା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସକୁ ପ୍ରତି ବିଭାଗୀୟ ଅଧିକାରୀ ନଜର ଦେଉନାହାନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, କେନ୍ଦ୍ରାପଡ଼ାର କୁଜି ମେଣ୍ଢାକୁ ସ୍ବତନ୍ତ୍ର ମାନ୍ୟତା ୨୦୧୬ ମସିହାରେ ମିଳିଛି। ଏହି ମେଣ୍ଢାର ପ୍ରଜନନ କ୍ଷମତା ଅଧିକ। ଏହାକୁ ପାଳନ ଦ୍ୱାରା ଚାଷୀକୁ ଅଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିଥାଏ। ତେବେ ଏହି ଧରଣର ମେଣ୍ଢା ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ସେହିପରି କୁକୁଡ଼ା, ବତକ ଚାଷ ପାଇଁ ଜିଲାରେ ଉପଯୁକ୍ତ ପରିବେଶ ଅଛି। ତେବେ ତାଲିମ, ପ୍ରୋତ୍ସାହନ, ସଚେତନତା ଆଦି ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଗୋମହିଷାଦିଙ୍କ ଗୁରୁତ୍ୱ ଅଧିକ। ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ। ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଏମାନଙ୍କ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଏସବୁ ବିଭିନ୍ନ ବ୍ୟତିକ୍ରମ ଫଳରେ ପ୍ରାଣୀଧନ ହ୍ରାସ ପାଉଛି। ଡେରାବିଶର ମନୋଜ ନାୟକ କହିଛନ୍ତି, ଓଡ଼ିଆ ସଂସ୍କୃତି ଗୃହପାଳିତ ପ୍ରାଣୀପକ୍ଷୀକୁ ଆର୍ଥିକ ବିକାଶ ସହିତ ପରିବେଶ ସୁରକ୍ଷା ସହ ଯୋଡ଼ା ଯାଉଥିଲା। କେନ୍ଦ୍ରାପଡ଼ା ପରି ପ୍ରାକୃତିକ ବିପର୍ଯ୍ୟୟ ଭରା ଏହି ଜିଲାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକ। ପ୍ରାଣୀଧନ ଏବେ ପରିବାରର ଭରଣପୋଷଣ ଓ ଚାଲିଚଳଣ ପାଇଁ ଉପଯୋଗୀ ହୋଇ ରହିନାହିଁ। ପ୍ରାୟ ୧ ହଜାର ହେକ୍ଟର ଗୋଚର ଭୂଇଁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଉଦ୍ଧାର ହେଉ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କହିଛନ୍ତି, ଜିଲାର ପ୍ରତି ବ୍ଲକ ହେଡ୍‌କ୍ୱାର୍ଟର ସମେତ ମୋଟ ୧୪ଟି ପ୍ରାଣୀ ଚିକିତ୍ସାଳୟ ଅଛି। ସେହିପରି ବିଭିନ୍ନ ପଞ୍ଚାୟତରେ ୯୬ଟି ଏଲ୍‌ଆଇ ସେଣ୍ଟର ଅଛି। ଏଗୁଡିକ ନିୟମିତ ଖୋଲୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ରଙ୍କୁ ପଚାରିବାରେ ପ୍ରାଣୀଧନ ବିକାଶ ପାଇଁ ବିଭାଗ କାର୍ଯ୍ୟ କରୁଛି। ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ପ୍ରାଣୀଧନ ହ୍ରାସ ହାର ଆଗ ଅପେକ୍ଷା କମିଛି। ବିଭିନ୍ନ ଫାର୍ମରେ କୁକୁଡା, ବତକ, ଗୋମହିଷାଦି ପାଳନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri