Posted inଜାତୀୟ

ଦୋଷୀ ସାବ୍ୟସ୍ତ ପାଇଁ ମୃତ୍ୟୁକାଳୀନ ବୟାନ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବ ବୟାନ ଆଧାରରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ତଳ କୋର୍ଟ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ଭରସା କରିବାବେଳେ ସର୍ବାଧିକ ସତର୍କତା ଅବଲମ୍ବନ ଜରୁରୀ। ହତ୍ୟାର ଶିକାର ହେଉଥିବା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଉଥିବା ବୟାନକୁ କୋର୍ଟଗୁଡ଼ିକ ସତ ବୋଲି ଧରିନେଇଥାଆନ୍ତି। କାରଣ ମରିବାକୁ ଯାଉଥିବା ବ୍ୟକ୍ତି କେବେ ମିଛ କହି ନ ଥାନ୍ତି ବୋଲି ସମସ୍ତଙ୍କ ଧାରଣା ରହିଛି।
ଏକ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଯେତେବେଳେ ସତ ବୋଲି ମନେକରାଯିବ, ସେତେବେଳେ ତାହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ହୋଇଥିବ ଏବଂ ତା’ର ବିଶ୍ୱସନୀୟତା ରହିଥିବା ଜରୁରୀ। ଏହାର ସତ୍ୟାସତ୍ୟ ଉପରେ କୌଣସି ସନ୍ଦେହ ଉପୁଜିଲେ କିମ୍ବା ରେକର୍ଡରେ ଥିବା ପ୍ରମାଣ ମୃତକଙ୍କ ଅନ୍ତିମ ବୟାନକୁ ମିଥ୍ୟା ବୋଲି ଦର୍ଶାଉଥିଲେ, ଏହାକୁ କେବଳ ପ୍ରମାଣର ଏକ ଅଂଶ ବୋଲି ଧରାଯିବ। ତେବେ କେବଳ ସେହି ବୟାନ ଭିତ୍ତିରେ ହତ୍ୟା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ମୃତ୍ୟୁକାଳୀନ ଜମାନବନ୍ଦୀକୁ କେବଳ ଗୋଟିଏ ସ୍ଥିତିରେ ଗ୍ରହଣ କରାଯାଇପାରିବ। ତାହା ହେଲା, ମୃତ୍ୟୁ ପୂର୍ବରୁ ପୀଡ଼ିତା ବା ପୀଡ଼ିତ ମାନସିକ ସ୍ତରରେ ସୁସ୍ଥ ଥିବେ। କଥିତ ମାମଲାରେ ଏପରି ହୋଇ ନ ଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜଷ୍ଟିସ୍‌ ବି.ଆର୍‌. ଗଭାଇ, ଜେ.ବି. ପରଦିଓ୍ବାଲା ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତ ଇରଫାନ୍‌ଙ୍କ ମାମଲାର ଶୁଣାଣି ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୟୁପିର ଇରଫାନ୍‌ ନିଜ ପୁଅ ଇସ୍‌ଲାମୁଦ୍ଦିନ ଏବଂ ୨ ଭାଇ ଇର୍ଶଦ ଓ ନଉସଦଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୮ ବର୍ଷ ଧରି ଜେଲରେ ଅଛନ୍ତି। ତଳକୋର୍ଟ ଏହି ମାମଲାରେ ମୃତକଙ୍କ ବୟାନକୁ ବିଶ୍ୱାସ କରି ଇରଫାନ୍‌ଙ୍କୁ ଦଣ୍ଡିତ କରିଥିଲେ। ୨୦୧୮ରେ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ବଳବତ୍ତର ରଖିଥିଲେ। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଅଭିଯୋଜନ ପକ୍ଷ ବାଢ଼ିଥିବା ଯୁକ୍ତିକୁ ସନ୍ଦେହ ଊର୍ଦ୍ଧ୍ୱରେ ନୁହେଁ କହି ଇରଫାନ୍‌ଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଯୁକ୍ତି ବାଢ଼ିଥିଲେ, ମୃତକମାନଙ୍କ ଜୀବିତାବସ୍ଥାରେ ସେମାନଙ୍କ ଶରୀରର ୮୦ ଭାଗ ଜଳିଯାଇଥିବାବେଳେ ସେମାନେ ବୟାନ ଦେଇଥିଲେ। ସୁପ୍ରିମକୋର୍ଟ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ରହିଥିବା ଆଇନଗତ ସିଦ୍ଧାନ୍ତକୁ ଗ୍ରହଣ କରିଥିବାବେଳେ ପାରିପାର୍ଶ୍ୱିକ ପ୍ରମାଣ ଭିତ୍ତିରେ ବୟାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ଏଭଳି ବୟାନକୁ ଭିତ୍ତିକରି ନିଷ୍ପତ୍ତି ନେବାବେଳେ ନିମ୍ନୋକ୍ତ ବିନ୍ଦୁଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।
ବ୍ୟକ୍ତି ଜଣକ ମରିବାକୁ ଯାଉଥିବା ଅନୁଭବ କରିବା ପରେ ବୟାନ ଦେଇଛନ୍ତି କି?
ତାଙ୍କ ବୟାନ ଯେତେଶୀଘ୍ର ସମ୍ଭବ ଦିଆଯାଇଛି କି?
ବୟାନ ଦେଇଥିବା ବ୍ୟକ୍ତି ନିର୍ଯାତନାର ଶିକାର ହୋଇଛନ୍ତି କି? ମାମଲାରେ ପୋଲିସ ଏକ ପକ୍ଷ କି?
ତାଙ୍କ ବୟାନ ଘଟଣାକୁ ନେଇ ସ୍ପଷ୍ଟ ଭାବେ ପ୍ରଶ୍ନ ଉଠାଉଛି କି?
ଜମାନବନ୍ଦୀରେ ମୃତକଙ୍କ ବୟାନକୁ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି କି?
ମୃତକ ସ୍ବେଚ୍ଛାକୃତ ଭାବେ ବୟାନ ଦେଇଛନ୍ତି କି?
ଏକାଧିକ ମୃତ୍ୟୁକାଳୀନ ଜମାନବନ୍ଦୀ ଥିଲେ, ପ୍ରଥମ ବୟାନ ପରବର୍ତ୍ତୀ ଦୁଇଟି ବୟାନ ସହ ବିରୋଧାଭାସ କରୁଛି କି?
ବୟାନ ଦେଇଥିବା ବ୍ୟକ୍ତି ନିଜ କ୍ଷତ ସତ୍ତ୍ୱେ କହିବାକୁ ସମର୍ଥ ଥିଲେ କି?


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri