କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ ହ୍ରାସ ପାଇଛି। ପ୍ରଶାସନିକ ଉଦ୍ୟମ, ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି କୁପ୍ରଥା ଯଦିଓ କମିଛି; ତେବେ ତାହା ଆଖିଦୃଶିଆ ନୁହେଁ। ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିବାବେଳେ ଏବେ ଲୋଡ଼ାଯାଇଛି ଗଁା ଏବଂ ଜାତି ମୁଖିଆଙ୍କ ସହାୟତା। ଜିଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଏ ସଂକ୍ରାନ୍ତରେ ଶିକ୍ଷା ବିଭାଗ ଏବଂ ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ବାଲ୍ୟ ବିବାହର ବିଲୋପ ପାଇଁ ଏଣିକି ପ୍ରତିମାସରେ ହେଉଥିବା ‘ମୋ ପଞ୍ଚାୟତ’, ‘ମୋ ବ୍ଲକ’, ‘ମୋ ଢେଙ୍କାନାଳ’ କାର୍ଯ୍ୟକରେ ବାଲ୍ୟ ବିବାହ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବ। କିଶୋରୀ କିଶୋରଙ୍କ ଲାଗି ରହିଥିବା ସମସ୍ତ ଯୋଜନାକୁ ଏକତ୍ରୀକରଣ କରି ଲିଫ୍‌ଲେଟ ପ୍ରସ୍ତୁତ ହେବ। ‘ଇଚ୍‌ ଓ୍ବାନ୍‌ ଟିଚ୍‌ ଓ୍ବାନ୍‌’ କାର୍ଯ୍ୟକ୍ରମକୁ ଆଗକୁ ନିଆଯିବ। ବାଲ୍ୟବିବାହକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଜିଲାପାଳ ଜିଲାର ୪୦ ଶିକ୍ଷକ, ୮ ବ୍ଲକର ବିଇଓ, ୮ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିବା, ସମ୍ପୃକ୍ତ ପିଲାଙ୍କୁ ପୁନର୍ବାର ବିଦ୍ୟାଳୟ ମୁହଁା କରାଇବା, ପାଠପଢ଼ା ବୟସ ଅତିକ୍ରାନ୍ତ ହୋଇଥିବା ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ଲାଗି ଜିଲାପାଳ ପରାମର୍ଶ ଦେଇଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ୮ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ଏବଂ ଜାତି ମୁଖିଆଙ୍କ ସହିତ ଏ ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳର ଶିଶୁଙ୍କୁ ବିଦ୍ୟାଳୟ ମୁହଁା କରାଇବା ଲାଗି ନେତୃତ୍ୱ ନେବା, ନାବାଳିକା-ନାବାଳକ ବିବାହ ରୋକିବା, ଶିକ୍ଷାର ବିକାଶ ମାଧ୍ୟମରେ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି କରିବା, ଶିଶୁମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ୟୁନିସେଫ୍‌ ଓ ଆକ୍ସନଏଡ୍‌ର ଜିଲା ସଂଯୋଜିକା ଅଙ୍ଗୁର ମିଶ୍ର କହିଲେ ଶିକ୍ଷାରୁ ବିମୁଖ ହେବା ବାଲ୍ୟ ବିବାହର ପ୍ରମୁଖ କାରଣ। ‘ଅଦ୍ୱିକା’, ‘କଳ୍ପନା’ ଅଭିଯାନର ପ୍ରସାର କରାଇବା, ମାଗଣା ବାଧ୍ୟତାମୂଳକ ଶିକ୍ଷା, ନିଯୁକ୍ତି ମେଳାକୁ ବ୍ୟାପକ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା, ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଆଲୋକପାତ କରିଥିଲେ। ଶିଶୁ ମଙ୍ଗଳ ସମିତି ସଦସ୍ୟ ନିରଞ୍ଜନ ମିଶ୍ର ‘ଆଶୀର୍ବାଦ ଯୋଜନା’ ସମ୍ପର୍କରେ କହିଥିଲେ। ଜିଲା ପ୍ରଶାସନ, ୟୁନିସେଫ୍‌ ଏବଂ ଆକ୍ସନ୍‌ଏଡ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ...

ଚେନ୍ନାଇରୁ ବୋଟ୍‌ରେ ଆସିଲେ ୪୨ ଶ୍ରମିକ : ସମୁଦ୍ରରେ ୫ ଦିନ ଯାତ୍ରା, କ୍ୱାରାଣ୍ଟାଇନ୍‌କୁ ଗଲେ ସମସ୍ତେ

ବ୍ରହ୍ମପୁର ଅଫିିସ,୧୨ା୫-ଗଞ୍ଜାମ ଜିଲାକୁ ପୁଣି ବୋଟ୍‌ରେ ଆସିଲେ ପ୍ରବାସୀ ଶ୍ରମିକ। ସୋମବାର ସନ୍ଧ୍ୟାରେ ଚେନ୍ନାଇରୁ ସମୁଦ୍ରରେ ୪୨ ଜଣ ଶ୍ରମିକ ମାର୍କଣ୍ଡିରେ ପହଞ୍ଚିଛନ୍ତି । ଏମାନଙ୍କ...

ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ ଋଣ ଠକେଇ: ୧୭ବର୍ଷ ପରେ ଆଉ ଜଣେ ଗିରଫ, ଜେଲ୍‌ ଗଲେ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଜାଲ୍‌ କାଗଜପତ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ନେଇ ପରବର୍ତ୍ତୀ ସମୟରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତଙ୍କୁ ୧୭ବର୍ଷ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ...

ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା

ଉଲୁଣ୍ଡା, ୧୨ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଛି। ସକାଳ ୫ଟାରେ ଦ୍ୱାର...

ସୁରଟରେ ଓଡ଼ିଆ ଯୁବକ ମୃତ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- କାମ ପାଇଁ ଗୁଜରାଟ ଯାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି ।...

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଗତମାସ ୨୧ ତାରିଖରେ ଭିତର ସେବାୟତ ନିଯୋଗ କୋଠା ଭଙ୍ଗା ସରିବା ପରେ...

ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର,୧।୩(ବ୍ୟୁରୋ): ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ଘଟଣା ସମ୍ବଲପୁର ଜିଲା ଚାଉଁରପୁର ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ...

ବର୍ଷାରେ ବେହାଲ ଭଦ୍ରକ, ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ ଅଫିସ, ୧୪।୯: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି...

Advertisement
Archives

Model This Week