କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ ହ୍ରାସ ପାଇଛି। ପ୍ରଶାସନିକ ଉଦ୍ୟମ, ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି କୁପ୍ରଥା ଯଦିଓ କମିଛି; ତେବେ ତାହା ଆଖିଦୃଶିଆ ନୁହେଁ। ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିବାବେଳେ ଏବେ ଲୋଡ଼ାଯାଇଛି ଗଁା ଏବଂ ଜାତି ମୁଖିଆଙ୍କ ସହାୟତା। ଜିଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଏ ସଂକ୍ରାନ୍ତରେ ଶିକ୍ଷା ବିଭାଗ ଏବଂ ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ବାଲ୍ୟ ବିବାହର ବିଲୋପ ପାଇଁ ଏଣିକି ପ୍ରତିମାସରେ ହେଉଥିବା ‘ମୋ ପଞ୍ଚାୟତ’, ‘ମୋ ବ୍ଲକ’, ‘ମୋ ଢେଙ୍କାନାଳ’ କାର୍ଯ୍ୟକରେ ବାଲ୍ୟ ବିବାହ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବ। କିଶୋରୀ କିଶୋରଙ୍କ ଲାଗି ରହିଥିବା ସମସ୍ତ ଯୋଜନାକୁ ଏକତ୍ରୀକରଣ କରି ଲିଫ୍‌ଲେଟ ପ୍ରସ୍ତୁତ ହେବ। ‘ଇଚ୍‌ ଓ୍ବାନ୍‌ ଟିଚ୍‌ ଓ୍ବାନ୍‌’ କାର୍ଯ୍ୟକ୍ରମକୁ ଆଗକୁ ନିଆଯିବ। ବାଲ୍ୟବିବାହକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଜିଲାପାଳ ଜିଲାର ୪୦ ଶିକ୍ଷକ, ୮ ବ୍ଲକର ବିଇଓ, ୮ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିବା, ସମ୍ପୃକ୍ତ ପିଲାଙ୍କୁ ପୁନର୍ବାର ବିଦ୍ୟାଳୟ ମୁହଁା କରାଇବା, ପାଠପଢ଼ା ବୟସ ଅତିକ୍ରାନ୍ତ ହୋଇଥିବା ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ଲାଗି ଜିଲାପାଳ ପରାମର୍ଶ ଦେଇଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ୮ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ଏବଂ ଜାତି ମୁଖିଆଙ୍କ ସହିତ ଏ ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳର ଶିଶୁଙ୍କୁ ବିଦ୍ୟାଳୟ ମୁହଁା କରାଇବା ଲାଗି ନେତୃତ୍ୱ ନେବା, ନାବାଳିକା-ନାବାଳକ ବିବାହ ରୋକିବା, ଶିକ୍ଷାର ବିକାଶ ମାଧ୍ୟମରେ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି କରିବା, ଶିଶୁମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ୟୁନିସେଫ୍‌ ଓ ଆକ୍ସନଏଡ୍‌ର ଜିଲା ସଂଯୋଜିକା ଅଙ୍ଗୁର ମିଶ୍ର କହିଲେ ଶିକ୍ଷାରୁ ବିମୁଖ ହେବା ବାଲ୍ୟ ବିବାହର ପ୍ରମୁଖ କାରଣ। ‘ଅଦ୍ୱିକା’, ‘କଳ୍ପନା’ ଅଭିଯାନର ପ୍ରସାର କରାଇବା, ମାଗଣା ବାଧ୍ୟତାମୂଳକ ଶିକ୍ଷା, ନିଯୁକ୍ତି ମେଳାକୁ ବ୍ୟାପକ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା, ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଆଲୋକପାତ କରିଥିଲେ। ଶିଶୁ ମଙ୍ଗଳ ସମିତି ସଦସ୍ୟ ନିରଞ୍ଜନ ମିଶ୍ର ‘ଆଶୀର୍ବାଦ ଯୋଜନା’ ସମ୍ପର୍କରେ କହିଥିଲେ। ଜିଲା ପ୍ରଶାସନ, ୟୁନିସେଫ୍‌ ଏବଂ ଆକ୍ସନ୍‌ଏଡ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?