ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ: ଟଙ୍କା ପାଇଁ ହତ୍ୟା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ମୃତକଙ୍କ ପୁଅ

ଝାରସୁଗୁଡ଼ା ଅଫିସ,୧।୫ ଝାରସୁଗୁଡ଼ା କୋଭିଡ୍‌ ହସ୍ପିିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି। ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ପ୍ରଶାନ୍ତ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି। ଶନିବାର ଏ ନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି, ତାଙ୍କ ବାପା ଗତ ଗୁରୁବାର ରାତି ୯ଟାରେ ଫୋନ୍‌ରେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଥିଲେ। କିନ୍ତୁ ଶୁକ୍ରବାର ସକାଳୁ ଡାକ୍ତର ଫୋନ୍‌କରି ତୁମ ବାପା ଆଉ ନାହାନ୍ତି ବୋଲି କହିଥିଲେ। ଏଥିରେ ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇ ରାତିରେ ଭଲଥିଲେ, ହଠାତ୍‌ ସକାଳୁ କେମିତି ମଲେ ବୋଲି ପ୍ରଶ୍ନ କରିଥିଲେ। ଏହାସହ ବାପାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା, ସୁନାଚେନ, ସୁନାମୁଦି ଓ ମୋବାଇଲ୍‌ ନ ଥିଲା ବୋଲି ଦର୍ଶାଇଥିଲେ। ବୁଝାବୁଝି କଲାପରେ ଜଣେ ପଡୋଶୀ ଶଯ୍ୟାରେ ଥିବା ରୋଗୀଙ୍କ ନିକଟରେ ମୋବାଇଲ୍‌ ରହିଥିଲା। ହେଲେ ସୁନାଚେନ, ମୁଦି ଓ ୧୦ହଜାର ଟଙ୍କା ଆଉ ମିଳି ନ ଥିଲା ା ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ସବୁବେଳେ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସେମାନେ ରୋଗୀ ସେବା କରୁନାହାନ୍ତି ବୋଲି ବାପା କହିବାରୁ ସେ ୧୦ ହଜାର ଟଙ୍କା ପଠାଇଥିଲେ। ଏହି ଟଙ୍କା ଓ ସୁନା ଅଳଙ୍କାର ହାତେଇବା ପାଇଁ ତାଙ୍କ ବାପାଙ୍କୁ ହସ୍ପିଟାଲ୍‌ ଭିତରେ ହତ୍ୟା କରାଯାଇଛି। ଏ ନେଇ ହସ୍ପିଟାଲ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, ହସ୍ପିଟାଲ୍‌ ଭିତରେ ସିସିଟିଭି ଲାଗିଛି। ଯଦି ଏଭଳି ଅଭିଯୋଗ ଆସୁଛି ତା’ହେଲେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଭିଡ୍‌ ହସ୍ପିଟାଲ୍‌ ଦାୟିତ୍ୱରେ ଥିବା ମୁଖ୍ୟ ଚିକିତ୍ସକ ଡା. ହୃଷୀକେଶ ନାୟକ ମଧ୍ୟ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri