ଓଡ଼ିଶାର ଏହି ଅଭୟାରଣ୍ୟକୁ ଆସିବେ ଦୁଇଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି ନୂଆ ବାଘ ଅଣାଯିବ। ସୋମବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ସମସ୍ୟା ଶୁଣାଣି ସମୟରେ ମନ୍ତ୍ରୀ କହିଛନ୍ତି ଯେ, ବାଘ ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଉଛି ଏବଂ ସେମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି।

ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ପୂର୍ବ ପ୍ରଚେଷ୍ଟା ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ‘ଯମୁନା’ ଓ ‘ଜିନତ’ ନାମକ ଦୁଇଟି ବାଘ ଅଣାଯାଇଥିଲା।

ବାଘ ବଂଶ ବୃଦ୍ଧିରେ ଆଶାଜନକ ସଫଳତା ମିଳିନଥିଲେ ହେଁ ସଂରକ୍ଷଣ ପ୍ରୟାସ ଜାରି ରହିଛି। ବର୍ତ୍ତମାନ GPS ଟ୍ରାକିଂ ଏବଂ କ୍ୟାମେରା ଟ୍ରାପ୍ ସାହାଯ୍ୟରେ ବାଘମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉଛି।

ଅନ୍ୟପଟେ, ସମ୍ବଲପୁରର ମୋତିଝରନ ସ୍ଥିତ ଚିଡ଼ିଆଖାନା ପାଇଁ ଏକ ଖୁସି ଖବର ରହିଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏହି ଚିଡ଼ିଆଖାନାକୁ ୪ଟି ରୟାଲ ବେଙ୍ଗଲ ଟାଇଗର ଆଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଥମ ଥର ପାଇଁ ଏଠାରେ ମହାବଳ ବାଘ ଦେଖିବାକୁ ମିଳିବ, ଯାହା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ଶୀତ ମହୋତ୍ସବ ଥିବାରୁ ଦାରିଙ୍ଗବାଡିକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ...

୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା...

କାମରୁ ଚାଲି ଚାଲି ଆସୁଥିବାବେଳେ ଧକ୍କା ଦେଲା ଅଜଣା ଗାଡି, ଘଟଣାସ୍ଥଳରେ…

ମୋହନା,୭।୧( ମନ୍ମଥ ମିଶ୍ର ): ଗଜପତି ଗିଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ଆମ୍ବତୋଟା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ...

ମୃତ ଦେହକୁ ମିଳିଲାନି ସମ୍ମାନ: ଖଟିଆରେ ବୁହାହେଲା …

ବାରିପଦା,୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମହାପାରାୟଣ ଗାଡ଼ ନ ମିଳିବାରୁ ମୃତଦେହକୁ ଖଟିଆରେ ବୋହିନେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛ।...

ବଣାଇଁରେ ହାଡ଼ଭଙ୍ଗା ଶୀତ: ପଡିଲା ଚଳିତ ବର୍ଷର ପ୍ରଥମ ତୁଷାରପାତ

ବଣାଇଁ, ୭।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୫ ଡିଗ୍ରୀ ଛୁଇଁଛି। ସାରା ବଣାଇଁ ବର୍ତ୍ତମାନ ଜାଡରେ...

ଡାକ୍ତରଙ୍କ ଆନ୍ଦୋଳନ: ସରକାର ଲଗାଇଲେ ‘ଏସ୍‌ମା’

ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ...

ଯାତ୍ରୀଙ୍କୁ ହଇରାଣ କରୁଛନ୍ତି ଟିକେଟ୍‌ କାଉଣ୍ଟର ହକର: ଟଙ୍କା ଫେରେଇବାକୁ କହିବାରୁ… ସାମାଜିକ ଗଣମାଧ୍ୟମରେ ଦୁଃଖ ବଖାଣିଲେ ବିଧବା ମହିଳା

ଦାରିଙ୍ଗବାଡି, ୭ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲାଦାରିଙ୍ଗବାଡି ଥାନା ଗୌଡ଼ ସାହିର ଜଣେ ବିଧବା ମହିଳାଙ୍କୁ ଘରୋଇ ବସର ଟିକେଟ୍‌ କାଉଣ୍ଟରର ହକର...

ଆଜି ବନକଲାଗି: ୫ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି): ମାଘ କୃଷ୍ଣପକ୍ଷ ଚତୁର୍ଥୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri