ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଟ୍ରେନ୍‌ରେ ହତ୍ୟାକୁ ନେଇ ବିତର୍କ

କିଭ୍‌,୧୫ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆର ୟୁକ୍ରେନ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକା ଚାଲିଯାଇଥିଲେ ଇରିନା ଜାରୁତ୍‌ସ୍କା। ଏହି ୨୩ ବର୍ଷୀୟା ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଗତ ଅଗଷ୍ଟ ୨୨ରେ ନର୍ଥ କାରୋଲିନାର ଚାର୍ଲୋଟେସ୍ଥିତ ଇଷ୍ଟ୍‌/ଓ୍ବେଷ୍ଟ୍‌ ବୋଲେଭାର୍ଡ ଲାଇଟ୍‌ ରେଳ ଷ୍ଟେଶନରେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ସମ୍ପ୍ରତି ଏହି ପ୍ରସଙ୍ଗ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆମେରିକାରେ ଆପ୍ରବାସୀ ଓ ଶରଣାର୍ଥୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ଘାତକ ଆକ୍ରମଣ ଏବେ ବିତର୍କର ବିଷୟବସ୍ତୁ ପାଲଟିଛି।
୨୦୨୨ ଫେବୃଆରୀରେ ରୁଷୀୟ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ବେଳେ ସେମାନଙ୍କ ଫୋକ୍‌ସରେ ରହିଥିଲା ରାଜଧାନୀ କିଭ୍‌। କିଭ୍‌ରେ ଜନ୍ମିତ ଇରିନା ନିଜ ପରିବାର ସହ ଜୀବନ ବଞ୍ଚାଇବା ପାଇଁ ଆମେରିକା ଚାଲିଯାଇଥିଲେ। ନର୍ଥ କାରୋଲିନାର ଚାର୍ଲୋଟେରେ ସେମାନେ ବସବାସ କରିବାରେ ଲାଗିଲେ। ୨୦୨୫ ଅଗଷ୍ଟ ୨୨ରେ ଇରିନା ନିକଟସ୍ଥ ସାଉଥ୍‌ ଏଣ୍ଡ୍‌ ରେଳଷ୍ଟେଶନରୁ ଟ୍ରେନ୍‌ରେ ବସି ନିଜ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଉକ୍ତ କମ୍ପାର୍ଟମେଣ୍ଟରେ କୌଣସି ସୁରକ୍ଷା କର୍ମୀ ନ ଥିଲେ। ତାଙ୍କ ସାମ୍‌ନାରେ ବସିଥିବା ଜଣେ ବ୍ୟକ୍ତି ଇରିନାଙ୍କୁ ୩ ଥର ଛୁରାମାଡ଼ କରିଥିଲେ। ବିନା ଟିକେଟରେ ଯାତ୍ରା କରୁଥିବା ଆକ୍ରମଣକାରୀ ୨ ମିନିଟ୍‌ ପରେ ଟ୍ରେନ୍‌ରୁ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଇରିନାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାରୀ ଡେକାର୍ଲୋସ୍‌ ବ୍ରାଉନ୍‌(୩୪) ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଆପରାଧିକ ମାମଲା ରହିଛି। ବ୍ରାଉନ୍‌ ଏହା ପୂର୍ବରୁ ଅନେକ ଥର ମାରଣାସ୍ତ୍ର ଧରି ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ ଓ ଡକାୟତି କରିବା ଅଭିଯୋଗରେ ଗିରଫ ହେବା ସହ ଦୋଷୀସାବ୍ୟସ୍ତ ମଧ୍ୟ ହୋଇଥିଲେ। ତେବେ ସଦ୍ୟ ହତ୍ୟାକାଣ୍ଡ ପଛରେ ତାଙ୍କ ଉଦ୍ଦେଶ୍ୟ କ’ଣ ରହିଥିଲା, ସେନେଇ ସ୍ଥାନୀୟ ପୋଲିସ ତଦନ୍ତ ଚାଲିଥିବା ଦର୍ଶାଇ କିଛି କହିବାକୁ ମନା କରିଦେଇଛି।
ଆମେରିକାରେ ରିପବ୍ଲିକାନ୍‌ ପାର୍ଟି କ୍ଷମତାକୁ ଆସିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆପ୍ରବାସୀ ଓ ଶରଣାର୍ଥୀମାନଙ୍କୁ ଦେଶରୁ ବିଦା କରିବାରେ ଲାଗିଛନ୍ତି। ଏହି ଦୃଷ୍ଟିରୁ ଦେଶରେ ଉଗ୍ର ଜାତୀୟତାବାଦ ଓ ଆପ୍ରବାସନ ବିରୋଧୀ ମନୋଭାବ ବଢ଼ିଛି। ତେଣୁ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଦେଶର ଗଣମାଧ୍ୟମ ମଧ୍ୟ ସେତେଟା ତତ୍ପରତା ପ୍ରକାଶ କରି ନ ଥିଲା ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଟ୍ରମ୍ପ୍‌ଙ୍କ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ନୀତି ଯୋଗୁ ଜଣେ ନିରୀହ ଯୁବତୀଙ୍କ ଜୀବନ ଚାଲିଗଲା ବୋଲି କୁହାଯାଉଛି। ଅନ୍ୟପକ୍ଷେ ଟ୍ରମ୍ପ୍‌ ଦେଶରେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପଛରେ ଡେମୋକ୍ରାଟ୍ସଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri