ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଟ୍ରେନ୍‌ରେ ହତ୍ୟାକୁ ନେଇ ବିତର୍କ

କିଭ୍‌,୧୫ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆର ୟୁକ୍ରେନ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକା ଚାଲିଯାଇଥିଲେ ଇରିନା ଜାରୁତ୍‌ସ୍କା। ଏହି ୨୩ ବର୍ଷୀୟା ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଗତ ଅଗଷ୍ଟ ୨୨ରେ ନର୍ଥ କାରୋଲିନାର ଚାର୍ଲୋଟେସ୍ଥିତ ଇଷ୍ଟ୍‌/ଓ୍ବେଷ୍ଟ୍‌ ବୋଲେଭାର୍ଡ ଲାଇଟ୍‌ ରେଳ ଷ୍ଟେଶନରେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ସମ୍ପ୍ରତି ଏହି ପ୍ରସଙ୍ଗ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆମେରିକାରେ ଆପ୍ରବାସୀ ଓ ଶରଣାର୍ଥୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ଘାତକ ଆକ୍ରମଣ ଏବେ ବିତର୍କର ବିଷୟବସ୍ତୁ ପାଲଟିଛି।
୨୦୨୨ ଫେବୃଆରୀରେ ରୁଷୀୟ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ବେଳେ ସେମାନଙ୍କ ଫୋକ୍‌ସରେ ରହିଥିଲା ରାଜଧାନୀ କିଭ୍‌। କିଭ୍‌ରେ ଜନ୍ମିତ ଇରିନା ନିଜ ପରିବାର ସହ ଜୀବନ ବଞ୍ଚାଇବା ପାଇଁ ଆମେରିକା ଚାଲିଯାଇଥିଲେ। ନର୍ଥ କାରୋଲିନାର ଚାର୍ଲୋଟେରେ ସେମାନେ ବସବାସ କରିବାରେ ଲାଗିଲେ। ୨୦୨୫ ଅଗଷ୍ଟ ୨୨ରେ ଇରିନା ନିକଟସ୍ଥ ସାଉଥ୍‌ ଏଣ୍ଡ୍‌ ରେଳଷ୍ଟେଶନରୁ ଟ୍ରେନ୍‌ରେ ବସି ନିଜ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଉକ୍ତ କମ୍ପାର୍ଟମେଣ୍ଟରେ କୌଣସି ସୁରକ୍ଷା କର୍ମୀ ନ ଥିଲେ। ତାଙ୍କ ସାମ୍‌ନାରେ ବସିଥିବା ଜଣେ ବ୍ୟକ୍ତି ଇରିନାଙ୍କୁ ୩ ଥର ଛୁରାମାଡ଼ କରିଥିଲେ। ବିନା ଟିକେଟରେ ଯାତ୍ରା କରୁଥିବା ଆକ୍ରମଣକାରୀ ୨ ମିନିଟ୍‌ ପରେ ଟ୍ରେନ୍‌ରୁ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଇରିନାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାରୀ ଡେକାର୍ଲୋସ୍‌ ବ୍ରାଉନ୍‌(୩୪) ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଆପରାଧିକ ମାମଲା ରହିଛି। ବ୍ରାଉନ୍‌ ଏହା ପୂର୍ବରୁ ଅନେକ ଥର ମାରଣାସ୍ତ୍ର ଧରି ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ ଓ ଡକାୟତି କରିବା ଅଭିଯୋଗରେ ଗିରଫ ହେବା ସହ ଦୋଷୀସାବ୍ୟସ୍ତ ମଧ୍ୟ ହୋଇଥିଲେ। ତେବେ ସଦ୍ୟ ହତ୍ୟାକାଣ୍ଡ ପଛରେ ତାଙ୍କ ଉଦ୍ଦେଶ୍ୟ କ’ଣ ରହିଥିଲା, ସେନେଇ ସ୍ଥାନୀୟ ପୋଲିସ ତଦନ୍ତ ଚାଲିଥିବା ଦର୍ଶାଇ କିଛି କହିବାକୁ ମନା କରିଦେଇଛି।
ଆମେରିକାରେ ରିପବ୍ଲିକାନ୍‌ ପାର୍ଟି କ୍ଷମତାକୁ ଆସିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆପ୍ରବାସୀ ଓ ଶରଣାର୍ଥୀମାନଙ୍କୁ ଦେଶରୁ ବିଦା କରିବାରେ ଲାଗିଛନ୍ତି। ଏହି ଦୃଷ୍ଟିରୁ ଦେଶରେ ଉଗ୍ର ଜାତୀୟତାବାଦ ଓ ଆପ୍ରବାସନ ବିରୋଧୀ ମନୋଭାବ ବଢ଼ିଛି। ତେଣୁ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଦେଶର ଗଣମାଧ୍ୟମ ମଧ୍ୟ ସେତେଟା ତତ୍ପରତା ପ୍ରକାଶ କରି ନ ଥିଲା ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଟ୍ରମ୍ପ୍‌ଙ୍କ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ନୀତି ଯୋଗୁ ଜଣେ ନିରୀହ ଯୁବତୀଙ୍କ ଜୀବନ ଚାଲିଗଲା ବୋଲି କୁହାଯାଉଛି। ଅନ୍ୟପକ୍ଷେ ଟ୍ରମ୍ପ୍‌ ଦେଶରେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପଛରେ ଡେମୋକ୍ରାଟ୍ସଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri