କମୁଛି କୋଭିଡ୍‌ ଟିକା ଚାହିଦା

ନୂଆଦିଲ୍ଲୀ, ୯।୧୨: କୋଭିଡ୍‌ ଟିକା ଯୋଗାଣ ତୁଳନାରେ ଚାହିଦା କମିଗଲାଣି। ତେଣୁ ବୁଷ୍ଟର ଡୋଜ୍‌ ପ୍ରସ୍ତୁତି ପାଇଁ ଅନୁମତି ପ୍ରଦାନ ନିମନ୍ତେ ଭାରତୀୟ ଭାକ୍ସିନ୍‌ ନିର୍ମାତାମାନେ ସରକାରଙ୍କ ନିକଟରେ ଲବି କରୁଥିବା ଜଣାପଡ଼ିଛି। ରୁଷିଆର ସ୍ପୁଟ୍‌ନିକ ଟିକା ପ୍ରସ୍ତୁତ କରୁଥିବା ଏକ କମ୍ପାନୀ ୧୦ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ପ୍ରସ୍ତୁତି ଯୋଜନାକୁ ସ୍ଥଗିତ ରଖିଥିବା କହିଛି। ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇଆଇ) ଏବଂ ସ୍ପୁଟ୍‌ନିକର ଭାରତୀୟ ବିତରକ ଥିବା ଡ. ରେଡ୍ଡିସ୍‌ ଲାବରେଟୋରି ବୁଷ୍ଟର ଡୋଜ୍‌ ପାଇଁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା କହିଛନ୍ତି।
ଦେଶର ୯୪.୪ କୋଟି ସାବାଳକଙ୍କୁ ସମ୍ପୂର୍ଣ୍ଣ ଟିକାଦାନ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଭାରତରେ ବୁଷ୍ଟର ଡୋଜ୍‌ ଆବଶ୍ୟକ କି ନାହିଁ ତାହା ଉପରେ ଇମୁନାଇଜେଶନ ବିଶେଷଜ୍ଞମାନେ ଅନୁଧ୍ୟାନ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ସାବାଳକ ଜନସଂଖ୍ୟାର ୫୦%ରୁ ଅଧିକ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବାବେଳେ ୮୬ ପ୍ରତିଶତ ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଛନ୍ତି। ଦେଶରେ ମୋଟ ୧୩୦ କୋଟି ଡୋଜ୍‌ ଟିକା ଦିଆଗଲାଣି। ସେଥିରୁ ପାଖାପାଖି ୯୦ ପ୍ରତିଶତ ହେଉଛି ସିଆଇଆଇ ପ୍ରସ୍ତୁତ କୋଭିଶିଲ୍ଡ। ଅଧିକାଂଶ ସାବାଳକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ଲାଗି ସରକାର ମୋଟ ୧୭୦ କୋଟି ଡୋଜ୍‌ ଚାହୁଁଛନ୍ତି। ସରକାରଙ୍କ ଅର୍ଡରର ବକେୟା ଡୋଜ୍‌ ଆସନ୍ତା ସପ୍ତାହ ସୁଦ୍ଧା ପ୍ରସ୍ତୁତ କରିଦେବାକୁ ଏସ୍‌ଆଇଆଇ ଯୋଜନା କରିଛି। ଚାହିଦା କମୁଥିବାରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହାର ମାସିକ କୋଭିଶିଲ୍ଡ ଉତ୍ପାଦନ ଅଧା କମାଇ ଦେବାକୁ ଯୋଜନା କରିଥିବା କହିଛି।
ସ୍ପୁଟ୍‌ନିକ-ଭି ଟିକାର ପାଖାପାଖି ୧୦୦ କୋଟି ଡୋଜ୍‌ ପ୍ରସ୍ତୁତି ଲାଗି ରୁଷିଆ ସରକାରଙ୍କ ଅର୍ଥ ଲଗାଣକାରୀ ସଂସ୍ଥା ଆର୍‌ଡିଆଇଏଫ୍‌ ଏସ୍‌ଆଇଆଇ ସମେତ ୭ ଭାରତୀୟ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏହା ଭାରତରେ ବ୍ୟବହାର ହେବା ସହ ବିଦେଶକୁ ରପ୍ତାନି ହୋଇଥାନ୍ତା। ତେବେ ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତରେ ମାତ୍ର ୧୨ ଲକ୍ଷ ସ୍ପୁଟ୍‌ନିକ-ଭି ଡୋଜ୍‌ ବ୍ୟବହାର ହୋଇଛି। ରୁଷିଆରୁ ଆମଦାନି ହୋଇ ଭାରତରେ ବଟଲିଂ ହୋଇଥିବା ପ୍ରାୟ ୪ ନିୟୁତ ଡୋଜ୍‌ ବିଦେଶକୁ ରପ୍ତାନି ହୋଇଛି। ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଦେବା ନିମନ୍ତେ ଆମେ ଦେଶର ଔଷଧ ନିୟନ୍ତ୍ରକ ସଂସ୍ଥା ସହ କଥାବାର୍ତ୍ତା ଚଳାଇଛୁ ବୋଲି ଡ. ରେଡ୍ଡିସ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜି.ଭି. ପ୍ରସାଦ କହିଛନ୍ତି। ଏବେ ଆଉ ଟିକା ଚାହିଦା ନାହିଁ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯଥେଷ୍ଟ ଟିକା ଯୋଗାଇ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୋଗାଣ ପାଇଁ ଚାପ ପଡ଼ୁ ନ ଥିବା ସେ କହିଛନ୍ତି। ୧୦୦ ନିୟୁତ ସ୍ପୁଟ୍‌ନିକ ଡୋଜ୍‌ ଉତ୍ପାଦନ ଯୋଜନାକୁ ଅନ୍ୟ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ସ୍ଥଗିତ ରଖିଛି। ଏହା ବଦଳରେ କମ୍ପାନୀ ଅନ୍ୟ ଟିକା ଉତ୍ପାଦନ ଉପରେ ଜୋର୍‌ ଦେଉଛି। ଚାହିଦା ବଢ଼ିଲେ ଉକ୍ତ କମ୍ପାନୀ ସ୍ପୁଟ୍‌ନିକ ଟିକା ଉତ୍ପାଦନ କରିବ ବୋଲି କହିଛି। ରପ୍ତାନି ବଜାର ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆର୍‌ଡିଆଇଏଫ୍‌ର ଭାରତରେ ଉତ୍ପାଦନ ସହଯୋଗୀ ଥିବା କମ୍ପାନୀର ମୁଖପାତ୍ର ସୂଚନା ଦେଇଛନ୍ତି। ଏହା ପରିବର୍ତ୍ତେ ସ୍ପୁଟ୍‌ନିକ ଲାଇଟ୍‌କୁ ଭାରତରେ ଖୁବ୍‌ଶୀଘ୍ର ଅନୁମତି ମିଳିବା ଆଶା କରାଯାଉଛି। ଏହାକୁ ଦେଶରେ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯାଇପାରିବ। ବାୟୋଲୋଜିକାଲ-ଇ କମ୍ପାନୀର ପ୍ରୋଟିନ୍‌ ଆଧାରିତ ଭାକ୍ସିନ, ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ ଏବଂ ଜିନୋଭା କମ୍ପାନୀର ଏମ୍‌ଆର୍‌ଏନ୍‌ଏ ଟିକା ପରୀକ୍ଷା କିମ୍ବା ଅନୁମୋଦନ ଅପେକ୍ଷାରେ ରହିଛି।

୫୭ ଦେଶକୁ ବ୍ୟାପିଲା ଓମିକ୍ରନ୍‌

କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ୫୭ ଦେଶକୁ ବ୍ୟାପିଲାଣି। ସଂକ୍ରମଣ ବଢ଼ୁଥିବାରୁ ରୋଗୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଜରୁରୀ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବୁଧବାର କୁହାଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ କେତେ ଗୁରୁତର ଏବଂ ଟିକା ଦ୍ୱାରା ସୃଷ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରୁଛି କି ନାହିଁ, ତାହା ଜାଣିବା ପାଇଁ ଅଧିକ ତଥ୍ୟର ଆବଶ୍ୟକତା ରହିଥିବା ଡବ୍ଲ୍ୟୁଏଚ୍‌ଓର ସାପ୍ତାହିକ ରିପୋର୍ଟରେ କୁହାଯାଇଛି। ଯଦିଓ ଏହା ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ସଂକ୍ରମିତ ଅଧିକ ଗୁରୁତର ହେଉନାହାନ୍ତି, ତେବେ ସଂକ୍ରମଣ ବଢ଼ିଲେ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍‌ର ନୂଆ ଭାରିଆଣ୍ଟକୁ ନଭେମ୍ବର ୨୬ରେ ଡବ୍ଲ୍ୟୁଏଚ୍‌ଓ ଓମିକ୍ରନ୍‌ ଭାବେ ନାମିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri