Posted inଜାତୀୟ

୨୮ ରାଜ୍ୟର ଋଣ ୫୯.୬ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧ା୯: ଭାରତର ୨୮ ରାଜ୍ୟର ମୋଟ ସରକାରୀ ଋଣ ୧୦ ବର୍ଷ ମଧ୍ୟରେ ୩ ଗୁଣ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ (ସିଏଜି)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି। ସିଏଜି ପକ୍ଷରୁ ପ୍ରଥମଥର ପାଇଁ ଏଭଳି ୧୦ ବର୍ଷିଆ ବିଶ୍ଳେଷଣ କରାଯାଇଛି। କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୩-୧୪ରେ ଦେଶର ସମସ୍ତ ୨୮ ରାଜ୍ୟର ମୋଟ ଋଣ ପରିମାଣ ୧୭.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ଏହା ୫୯.୬୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୧୦ ବର୍ଷରେ ଋଣ ପରିମାଣ ୩.୩ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହାକି ରାଜ୍ୟଗୁଡ଼ିକର ମୋଟ ଦ୍ରବ୍ୟ ଓ ସେବା ଉତ୍ପାଦ ମୂଲ୍ୟର ଏକ ବଡ଼ ଭାଗ।

ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଅନୁଯାୟୀ ଦେଖିଲେ ୨୦୧୩-୧୪ରେ ଋଣ ପରିମାଣ ଏହାର ୧୬.୬୬ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ପାଖାପାଖି ୨୩ ପ୍ରତିଶତରେ ପହଞ୍ଚତ୍ଛି। ଶୁକ୍ରବାର ରାଜ୍ୟ ଅର୍ଥ ସଚିବମାନଙ୍କ ସମ୍ମିଳନୀରେ ସିଏଜି କେ. ସଞ୍ଜୟ ମୂର୍ତ୍ତି ଏହି ତଥ୍ୟ ପ୍ରକାଶ କରିଛନ୍ତି। ତେବେ ସବୁ ରାଜ୍ୟ ଉପରେ ସମାନ ଋଣ ବୋଝ ନାହିଁ। ୨୦୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପଞ୍ଜାବର ଋଣ ଜିଏସ୍‌ଡିପି ଅନୁପାତ ସର୍ବାଧିକ ୪୦.୩୫ ପ୍ରତିଶତ ଥିବାବେଳେ ଦ୍ୱିତୀୟ ସ୍ଥାନରେ ନାଗାଲାଣ୍ଡ (୩୭.୧୫%) ଏବଂ ତୃତୀୟରେ ପଶ୍ଚିମବଙ୍ଗ (୩୩.୭୦%) ରହିଛି। ତେବେ ଓଡ଼ିଶାର ଋଣ ଏବଂ ଜିଏସ୍‌ଡିପି ଅନୁପାତ ସର୍ବନିମ୍ନ ୮.୪୫ ପ୍ରତିଶତ ରହିଛି। ମହାରାଷ୍ଟ୍ରର ଏହି ଅନୁପାତ ୧୪.୬୪% ହୋଇଥିବାବେଳେ ଗୁଜରାଟର ୧୬.୩୭%। ମୋଟାମୋଟି ଦେଖିଲେ ୮ଟି ରାଜ୍ୟର ସରକାରୀ ଋଣ ଜିଏସ୍‌ଡିପିର ୩୦ ପ୍ରତିଶତରୁ ଅଧିକ ରହିଥିବାବେଳେ ୬ ରାଜ୍ୟର ୨୦ ପ୍ରତିଶତରୁ କମ୍‌ ଏବଂ ଅବଶିଷ୍ଟ ରାଜ୍ୟଗୁଡ଼ିକର ୨୦ରୁ ୩୦ ପ୍ରତିଶତ ମଧ୍ୟରେ ରହିଛି। ରାଜ୍ୟଗୁଡ଼ିକର ମୋଟ ଋଣ ଭାରତର ଜିଡିପିର ୨୨.୧୭ ପ୍ରତିଶତ ସହ ସମାନ। ୨୦୨୩ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଭାରତର ଜିଡିପି ୨୬୮.୯ ଲକ୍ଷ କୋଟି ଟଙ୍କା ଥିଲା।

ସରକାରୀ ଋଣରୁ ସରକାର ତାଙ୍କ ବ୍ୟୟ ପାଇଁ କିଭଳି ଫଣ୍ଡିଂ କରୁଛନ୍ତି, ତାହା ଜଣାପଡ଼େ। ରିପୋର୍ଟ ଅନୁଯାୟୀ ରାଜ୍ୟ ଋଣ ହେଉଛି ରାଜସ୍ବ ଗ୍ରହଣର ଏକ ଭାଗ, ଯାହା ଗତ ୧୦ ବର୍ଷରେ ୧୨୮ରୁ ୧୯୧ ପ୍ରତିଶତ ମଧ୍ୟରେ ଉଠାପକା ହୋଇଛି। ହାରାହାରି ଭାବେ ଦେଖିଲେ ଋଣ ପରିମାଣ ରାଜ୍ୟଗୁଡ଼ିକର ବାର୍ଷିକ ରାଜସ୍ବର ପ୍ରାୟ ୧୫୦ ପ୍ରତିଶତ ରହିଛି। କୋଭିଡ୍‌ ମହାମାରୀ ଆର୍ଥତ୍କ କାରବାରକୁ ପ୍ରଭାବିତ କରିବା ଫଳରେ ୨୦୨୧ ଆର୍ଥକ ବର୍ଷରେ ଋଣ ପରିମାଣ ପୂର୍ବବର୍ଷର ଜିଏସ୍‌ଡିପିର ୨୧%ରୁ ବୃଦ୍ଧି ପାଇ ୨୫% ହୋଇଥିଲା। ୨୦୨୦-୨୧ ଏବଂ ୨୦୨୨-୨୩ ବର୍ଷରେ ଅଧିକ ଋଣ କେନ୍ଦ୍ର ସରକାରଙ୍କଠାରୁ ଜିଏସ୍‌ଟି କ୍ଷତିପୂରଣ ଋଣ ଏବଂ ସ୍ବତନ୍ତ୍ର ସହାୟତା ପ୍ୟାକେଜ୍‌ ଜରିଆରେ ଆସିଥିଲା।

ସରକାର ପରିଚାଳନା ଖର୍ଚ୍ଚ ପାଇଁ ନୁହେଁ, କେବଳ ନିବେଶ ନିମନ୍ତେ ଋଣ ଉଠାଇବାର ତଥାକଥିତ ଗୋଲ୍ଡେନ୍‌ ରୁଲ୍‌ ଥିବାବେଳେ ଏଥିରେ ଉଲ୍ଲଂଘନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୨୩ ଆର୍ଥତ୍କ ବର୍ଷରେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, କେରଳ, ବିହାର ଓ ତାମିଲନାଡୁ ଆଦି ୧୧ଟି ରାଜ୍ୟ ସେମାନଙ୍କ ଋଣ ଅର୍ଥର କିଛି ଅଂଶକୁ ପୁଞ୍ଜି ବ୍ୟୟ ପରିବର୍ତ୍ତେ ରାଜସ୍ବ ନିଅଣ୍ଟ ଭରଣା କରିବାରେ ବିନିଯୋଗ କରିଥିଲେ।

ରାଜ୍ୟଗୁଡ଼ିକର ଋଣ ବୋଝକୁ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। କେନ୍ଦ୍ର ସରକାର ସଂଘୀୟ ସହଯୋଗରେ ଏକଚାଟିଆ ମନୋଭାବ ପୋଷଣ କରୁଥିବାରୁ ରାଜ୍ୟଗୁଡ଼ିକର ସ୍ବାଧୀନତା ବିପନ୍ନ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଦେଶର ସଂଘବାଦ ଏବେ ଅଭୂତପୂର୍ବ ଚାପ ମଧ୍ୟରେ ରହିଥିବା କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri