ଦାଦନ ଖଟି ଯାଇଥିବା ନାବାଳିକାଙ୍କ ମୃତ୍ୟୁ

ଯାଜପୁର ଅଫିସ ,୧୧ା୫ : ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି । ଏହାଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ବଳର ବିନିଯୋଗ ହୋଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ । ବେକାରୀ ସମସ୍ୟା ବି ହଟିବ । ଏହି ଆଶାରେ ଦେଶୀ ବିଦେଶୀ କମ୍ପାନୀଗୁଡ଼ିକୁ ପୁଞ୍ଜିନିବେଶର ସୁଯୋଗ ଦିଆଯାଉଛି । ହେଲେ ଫଳ ଓଲଟା । ରାଜ୍ୟର ବେକାରୀ ସମସ୍ୟା ଦୂର ତ ଦୂରର କଥା ଖଣି ଅଞ୍ଚଳରେ କାମ ନ ପାଇ ଦାଦନ ଖଟିଯିବା କାରଣରୁ ଜଣେ ନାବାଳିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର କୁହିକା ପଞ୍ଚାୟତର ଏକ ଗ୍ରାମରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି।
ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର ରନତ୍ଗର୍ଭା ବୋଲି କୁହାଯାଉଛି। ସମଗ୍ର ଭାରତବର୍ଷରେ ଥିବା କ୍ରୋମାଇଟର ୯୮ ଭାଗ ଓଡ଼ିଶାରେ ଗଚ୍ଛିତ ଅଛି। ତନ୍ମଧ୍ୟରୁ ଯାଜପୁର ଜିଲାର କେବଳ ସୁକିନ୍ଦା ଅଞ୍ଚଳରେ ସର୍ବାଧିକ ୧୭୩ ନିୟୁତ ଟନ କ୍ରୋମାଇଟ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ସୁକିନ୍ଦା ଖଣି ଅଞ୍ଚଳର ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ଓଡ଼ିଶା ଖଣିନିଗମ, ଟାଟାଷ୍ଟିଲ, ଜିନ୍ଦଲ ଇସ୍ପାତ, ଫେକର, ମିଶ୍ରିଲାଲ, ଆଇଡ଼ିସି, ବିସି ମହାନ୍ତି ଏଣ୍ଡ ସନ, ଇମ୍ଫା ଆଦି ଦେଶର ବହୁ ନାମୀ କମ୍ପାନୀ ନିଜର ବେପାର ମେଲାଇଛନ୍ତି। ଖଣି କମ୍ପାନୀମାନଙ୍କୁ କ୍ୟାପଟିଭ ଓ ନନକ୍ୟାପଟିଭରେ ବଣ୍ଟନ କରି ୧୫ ବର୍ଷ ଓ ୫ ବର୍ଷ ଉତ୍ତୋଳନ କରିବାକୁ ମଞ୍ଜୁର ହୋଇଛି। ତେବେ ପୂର୍ବରୁ ଏଠାରେ ଖଣି ଖୋଳିବାକୁ ହଜାର ହଜାର ଲୋକ ନିଯୁକ୍ତି ପାଇଥିବା ବେଳେ ଧିରେ ଧିରେ ଖଣି କାଯର୍‌ୟରେ ମେଶିନ ଲଗାଇ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରି ଚାଲିଛନ୍ତି। ଏହାବାଦ ଅଣଓଡିଆ ଠିକାସଂସ୍ଥା ଜରିଆରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ବାହାର ଶ୍ରମିକମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ କାମ ନ ପାଇ ଏଠାକାର ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗତ ଡିସେମ୍ବରରେ ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ଲୋକ ବସ୍‌ ଯୋଗେ କାମ ଅନ୍ବେଷଣରେ ବାହାରକୁ ଯାଇଥିବାର ଜଣାପଡିଥିଲା। ମୂଲ୍ୟବାନ ଭୂ-ସମ୍ପଦ, ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଭଳି ସ୍ଥିତି ଦେଖଣାହାରୀଙ୍କୁ ବିଚଳିତ କରିଥିଲା। ଏବେ ପୁଣି ଜଣେ ନାବାଳିକା ଶ୍ରମିକ ଦାଦନ ଖଟିବାକୁ ଯାଇ ଜଣେ ଅଜଣା ଯୁବକଙ୍କ ପ୍ରେମରେ ପଡି ମୃତ୍ୟୁ ମୁଖରେ ପଡିଥିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଛି। ସୂଚନା ଅନୁସାରେ ଉକ୍ତ ନାବାଳିକାଙ୍କ କିଛି ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା। ଠିକା ଖଣି ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବାପାଙ୍କ ଦେହାନ୍ତର ଏକବର୍ଷ ପରେ ସ୍ବ୍‌ଳ୍ପସଞ୍ଚିତ ଅର୍ଥ ଓ ଧାରକରଜ କରି ବଡ଼ ଦୁଇ ଭଉଣୀଙ୍କ ବିବାହ ଦେଇଥିଲେ ବିଧବା ମାଆ । ପରିବାରର ଆର୍ଥିକ ସମସ୍ୟା ଓ ଅଭାବ ଅନାଟନକୁ ଅନୁଭବ କରି ଦୁଇ ପଇସା ରୋଜଗାର କରିବାକୁ ବର୍ଷେ ତଳେ ଅନ୍ୟ ଶ୍ରମିକମାନଙ୍କ ସହ ସୁଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ୧୭ ବର୍ଷ ବୟସ୍କା ସାନଝିଅ ମଧ୍ୟ ମା’ଙ୍କ ସହ ଯାଇଥିଲେ। ସେଠାରେ ନାବାଳିକା ଝିଅ ଜଣକ ଜଣେ ଯୁବକଙ୍କ ପ୍ରେମଜାଲରେ ଫସିଯାଇଥିଲେ । ଉକ୍ତ ଯୁବକଙ୍କ ସହ ନାବାଳିକା ଝିଅ କିଛି ମାସ ଏକାଠି ରହିଥିଲେ। ପରେ ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ଘଟିବାରୁ ଯୁବକ ଜଣକ ନାବାଳିକାଙ୍କୁ ଛାଡି କୁଆଡେ ଚାଲିଗଲେ । ହେଲେ ସେତେବେଳକୁ ନାବାଳିକା ଝିଅ ଗର୍ଭବତୀ ହୋଇଯାଇଥିଲେ। କିଛି ଅର୍ଥ ରୋଜଗାର କରି ଖୁସି ସାଉଣ୍ଟିବା ଆଶାରେ ଯାଇଥିବା ନାବାଳିକା ଓ ତାଙ୍କ ମାଆ ଦୁଃଖର ପାହାଡ଼ ନେଇ ଘରକୁ ଫେରିଥିଲେ। ଲୋକଲଜ୍ୟାରେ ମାଆ ଏକଥା କାହାକୁ ନ ଜଣାଇ କୌଣସି ଡାକ୍ତରୀ ପରାମର୍ଶ କିମ୍ବା ଚିକିତ୍ସା କରି ପାରି ନ ଥିଲେ। ଗତ ୪ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ମାଆ ତାଙ୍କୁ ଢେଙ୍କାନାଳ ଜିଲା ଅଁଳାବେଣୀ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେବାପରେ ଭୀଷଣ ଜ୍ୱର ସହ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ତାଙ୍କୁ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ତେବେ ଖଣିରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେଇ ମୃତ୍ୟୁ ଶ୍ରମିକଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି ମିଳିଥିଲେ ହୁଏତ ନାବାଳିକା ଦାଦନ ଖଟିବାକୁ ଯାଇ ନ ଥାନ୍ତେ ଓ ତାଙ୍କର ଏଭଳି ଭାବେ ମୃତ୍ୟୁ ହୋଇ ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଜିଲା ପ୍ରଶାସନ ଅତି ଗୁରୁତର ଭାବେ ନେଇ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେଲେ ଆଗକୁ ଆଉ କୌଣସି ନାବାଳିକା ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ଗାନ୍ଧିଛକରେ ଉଡୁଛି ଛିଣ୍ଡା ତ୍ରିରଙ୍ଗା: ନୂଆ ଲଗାଇବାକୁ ଦାବି, ଦେଖନ୍ତୁ Video

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଝଡବତାସରେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri