ସଜେଇ ହେଉଛି ଉଦୟପୁର-ତାଳସାରୀ

ଭୋଗରାଇ,୯ା୯: ନୂଆ ରୂପରେ ସଜେଇ ହେଉଛି ବାଲେଶ୍ୱର ଜିଲାର ବେଳାଭୂମି ଉଦୟପୁର-ତାଳସାରୀ। ଦୀର୍ଘବର୍ଷ ଧରି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ବେଳାଭୂମିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଦୁବାଇ ଭଳି ସୌନ୍ଦର୍ଯ୍ୟକରଣ କରାଯିବା ସହ ଓଡ଼ିଶା ମାନଚିତ୍ରରେ ଏହି ବେଳାଭୂମି ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି କାର୍ଯ୍ୟାଦେଶ ନେଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।
୨୦୨୦ରେ ରାଜ୍ୟ ସରକାର ଏହି ବେଳାଭୂମିର ସୌନ୍ଦର୍ଯ୍ୟକରଣ ଲାଗି ୧ଶହ କୋଟି ଟଙ୍କାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ୫-ଟି ସଚିବ ଭି. କେ. ପାଣ୍ଡିଆନ, ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବରିଷ୍ଠ ଅଧିକାରୀ ବେଳାଭୂମିକୁ ଆସି ସ୍ଥିତି ଅନୁଧ୍ୟାନ କଲା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ୨୦୨୧ରେ ବାତ୍ୟା ୟାସ୍‌ ଉଦୟପୁର-ତାଳସାରୀ ୨.୭ କି.ମି. ବ୍ୟାପ୍ତ ୫୬କୋଟି ଟଙ୍କା ବ୍ୟୟରେ ନିର୍ମିତ ମେରାଇନ ଡ୍ରାଇଭ ପଥରବନ୍ଧ କ୍ଷତିଗ୍ରସ୍ତ ହେବାରୁ ଏହା କାର୍ଯ୍ୟକାରୀ ହେବାରେ ମନ୍ଥରତା ଦେଖାଯାଇଥିଲା। ଗତବର୍ଷ ଡିସେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦୟପୁର-ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୨୯କୋଟି ଟଙ୍କା ଅନୁଦାନ ଘୋଷଣା କରିବା ପରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ନିକଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ପର୍ଯ୍ୟଟନ, ସେଚ ବିଭାଗ ଉଚ୍ଚ ପଦାଧିକାରୀଙ୍କ ସହ ଜିଲାପାଳ ଏବଂ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଅନନ୍ତ ଦାସ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥିତି ଅନୁଧ୍ୟାନ କରିବା ପରେ ଏନବିସିସି ନାମକ ଏକ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ସେପ୍ଟେମ୍ବର ପହିଲାରୁ ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ତଥା ପର୍ଯ୍ୟଟକଙ୍କ ବସିବା ନିମନ୍ତେ ମେରାଇନ ଡ୍ରାଇଭରେ କଂକ୍ରିଟ ବେଞ୍ଚ ନିର୍ମାଣ ଓ ୧୬ଟି ବଭିିନ୍ନ ରଙ୍ଗର ଷ୍ଟଲ କାର୍ଯ୍ୟ ଆଗେଇ ଚାଲିଛି। ଏହି ବେଳାଭୂମିକୁ ନୂଆ ରୂପରେ ସଜାଇ ଦିଆଯିବ ବୋଲି ଏନବିସିସିର ଜୋନାଲ ମ୍ୟାନେଜର ବିଭୂଦତ୍ତ ମିଶ୍ର ସୂଚନା ଦେଇଛନ୍ତି। ଉଦୟପୁର-ତାଳସାରୀ ନୂଆ ରୂପରେ ଗଢ଼ିଉଠିଲେ ଦୀଘା ଫିକା ପଡ଼ିବ ବୋଲି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ତଥା ଇଚ୍ଛାଶକ୍ତି ଅଭାବ ଯୋଗୁ ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ଆଗେଇପାରୁନି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ କହିଛନ୍ତି। ଏହି ବେଳାଭୂମିର ବିକାଶ ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିବ ବୋଲି କୁହାଯାଇଛି।
ରିପୋର୍ଟ: ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri