Posted inଖେଳ

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଆସନ୍ତା ଜୁନ୍‌ ୬ରେ କୁଏଟ୍‌ ବିପକ୍ଷରେ ଫିଫା ବିଶ୍ୱକପ କ୍ୱାଲିଫାୟର ଖେଳିବା ପରେ ସେ ଅବସର ନେବେ ବୋଲି ପ୍ରକାଶ କରି ସାରିଛନ୍ତି। ଏଥିସହ ତାଙ୍କ ୧୯ ବର୍ଷ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ୯୪ ଗୋଲ ସହ ସେ ଭାରତର ଟପ୍‌ ସ୍କୋରର ମଧ୍ୟ ରହିଛନ୍ତି। ତେବେ ଏହି ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା। ଘରୋଇ ସର୍କିଟରେ ନିଜ ନୈତିକ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ପରେ ସେ ବିଶ୍ରାମ ନେବା ଲାଗି ପୂର୍ବରୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ ଖେଳିବା ରେକର୍ଡ ସହ ସେ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ନେଉଛନ୍ତି। ”ଅବସର ନିଷ୍ପତ୍ତି ଶାରୀରିକ ସମ୍ବନ୍ଧୀୟ ନୁହେଁ, ମୁଁ ଏବେ ମଧ୍ୟ ଫିଟ୍‌ ଅଛି। ରନିଂ, ଚେଜିଂ, ଡିଫେଣ୍ଡିଂ ଏବଂ କଠିନ ପରିଶ୍ରମ ମୋ ପାଇଁ କଷ୍ଟସାଧ୍ୟ ନୁହେଁ। ମାନସିକ ଦୃଷ୍ଟିକୋଣ ହେଉଛି ଏହାର କାରଣ“ ବୋଲି ଶୁକ୍ରବାର ଏକ ଭର୍ଚୁଆଲ ଇଣ୍ଟ୍ରାକ୍ସନ ଅବସରରେ ଛେତ୍ରୀ ପ୍ରକାଶ କରିଛନ୍ତି। ତେବେ ସେ ମେଣ୍ଟାଲ ହେଲ୍‌ଥ ସମ୍ପର୍କରେ ବିସ୍ତୃତଭାବେ କିଛି କହି ନ ଥିଲେ। ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ପେସାଦାର ଖେଳାଳିଙ୍କ ପାଇଁ ଏହା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। ”ମୁଁ ମୋ ସହ ଲଢ଼େଇ କରୁଛି। ସାମଗ୍ରିକ ଦୃଷ୍ଟିକୋଣରୁ ଚିନ୍ତା କରିବାକୁ ଚେଷ୍ଟା କରୁଛି। ଏହା ସ୍ବତଃପ୍ରବୃତ୍ତ ଆସିଛି। ବେଙ୍ଗାଲୁରୁ ଏଫ୍‌ସି ସହିତ ମୁଁ ଆଉ ଏକ ବର୍ଷ ଅଛି। ଘରୋଇ ଫୁଟ୍‌ବଲ ମୁଁ ଆଉ କେତେବର୍ଷ ଖେଳପାରିବି ଜାଣିନାହିଁ। ଏହାପରେ ସମ୍ପୂର୍ଣ୍ଣ ବିଶ୍ରାମ ନେବି“ ବୋଲି ସେ କହିଛନ୍ତି।
ପ୍ଲେଇଂ କ୍ୟାରିୟର ପରେ କୋଚିଂ ଦେବାକୁ ପସନ୍ଦ କରିବେ କି ବୋଲି ପ୍ରଶ୍ନର ଉତ୍ତରରେ ଛେତ୍ରୀ କହିଲେ ଯେ, ”ମୁଁ କେବେ ନା ବୋଲି କହିବିନି। ବିଶ୍ରାମ ସମୟରେ ମୁଁ ଏ ସମ୍ପର୍କରେ ଚିନ୍ତା କରିବି। ତେବେ ଭବିଷ୍ୟତ ସମ୍ପର୍କରେ ମୁଁ ଏବେ ବିଶେଷ କିଛି ଭାବିନାହିଁ“। ଇଣ୍ଡିଆନ ସୁପର ଲିଗ୍‌ରେ ବେଙ୍ଗାଲୁରୁ ଏଫ୍‌ସି ସହ ଛେତ୍ରୀଙ୍କ ଚୁକ୍ତି ମିଆଦ ଆସନ୍ତା ବର୍ଷ ଶେଷ ହେବ। ବାଇଚୁଙ୍ଗ ଭୂତିଆଙ୍କ ପରେ ସେ ଭାରତୀୟ ଫୁଟ୍‌ବଲର ମଙ୍ଗ ସମ୍ଭାଳିଥିଲେ। ଅବସର ଘୋଷଣା କରିବା ପୂର୍ବରୁ ସେ ଭାରତୀୟ ଦଳର କୋଚ୍‌ ଇଗର ଷ୍ଟିମାକ୍‌ଙ୍କ ସହ ଆଲୋଚନା କରିଥିଲେ ବୋଲି ପ୍ରକାଶ କରିଛନ୍ତି। ”ମୁଁ ଯେତେବେଳେ ଷ୍ଟିମାକ୍‌ଙ୍କ ନିକଟକୁ ଯାଇ ଅବସର ନିଷ୍ପତ୍ତି ସମ୍ପର୍କରେ କହିଥିଲି ସେ ଏହାକୁ ହୃଦୟଙ୍ଗମ କରିଥିଲେ। ଭାରତର ତାରକା କ୍ରିକେଟର ବିରାଟ କୋହଲିଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ସେ ମୋର କ୍ଲୋଜ୍‌ ଫ୍ରେଣ୍ଡ। ମୋତେ ସେ ଭଲଭାବେ ବୁଝିଛନ୍ତି“ ବୋଲି ଛେତ୍ରୀ ପ୍ରକାଶ କରିଛନ୍ତି।

ନିଷ୍ପତ୍ତି ନେବା ପୂର୍ବରୁ ….

ଆଇକନିକ ଭାରତୀୟ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଖେଳରୁ ଅବସର ନେବା ନିଷ୍ପତ୍ତି ନେବା ପୂର୍ବରୁ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପରାମର୍ଶ ନେଇଥିଲେ। ଏଥିରୁ ଦୁଇ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଥିବା ବନ୍ଧୁତ୍ୱର ନିବିଡ଼ତା କେତେ ତାହା ସୂଚାଇ ଦିଏ। ୩୯ ବର୍ଷୀୟ ଛେତ୍ରୀ ଭାରତୀୟ ଖେଳାଳି ହିସାବରେ ସର୍ବାଧିକ ୧୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ୯୪ଗୋଲ ସହ ସେ ଦେଶର ଟପ୍‌ ସ୍କୋରର ମଧ୍ୟ ରହିଛନ୍ତି। ଜୁନ୍‌ ୬ରେ କୋଲକାତାଠାରେ କୁଏଟ ବିପକ୍ଷ ବିଶ୍ୱକପ୍‌ କ୍ୱାଲିଫାଇଂ ମ୍ୟାଚ ଖେଳିବା ପରେ ତାଙ୍କ କ୍ୟାରିୟରର ଅନ୍ତ ଘଟିବ। ଛେତ୍ରୀ ଗୁରୁବାର ତାଙ୍କ ଅବସର ନିଷ୍ପତ୍ତି ଘୋଷଣା କରିଥିଲେ। ଛେତ୍ରୀ କହିଥିଲେ ସେ ଶାରୀରିକ ଦୃଷ୍ଟିରୁ ଖେଳିବା ଲାଗି ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ମାନସିକ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଏକ ସହଜାତ ପ୍ରବୃତ୍ତି। ନିଷ୍ପତ୍ତିକୁ ସାର୍ବଜନୀନ କରିବା ପୂର୍ବରୁ ମନକୁ ସୁଦୃଢ କରିବା ଲାଗି ସେ ତାଙ୍କର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ କୋହଲିଙ୍କ ପରାମର୍ଶ ନେବା ଉଚିତ ମଣିଥିଲେ। ଛେତ୍ରୀ ବର୍ତ୍ତମାନ ବିଶ୍ୱକପ୍‌ କ୍ୱାଲିଫାୟର୍ସ ପାଇଁ ଭୁବନେଶ୍ୱରରେ ଚାଲିଥିବା ଜାତୀୟ କ୍ୟାମ୍ପରେ ଅଭ୍ୟାସ ଚଳାଇଛନ୍ତି। ଏକ ଅନ୍‌ଲାଇନ ମିଡିଆ ବାର୍ତ୍ତାଳାପ ବେଳେ ସେ ଏକଥା ପ୍ରକାଶ କରିଛନ୍ତି। ଖେଳରେ ଉତ୍‌ଥାନ ଓ ପତନ ରହିଛି। ଆମ୍ଭେ ଏକଥା ଭଲରୂପେ ଜାଣୁ। ଅନ୍ୟମାନେ ମଧ୍ୟ ସେକଥା ବୁଝିପାରୁଥିବେ। କୋହଲିଙ୍କ ସହିତ ତାଙ୍କର ବର୍ଷ ବର୍ଷ ଧରି ଭାବର ଆଦାନପ୍ରଦାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri