ଇରାନ୍‌ରେ ଫାଶୀ ଦଣ୍ଡାଦେଶ ୭୫% ବଢ଼ିଛି

ପ୍ୟାରିସ୍‌,୧୪।୪: ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ୨୦୨୧ରେ ଦେଶରେ ମୋଟ ୩୩୩ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ୨୦୨୨ରେ ଦେଶରେ ସର୍ବାଧିକ ୫୮୨ ଜଣଙ୍କୁ ଫାଶୀଦଣ୍ଡ ମିଳିଛି। ଏ ନେଇ ନରଓ୍ବେସ୍ଥିତ ଇରାନ୍‌ର ମାନବାଧିକାର (ଆଇଏଚ୍‌ଆର୍‌) ଏବଂ ପ୍ୟାରିସ୍‌ରେ ଥିବା ଟୁଗେଦର ଏଗେନ୍‌ଷ୍ଟ ଡେଥ୍‌ ପେନାଲ୍ଟି ପକ୍ଷରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି।
ମହସା ଅମିନଙ୍କ ମୃତ୍ୟୁ ପରେ ଗତ ସେପ୍ଟେମ୍ବରରେ ଦେଶବ୍ୟାପୀ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଆନ୍ଦୋଳକୁ ସମର୍ଥନ କରୁଥିବା ଏବଂ ଇରାନ୍‌ର ରକ୍ଷଣଶୀଳ ସରକାର ଓ ପୋଲିସକୁ ସମାଲୋଚନା କରିଥିବା ଅନେକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆନ୍ଦୋଳନରେ ସାମିଲଥିବା ପ୍ରାୟ ୪ ଜଣ ପୁରୁଷଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ଲୋକଙ୍କୁ ଭୟଭୀତ କରିବା ପାଇଁ ଇରାନୀୟ ସରକରାଙ୍କ ପକ୍ଷରୁ ଏ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇଏଚ୍‌ଆଇ ନିର୍ଦ୍ଦେଶକ ମହମୁଦ ଅମରି ମୋଘାଦ୍ଦାମ କହିଛନ୍ତି। ୨୦୧୭ରେ ଦେଶରେ ଆଣ୍ଟି-ନାର୍କୋଟିକ୍‌ ଆଇନ ଆସିବା ପରେ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧରେ ଫାଶୀ ଦଣ୍ଡାଦେଶର ମାତ୍ରା କମିଛି। ଗତବର୍ଷ ବିଭିନ୍ନ ଆପରାଧିକ ମାମଲାରେ ଫାଶୀ ପାଇଥିବା ମୋଟ ୫୮୨ ଜଣଙ୍କ ମଧ୍ୟରୁ ୪୪% ଲୋକ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଫାଶୀ ଦଣ୍ଡାଦେଶ ମିଳିଥିବା ମୋଟ ଇରାନୀୟଙ୍କ ମଧ୍ୟରୁ ୩୦% ସୁନି ମୁସଲିମ୍‌ ବାଲୁଚ ସଂଖ୍ୟାଲଘୁ ଥିବାବେଳେ ୨ରୁ ୬% ଇରାନୀୟ ଅଟନ୍ତି। ହତ୍ୟା ମାମଲାରେ ମୋଟ ୨୮୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିିଳିଥିବାବେଳେ ୧୫ ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବାଧିକ। ରିପୋର୍ଟ ଅନୁସାରେ ଦୁଇ ଜଣଙ୍କୁ ସର୍ବସମ୍ମୁଖରେ ଫାଶୀରେ ଝୁଲାଯାଇଥିବାବେଳେ ୩ ନାବାଳକ ଏବଂ ୧୬ ମହିଳାଙ୍କୁ ଗତବର୍ଷ ଇରାନ୍‌ ସରକାର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri