Categories: ଫୁରସତ

ଚକୋଲେଟ୍‌ରେ ସଜବାଜ

ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଓ ଖାସ୍‌ ଦେଖାଯିବାକୁ ଚାହାନ୍ତି। ସେଥିପାଇଁ କେହି କେହି ଅଜବ ଷ୍ଟାଇଲ୍‌ କରିବାକୁ ବି ପଛାନ୍ତି ନାହିଁ। ଯେମିତି କି ଏବେ ଜଣେ କନିଆଙ୍କ ହେୟାରଷ୍ଟାଇଲ୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଏହି କନିଆ ନିଜ କେଶକୁ ଫୁଲ ଓ ଗଜରାରେ ସଜାଇ ନାହାନ୍ତି। ବରଂ ସଜାଇଛନ୍ତି ଚକୋଲେଟ୍‌ରେ। ତାଙ୍କ ହେୟାର ଡ୍ରେସର୍‌ ବେଣୀ କରି ସେଥିରେ କିଟକାଟ୍‌, ଫାଇଭ୍‌୍‌ଷ୍ଟାର, ଫରେରୋ ରୋଚର୍‌, ମିଲ୍କିବାର୍‌ ପରି ଚକୋଲେଟ୍‌ ଲଗାଇ ସଜାଇଛନ୍ତି। କେବଳ ସେତିକି ନୁହେଁ ସେ ଚକୋଲେଟ୍‌ର ହାର ତିଆରି କରି ବେକରେ ଲଗାଇଛନ୍ତି। ଆଉ ଚକୋଲେଟ୍‌ରେ ତିଆରି କାନର ଝୁମୁକା ଓ ମଥାମଣି ବି ଲଗାଇଛନ୍ତି। ତାଙ୍କର ଏହି ଚକୋଲେଟ୍‌ ଗହଣା ଓ ଚକୋଲେଟ୍‌ ଫୁଲକୁ ସୋସିଆଲ ମିଡିଆରେ ଅନେକେ ପସନ୍ଦ କରୁଥିବାବେଳେ, କେହି କେହି ଏହାକୁ ନାପସନ୍ଦ ବି କରିଛନ୍ତି।

Share