ଇରାନ୍‌ରେ ଫାଶୀ ଦଣ୍ଡାଦେଶ ୭୫% ବଢ଼ିଛି

ପ୍ୟାରିସ୍‌,୧୪।୪: ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ୨୦୨୧ରେ ଦେଶରେ ମୋଟ ୩୩୩ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ୨୦୨୨ରେ ଦେଶରେ ସର୍ବାଧିକ ୫୮୨ ଜଣଙ୍କୁ ଫାଶୀଦଣ୍ଡ ମିଳିଛି। ଏ ନେଇ ନରଓ୍ବେସ୍ଥିତ ଇରାନ୍‌ର ମାନବାଧିକାର (ଆଇଏଚ୍‌ଆର୍‌) ଏବଂ ପ୍ୟାରିସ୍‌ରେ ଥିବା ଟୁଗେଦର ଏଗେନ୍‌ଷ୍ଟ ଡେଥ୍‌ ପେନାଲ୍ଟି ପକ୍ଷରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି।
ମହସା ଅମିନଙ୍କ ମୃତ୍ୟୁ ପରେ ଗତ ସେପ୍ଟେମ୍ବରରେ ଦେଶବ୍ୟାପୀ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଆନ୍ଦୋଳକୁ ସମର୍ଥନ କରୁଥିବା ଏବଂ ଇରାନ୍‌ର ରକ୍ଷଣଶୀଳ ସରକାର ଓ ପୋଲିସକୁ ସମାଲୋଚନା କରିଥିବା ଅନେକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆନ୍ଦୋଳନରେ ସାମିଲଥିବା ପ୍ରାୟ ୪ ଜଣ ପୁରୁଷଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ଲୋକଙ୍କୁ ଭୟଭୀତ କରିବା ପାଇଁ ଇରାନୀୟ ସରକରାଙ୍କ ପକ୍ଷରୁ ଏ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇଏଚ୍‌ଆଇ ନିର୍ଦ୍ଦେଶକ ମହମୁଦ ଅମରି ମୋଘାଦ୍ଦାମ କହିଛନ୍ତି। ୨୦୧୭ରେ ଦେଶରେ ଆଣ୍ଟି-ନାର୍କୋଟିକ୍‌ ଆଇନ ଆସିବା ପରେ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧରେ ଫାଶୀ ଦଣ୍ଡାଦେଶର ମାତ୍ରା କମିଛି। ଗତବର୍ଷ ବିଭିନ୍ନ ଆପରାଧିକ ମାମଲାରେ ଫାଶୀ ପାଇଥିବା ମୋଟ ୫୮୨ ଜଣଙ୍କ ମଧ୍ୟରୁ ୪୪% ଲୋକ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଫାଶୀ ଦଣ୍ଡାଦେଶ ମିଳିଥିବା ମୋଟ ଇରାନୀୟଙ୍କ ମଧ୍ୟରୁ ୩୦% ସୁନି ମୁସଲିମ୍‌ ବାଲୁଚ ସଂଖ୍ୟାଲଘୁ ଥିବାବେଳେ ୨ରୁ ୬% ଇରାନୀୟ ଅଟନ୍ତି। ହତ୍ୟା ମାମଲାରେ ମୋଟ ୨୮୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିିଳିଥିବାବେଳେ ୧୫ ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବାଧିକ। ରିପୋର୍ଟ ଅନୁସାରେ ଦୁଇ ଜଣଙ୍କୁ ସର୍ବସମ୍ମୁଖରେ ଫାଶୀରେ ଝୁଲାଯାଇଥିବାବେଳେ ୩ ନାବାଳକ ଏବଂ ୧୬ ମହିଳାଙ୍କୁ ଗତବର୍ଷ ଇରାନ୍‌ ସରକାର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri