କୃଷି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛି ପ୍ରାଣୀଧନ ସଂଖ୍ୟା ହ୍ରାସ

କେନ୍ଦ୍ରାପଡ଼ା, ୧୭ା୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଜିଲାର ୬୯ ପ୍ରତିଶତ କୃଷକ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୯୨ ପ୍ରତିଶତ। ଗ୍ରାମାଞ୍ଚଳରେ ଗୋମହିଷାଦି ପାଳନ ବିଶେଷକରି ଅର୍ଥନୀତିକୁ ପରିପୃଷ୍ଟ କରେ। ଗ୍ରାମାଞ୍ଚଳର ଏହି ଅର୍ଥନୀତିକୁ ସଚଳ ପାଇଁ ପ୍ରାଣୀଧନ ବିକାଶକୁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସହ ଅର୍ଥ ବ୍ୟୟ କରାଯାଉଛି। କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଗୋଚର ଜମି ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଉଥିବାବେଳେ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ଚିକିତ୍ସାରେ ଅବହେଳା କରୁଛି, ଯାହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି। ୨୦୦୦ ମସିହାରେ ଗୃହପାଳିତ ପ୍ରାଣୀଙ୍କ ତଥ୍ୟ ଅନୁଯାୟୀ ଜିଲାରେ ୯,୨୪,୩୯୬ ଗୋମହିଷାଦି, ୧,୨୪,୫୯୦ ଛେଳି, ୩୮,୮୮୬ ମେଣ୍ଢା ଓ ୧,୩୮,୫୦୦ କୁକୁଡ଼ା ଓ ବତକ ଥିଲେ। ୨୦୧୨ରେ ୩,୬୫,୮୯୦ ଗୋମହିଷାଦି, ୧,୦୭,୮୨୯ ଛେଳି, ୧୪,୮୮୫ ମେଣ୍ଢା ଓ ୧,୩୦,୮୨୯ କୁକୁଡ଼ା ବତକ ଥିଲେ। ତେବେ ସଦ୍ୟ ତଥ୍ୟ ଅନୁଯାୟୀ, ୧୨ ପ୍ରତିଶତରୁ ଅଧିକ ପଶୁଧନ ହ୍ରାସ ପାଇଛନ୍ତି। ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ଜୀବିକା। ଏହି ପରିବାର ପ୍ରାଣୀଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତି। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାର କରି ଚାଷୀ କ୍ଷେତକୁ ଉର୍ବର କରିବା ସହିତ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି ା ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମସିହା ମହାବାତ୍ୟା ପ୍ରାଣୀଧନ ଉପରେ ବିପତ୍ତି ଭାବେ ଉଭା ହୋଇଥିଲା। ଏହା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସକୁ ପ୍ରତି ବିଭାଗୀୟ ଅଧିକାରୀ ନଜର ଦେଉନାହାନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, କେନ୍ଦ୍ରାପଡ଼ାର କୁଜି ମେଣ୍ଢାକୁ ସ୍ବତନ୍ତ୍ର ମାନ୍ୟତା ୨୦୧୬ ମସିହାରେ ମିଳିଛି। ଏହି ମେଣ୍ଢାର ପ୍ରଜନନ କ୍ଷମତା ଅଧିକ। ଏହାକୁ ପାଳନ ଦ୍ୱାରା ଚାଷୀକୁ ଅଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିଥାଏ। ତେବେ ଏହି ଧରଣର ମେଣ୍ଢା ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ସେହିପରି କୁକୁଡ଼ା, ବତକ ଚାଷ ପାଇଁ ଜିଲାରେ ଉପଯୁକ୍ତ ପରିବେଶ ଅଛି। ତେବେ ତାଲିମ, ପ୍ରୋତ୍ସାହନ, ସଚେତନତା ଆଦି ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଗୋମହିଷାଦିଙ୍କ ଗୁରୁତ୍ୱ ଅଧିକ। ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ। ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଏମାନଙ୍କ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଏସବୁ ବିଭିନ୍ନ ବ୍ୟତିକ୍ରମ ଫଳରେ ପ୍ରାଣୀଧନ ହ୍ରାସ ପାଉଛି। ଡେରାବିଶର ମନୋଜ ନାୟକ କହିଛନ୍ତି, ଓଡ଼ିଆ ସଂସ୍କୃତି ଗୃହପାଳିତ ପ୍ରାଣୀପକ୍ଷୀକୁ ଆର୍ଥିକ ବିକାଶ ସହିତ ପରିବେଶ ସୁରକ୍ଷା ସହ ଯୋଡ଼ା ଯାଉଥିଲା। କେନ୍ଦ୍ରାପଡ଼ା ପରି ପ୍ରାକୃତିକ ବିପର୍ଯ୍ୟୟ ଭରା ଏହି ଜିଲାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକ। ପ୍ରାଣୀଧନ ଏବେ ପରିବାରର ଭରଣପୋଷଣ ଓ ଚାଲିଚଳଣ ପାଇଁ ଉପଯୋଗୀ ହୋଇ ରହିନାହିଁ। ପ୍ରାୟ ୧ ହଜାର ହେକ୍ଟର ଗୋଚର ଭୂଇଁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଉଦ୍ଧାର ହେଉ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କହିଛନ୍ତି, ଜିଲାର ପ୍ରତି ବ୍ଲକ ହେଡ୍‌କ୍ୱାର୍ଟର ସମେତ ମୋଟ ୧୪ଟି ପ୍ରାଣୀ ଚିକିତ୍ସାଳୟ ଅଛି। ସେହିପରି ବିଭିନ୍ନ ପଞ୍ଚାୟତରେ ୯୬ଟି ଏଲ୍‌ଆଇ ସେଣ୍ଟର ଅଛି। ଏଗୁଡିକ ନିୟମିତ ଖୋଲୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ରଙ୍କୁ ପଚାରିବାରେ ପ୍ରାଣୀଧନ ବିକାଶ ପାଇଁ ବିଭାଗ କାର୍ଯ୍ୟ କରୁଛି। ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ପ୍ରାଣୀଧନ ହ୍ରାସ ହାର ଆଗ ଅପେକ୍ଷା କମିଛି। ବିଭିନ୍ନ ଫାର୍ମରେ କୁକୁଡା, ବତକ, ଗୋମହିଷାଦି ପାଳନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri