ବ୍ରିଟେନରେ ଡିବ୍ୟାକିଙ୍ଗ ଦୁର୍ନୀତି: ପ୍ରତି ଦିନ ହଜାରେ ଆକାଉଣ୍ଟ ବନ୍ଦ କରୁଛନ୍ତି ବ୍ୟାଙ୍କ…

ଲଣ୍ଡନ,୩୧।୭ : ବ୍ରିଟେନରେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ବାସ୍ତବରେ, ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରୁଛନ୍ତି। ଏହି ତଥାକଥିତ ସ୍କାମକୁ ଡିବ୍ୟାଙ୍କିଙ୍ଗ କୁହାଯାଉଛି। ଏଠାରେ ଏହି ପ୍ରସଙ୍ଗରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ବ୍ରିଟେନର ଇଣ୍ଡିପେଣ୍ଡେନ୍ସ ପାର୍ଟି (ୟୁକିଆଇପି) ନେତା ନିଗେଲ ଫାରେଜ ଏହି ଦୁର୍ନୀତିର ଯାଞ୍ଚ ପାଇଁ ଏକ ରୟାଲ କମିଶନ ଗଠନ କରିବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେଉଁମାନଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ସେମାନଙ୍କ ତରଫରୁ ପ୍ରଚାର କରିବାକୁ ସେ ଏକ ୱେବସାଇଟ ଲଞ୍ଚ କରିବାକୁ ଯାଉଛନ୍ତି। ଫାରେଜଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଛି।
ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଫଳରେ ଗ୍ରାହକମାନେ ଅସୁବିଧାରେ ପଡୁଛନ୍ତି।

୨୦୧୬ ରୁ ୨୦୧୭ ମଧ୍ୟରେ ବ୍ୟାଙ୍କଗୁଡିକ ପ୍ରାୟ ୪୫ ହଜାର ଆକାଉଣ୍ଟ ବନ୍ଦ କରିଦେଇଥିଲେ। କେବଳ ଏତିକି ନୁହେଁ, ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଥିଲା ଏବଂ ୨୦୨୧-୨୦୨୨ ମସିହାରେ ଏହି ସଂଖ୍ୟା ୩୪୩ ହଜାରରୁ ଅଧିକରେ ପହ ଞ୍ଚିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରାଯାଉଛି। ଆର୍ଥିକ ଆଚରଣ ପ୍ରାଧିକରଣ (ଏଫସିଏ) ଅନୁରୋଧ କ୍ରମେ ଦିଆଯାଇଥିବା ଫ୍ରିଡମ ଅଫ ଇନଫରମେଶନ (ଏଫଓଆଇ) ଏହି ତଥ୍ୟ ପ୍ରକାଶ ପାଇଛି। କୁହାଯାଉଛି ବ୍ୟାଙ୍କଗୁଡିକ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଆକାଉଣ୍ଟ ବନ୍ଦ ବିଷୟରେ ମଧ୍ୟ ଜଣାଇ ନାହାଁନ୍ତି।

ଫାରେଜ କହିଛନ୍ତି ମୋତେ ଛୋଟ ବ୍ୟବସାୟ ଏବଂ ଦେଶର ଲୋକମାନେ ଘେରି ରହିଛନ୍ତି। ସେମାନଙ୍କ ଆକାଉଣ୍ଟ ବନ୍ଦ ଯୋଗୁ ଲୋକମାନେ ଭୟଭୀତ ଅଛନ୍ତି। ହଜାର ହଜାର ବ୍ୟବସାୟ ବନ୍ଦ ହୋଇଯାଇଛି। ସେମାନେ କିଛି ଭୁଲ ମଧ୍ୟ କରିନାହାଁନ୍ତି ।

 

କୁହାଯାଉଛି ବ୍ରିଟେନର ଅନେକ ନେତାଙ୍କ ଆକାଉଣ୍ଟ ବ୍ୟାଙ୍କଗୁଡିକ ବନ୍ଦ କରି ଦେଇଛନ୍ତି। ପ୍ରାୟ ୯୦ ହଜାର ବନ୍ଦ ଖାତାର ଆକାଉଣ୍ଟଧାରୀମାନେ ରାଜନୀତି ସହ ଜଡିତ ଥିବା ଜଣାପଡିଛି। କୁହାଯାଉଛି ବ୍ରିଟେନର କିଛି ସାଂସଦ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବ୍ରିଟେନର ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସ ଦାବି କରିଛନ୍ତି ତାଙ୍କର ଏବଂ ତାଙ୍କ ପରିବାର ମଧ୍ୟ ରାଜନୈତିକ ସମ୍ପୃକ୍ତି ଯୋଗୁ ଡିବ୍ୟାକିଙ୍ଗ ର ଶିକାର ହୋଇଛନ୍ତି। ସେ କହିଛନ୍ତି ଗ୍ରାହକ ହେବା ପୂର୍ବରୁ ଏକ ବ୍ୟାଙ୍କ ତାଙ୍କୁ ୧୮ ବର୍ଷର ପେ ସ୍ଲିପ ମାଗିଥିଲା।

ଏଫସିଏ ଅନୁଯାୟୀ ବ୍ୟାଙ୍କଗୁଡିକ ମନିଟରିଂ ବୃଦ୍ଧି କରିଛନ୍ତି, ଯାହା ଆକାଉଣ୍ଟ ବନ୍ଦରେ କିଛି ବୃଦ୍ଧି ଘଟାଇପାରେ। ଏଫସିଏ କହିଛି ଆମେ ଜାଣୁ ଯେ ଆର୍ଥିକ ଅପରାଧ ହେତୁ ବ୍ୟାଙ୍କଗୁଡିକ ଦ୍ୱାରା ଆକାଉଣ୍ଟ ବନ୍ଦ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୦.୨ ପ୍ରତିଶତରୁ କମ ଅଟେ। ଆର୍ଥିକ ଅପରାଧର ମୁକାବିଲା କରିବା ଏଫସିଏ ପାଇଁ ଏକ ପ୍ରାଥମିକତା। ଆମେ ଦେଖିଛୁ କମ୍ପାନୀଗୁଡିକ ଗତ କିଛି ବର୍ଷ ମଧ୍ୟରେ ଆକାଉଣ୍ଟଗୁଡିକର ମନିଟରିଂ ବଢ଼଼ାଉଛନ୍ତି, ଯାହା ଏହି ସଂଖ୍ୟାରେ ବୃଦ୍ଧି ଘଟାଇପାରେ। ଏଥି ସହିତ ବ୍ରିଟେନ ସରକାର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବାର ନିୟମ ପରିବର୍ତ୍ତନ କରିବା ଯୋଜନା ଘୋଷଣା କରିଛନ୍ତି। ଏଥିରେ ବ୍ୟାଙ୍କଗୁଡ଼ିକୁ ଅନେକ ଥର ନୋଟିସ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri