ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ସୀମିତ ରହିବ। ପୂର୍ବରୁ ଏହା ଅଗଷ୍ଟ ୨୧ ଯାଏ ଥିବାବେଳେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ନିମ୍ନ କୋର୍ଟଗୁଡ଼ିକ କାର୍ଯ୍ୟକୁ ଅନେକାଂଶରେ ସୀମିତ ରଖାଯାଇଥିଲା। ହେଲେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସାରା ରାଜ୍ୟରେ ଏଣିକି ସମସ୍ତ ନିମ୍ନକୋର୍ଟ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ, ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କେବଳ ଭର୍ଚ୍ୟୁଆଲ୍‌ ମୋଡ୍‌ ବା ଭିଡିଓ କନଫରେନ୍ସ ଜରିଆରେ ହିଁ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଉଭୟ ପୁରୁଣା ଓ ନୂଆ ମାମଲାର ଶୁଣାଣି ହୋଇପାରିବ। ଶୁଣାଣି ହେବାକୁ ଥିବା ମାମଲାର ତାଲିକା ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ଭାବେ ଦାଏର ମାମଲା ସମ୍ପର୍କରେ ଆଇନଜୀବୀ ଓ ମହକିଲଙ୍କୁ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍‌)ଙ୍କୁ ସୂଚନା ଦେବାକୁ ହେବ। କେବଳ ଇ-ଫାଇଲିଂ, ଇ-ମେଲ୍‌ ଓ ଡ୍ରପ୍‌ବକ୍ସ ଜରିଆରେ ହିଁ ନୂତନ ମାମଲା ଓ ସତ୍ୟପାଠ ଦାଖଲ ହୋଇପାରିବ। ଅନ୍ୟପକ୍ଷରେ ସମସ୍ତ ନିମ୍ନକୋର୍ଟ ଓ ଟ୍ରିବ୍ୟୁନାଲ ପୂର୍ବ ନିୟମିତ ସମୟରେ କାର୍ଯ୍ୟ କରିବ। ଭର୍ଚୁଆଲ୍‌ ମୋଡ୍‌ରେ ଶୁଣାଣିକୁ ଗୁରୁତ୍ୱ ଦିଆଯିବ। ନେଟ୍‌ ସମସ୍ୟା ଯୋଗୁ ଭର୍ଚୁଆଲ ମୋଡ୍‌ ସମ୍ଭବ ନ ହେଲେ ଫିଜିକାଲ୍‌ ହିୟରିଂ ହୋଇପାରିବ। ନିମ୍ନକୋର୍ଟରେ ସମସ୍ତ ପ୍ରକାର କାର୍ଯ୍ୟ ଯେପରି ବିଚାରାଧୀନ କଏଦୀଙ୍କ ଶୁଣାଣି, ଦେୱାନି ମାମଲାର ଶୁଣାଣି, ସାକ୍ଷ୍ୟ ଗ୍ରହଣ ଓ ପୁରୁଣା ମାମଲାର ଶୁଣାଣି ହୋଇପାରିବ। ଅତି ଜରୁରୀ ନ ଥିଲେ ଅଭିଯୁକ୍ତଙ୍କୁ କୋର୍ଟ ଆଣିବାକୁ ବାରଣ କରାଯାଇଛି। କିନ୍ତୁ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରିବାକୁ ହେବ। ଶୁଣାଣି ସମୟର ଅବଧିକୁ କମାଇବା ପାଇଁ ଲିଖିତ ଯୁକ୍ତିଙ୍କୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ତାଲିକା ଓ ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ନିୟମିତ ଜିଲା କୋର୍ଟର ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଯେଉଁ ସ୍ଥାନରେ ଲକ୍‌ଡାଉନ କିମ୍ବା ଶଟ୍‌ଡାଉନ ଘୋଷଣା ହୋଇଛି, ସେଠାରେ ପୂର୍ବବତ୍‌ କୋର୍ଟ କାର୍ଯ୍ୟ ସୀମିତ ରହିବ। ଯେଉଁ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଛି, ସେଠାରେ କୋର୍ଟ କାର୍ଯ୍ୟ ବାତିଲ୍‌ ରହିବ ବୋଲି ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri