ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏହି ମହୋତ୍ସବରେ ଆବଶ୍ୟକ ଆୟ ଓ ବ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲା ପ୍ରଶାସନର ସହାୟତା ସହ ସ୍ଥାନୀୟ ହୋଟେଲ, ବଣିକ ସଙ୍ଘ, ଅଞ୍ଚଳବାସୀ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ସେହି ପ୍ରକାରେ ସମସ୍ତଙ୍କ ସହଯୋଗରେ ମହୋତ୍ସବ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଚଳିତ ଶୀତ ମହୋତ୍ସବକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।
ସେହିପରି ସ୍ଥାନୀୟ କଳାକାରଙ୍କୁ ମଞ୍ଚରେ ସୁଯୋଗ ଦିଆଯିବା, ଶୃଙ୍ଖଳା ରକ୍ଷା, ଭିଆଇପିଙ୍କୁ ପାସ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା, ମଞ୍ଚରେ ଯୋଗଦେବାକୁ ଥିବା ଦୈନିକ ଅତିଥିଙ୍କ ଚୟନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଇଭେଣ୍ଟ ଚୟନ ଓ ସ୍ଥିର କରିବା, ମହୋତ୍ସବ ପରିଚାଳନା ପାଇଁ ସବ କମିଟି ଚୟନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, କନ୍ଧମାଳ ଏମପିଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ମଞ୍ଚାସିନ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତୀଶ ପ୍ରିୟଦର୍ଶୀ ସାହୁ ପ୍ରଥମ ବୈଠକର ବିବରଣୀ ସମସ୍ତଙ୍କୁ ଅବଗତ କରାଇଥିଲେ। ସେହିପରି କମିଟିର କର୍ମକର୍ତ୍ତା ତଥା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ,ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା,ହୋଟେଲ ସଙ୍ଘ ସଭାପତି ଗିରିଶ ଚନ୍ଦ୍ର ସାହୁ, ବଣିକ ସଙ୍ଘ ସଭପତି ଲଡ଼ୁ କିଶୋର ସାହୁ, ଭାଜପାସ୍‌ର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା ସମ୍ପାଦକ ହରେନ କୁମାର ସାହୁ, ଭାଲୁ ସାହୁ,ସରପଞ୍ଚ ଚନ୍ଦ୍ରିକା ମଲିକ, ବନାନୀ ସାରସ୍ବତ ପରିଷଦର ସମ୍ପାଦକ ବିଦେଶୀ ନାୟକ, ଅରୁଣ ପ୍ରଧାନ, ପ୍ରଭାକର ସାହୁ,ଦିଲୀପ କୁମାର ସାହୁ, ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ, ପ୍ରଶାନ୍ତ ସାହୁ, ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକ ଶେଷ ରେ ନୂତନ କମିଟି ଓ ସବ କମିଟି ଚୟନ ପାଇଁ ନିଷ୍ପତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri