Categories: ବାଣିଜ୍ୟ

ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଆସିପାରେ ଋଣ ପୁନର୍ଗଠନ ସୁବିଧା

 

ନୂଆଦିଲ୍ଲୀ,୩୦।୬ : ବର୍ତ୍ତମାନ କୋଭିଡ୍‌ ଯୋଗୁ ପ୍ରଭାବିତ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ସୁବିଧା ଆଣିପାରେ। ଏଥିଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏକାଥରକେ ଋଣ ପୁନର୍ଗଠନ ସୁବିଧା ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଗ୍ରହଣ କରିବା ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ସମେତ ଅନେକ ଅଂଶୀଦାର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ଅଂଶୀଦାରଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପରେ ଏହାର ବିଭିନ୍ନ ଦିଗ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ବିଚାର କରୁଛି। କେଉଁ କେଉଁ କ୍ଷେତ୍ର ଏହା ମଧ୍ୟରେ ଆସିବେ ସେ ଦିଗରେ ଏବେ ବିଚାର କରାଯାଉଛି। ଯୋଜନାକୁ ଅଗଷ୍ଟ ଶେଷ ସୁଦ୍ଧା ଘୋଷଣା କରାଯାଇପାରେ। ହସ୍ପିଟାଲିଟି, ଟୁରିଜମ, ବିମାନ ଚଳାଚଳ ଏବଂ ନିର୍ମାଣ ସହ ଅନ୍ୟ କିଛି କ୍ଷେତ୍ରକୁ ଏହାଦ୍ୱାରା ସୁବିଧା ମିଳିପାରେ ବୋଲି କୁହାଯାଉଛି।

Share