ମେ’ ରୁ ଜୁଲାଇ ହ୍ରାସ, ଅଗଷ୍ଟରୁ ବୃଦ୍ଧି

ଅନୁଗୋଳ ଅଫିସ, ୨୯ା୧୦:  କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚରୁ ଲକ୍‌ଡାଉନ୍‌ ହୋଇଥିଲେ ମଧ୍ୟ ଅନୁଗୋଳ ବିଳମ୍ବରେ କୋଭିଡ୍‌ ସଂକ୍ରମିତ ଜିଲା ତାଲିକାରେ ସାମିଲ ହୋଇଥିଲା। ମେ’ ୧୦ ତାରିଖରେ ପ୍ରଥମ କରି ଏହି ଜିଲାରୁ ୧୫ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏଠାରେ କଟକଣାକୁ ଅଧିକ କଡ଼ାକଡ଼ି କରିଦିଆଯାଇଥିଲା। ଫଳରେ ଅତି ଆବଶ୍ୟକ ନ ପଡ଼ିଲେ ଲୋକେ ଘରୁ ଗୋଡ଼ କାଢ଼ୁ ନ ଥିଲେ। ଏପରି କି ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସାଧାରଣ ରୋଗୀ ଆସିବା କମିଯାଇଥିଲା। ଜୁଲାଇ ଯାଏ ରୋଗୀ ସଂଖ୍ୟାରେ ଏପରି ହ୍ରାସ ଦେଖାଯାଇଥିଲା। କିନ୍ତୁ ଅଗଷ୍ଟଠାରୁ ମେଡିକାଲ ଓପିଡି ସମ୍ମୁଖରେ ପୁଣି ଗହଳିଚହଳି ଆରମ୍ଭ ହୋଇଯାଇଛି। ଦୈନିକ ୮ଶହରୁ ଅଧିକ ରୋଗୀ ମେଡିକାଲ ଆସୁଥିବା ଜଣାପଡ଼ିଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସମେତ ବୌଦ୍ଧ, ଦେବଗଡ଼ ଓ ଢେଙ୍କାନାଳ ଜିଲାର ବହୁ ରୋଗୀ ନିର୍ଭର କରନ୍ତି। ଏହି ମେଡିକାଲରେ ୧୦ଟି ଓପିଡି ଓ ୪ଟି ସୁପର ସ୍ପେଶିଆଲିଟି ଓପିଡି ରହିଛି। ଅନୁଗୋଳରେ କରୋନା ପଜିଟିଭ୍‌ ଚିହ୍ନଟ ପୂର୍ବରୁ ଦୈନିକ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ବିଭିନ୍ନ ଓପିଡିରେ ଧାଡ଼ି ଲଗାଉଥିଲେ। ସାଧାରଣତଃ ସର୍ଜରୀ, ଦାନ୍ତ, ଚକ୍ଷୁ, ଭେଷକ(ମେଡିସିନ୍‌), କ୍ୟାନ୍‌ସର, ସ୍ତ୍ରୀ ଓ ପ୍ରସୂୂତି, ଶିଶୁ, ମାନସିକ ରୋଗ, ଇଏନ୍‌ଟି, ଅସ୍ଥିଶଲ୍ୟ, ଯକ୍ଷ୍ମା ଆଦି ଓପିଡିରେ ସେମାନେ ଡାକ୍ତରୀ ପରାମର୍ଶ ନେଉଥିଲେ। ସେହିପରି ବିଭିନ୍ନ ଦିନରେ ଖୋଲୁଥିବା ସୁପର ସ୍ପେଶିଆଲିଟି ଓପିଡିକୁ କାଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ଗ୍ୟାଷ୍ଟ୍ରୋଲୋଜି ସମ୍ବନ୍ଧୀୟ ରୋଗୀମାନେ ଆସୁଥିଲେ। କିନ୍ତୁ ଜିଲାରୁ କରୋନା ସଂକ୍ରମିତ ବାହାରିବା ପରେ ଭୟରେ ଅନେକ ରୋଗୀ ମେଡିକାଲ ଆସୁ ନ ଥିଲେ। ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ସେମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଅଧିକ ଖରାପ ନ ଥିଲେ ଡାକ୍ତରଖାନାର ଗହଳିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ତଦନୁଯାୟୀ ସାଧାରଣ ରୋଗୀମାନେ ଡାକ୍ତରଙ୍କ ପୁରୁଣା ଚିଠାରେ ଔଷଧ ଖାଇ ଘରେ ରହିଯାଉଥିଲେ। ତେଣୁ ମେ ମାସରୁ ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଆସିବା ହ୍ରାସ ପାଇଥିଲା। ଜୁଲାଇ ପର୍ଯ୍ୟନ୍ତ ଦୈନିକ ୫ଶହ ରୋଗୀ ଆସୁଥିବା ଦେଖାଯାଇଥିଲା। କିନ୍ତୁ ଅଗଷ୍ଟ ମାସରୁ ରୋଗୀଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଏବେ ଦିନକୁ ପ୍ରାୟ ୮ଶହ ରୋଗୀ ଆସୁଛନ୍ତି। ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତଙ୍କ ସହ ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ରୋଗୀମାନେ ଅଧିକ ସଂଖ୍ୟାରେ ମେଡିକାଲ ଆସୁଥିବା ସୂଚନା ମିଳିଛି। ତେବେ କରୋନା କାରଣରୁ ସ୍ବାସ୍ଥ୍ୟପ୍ରତି ଲୋକେ ସଚେତନ ହୋଇଥିବାରୁ ପେଟ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା ସୂଚନା ମିଳିଛି।

କିଛି ଦିନ ସଂଖ୍ୟା କମ୍‌ ଥିଲା
କରୋନା ସଂକ୍ରମଣର ଆଶଙ୍କାକୁ ଦେଖି ମଝିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ କମ୍‌ ସଂଖ୍ୟକ ରୋଗୀ ଆସୁଥିଲେ। କିନ୍ତୁ ଏବେ ସେହି ସଂଖ୍ୟା ଢେର ବୃଦ୍ଧି ପାଇଛି। ମେଡିକାଲରେ ବନ୍ଦ ରହିଥିବା ବିଭିନ୍ନ ଚିକିତ୍ସା ସେବା ପୁନଃ ଚାଲୁ କରାଯାଇଥିବାରୁ ଓପିଡିଗୁଡ଼ିକରେ ପୂର୍ବଭଳି ଗହଳି ଲାଗି ରହୁଛି।

-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ପେଟ ରୋଗୀଙ୍କ ସଂଖ୍ୟା କମିଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପେଟ ରୋଗ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ଢେର କମିଯାଇଛି। କରୋନା ଭୟରେ ଲୋକେ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହୋଇଥିବାରୁ ପୂର୍ବଭଳି ଝାଡ଼ା, ବାନ୍ତି ଆଦି ରୋଗୀ ମେଡିକାଲକୁ ଆସିନାହାନ୍ତି।
-ଡାକ୍ତର ଦୀପକ ଗଡ଼ନାୟକ, ଭେଷଜ ବିଭାଗ, ଅନୁଗୋଳ
ମେଡିକାଲ ଆସିବାକୁ ବାଧ୍ୟ
କୋଭିଡ୍‌କୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ରହିଛି। କିନ୍ତୁ ମେଡିକାଲ ନ ଆସିଲେ ସେମାନଙ୍କ ଜୀବନପ୍ରତି ବିପଦ ରହିଛି। କିଛିଦିନ ଡାକ୍ତରଙ୍କ ପୁରୁଣା ଚିଠାରେ ଔଷଧ ଖାଇ ଅଟକି ଯାଇଥିଲେ ବି ରୋଗ କି ଯନ୍ତ୍ରଣା ଉପସମ ହୋଇନାହିଁ। ତେଣୁ ଏପରି ରୋଗୀ ମେଡିକାଲ ଆସିବାକୁ ବାଧ୍ୟ ହେଉଛନ୍ତି।
-ବରଦା ପ୍ରସନ୍ନ ଦାସ, ଅନୁଗୋଳ
ସଚେତନତା ହିଁ ସଂଖ୍ୟା କମାଇଛି
କରୋନା ଆସିବା ପରେ ଲୋକମାନେ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ହୋଇଛନ୍ତି। ଏହାସାଙ୍ଗକୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ମଧ୍ୟ ସହାୟ ହୋଇଛି। ଲୋକେ ବାହାର ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ କମାଇ ଦେଇଛନ୍ତି। ଫାଷ୍ଟଫୁଡ୍‌ ଓ ଚଟ୍‌ପଟା ଖାଦ୍ୟଠାରୁ ଦୂରେଇ ରହିବାରୁ ଲୋକେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି।
-ଆଦ୍ୟଶ୍ଲୋକ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri