ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ର଼୍ୟାଗିଂ ସନ୍ଦେହ

ବଲାଙ୍ଗୀର ଅଫିସ, ୨୩ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସି ପଡି ଶୁକ୍ରବାର ଜଣେ ପ୍ରଥମ ବର୍ଷ ଡାକ୍ତରୀ (ଏମବିବିଏସ୍‌) ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହରିୟାଣା ରାଜ୍ୟ କରନାଲ ସହରର ନିଶାନ୍ତ କୁମାର (୧୯) ବୋଲି ଚିହ୍ନଟ କରାଯାଇଛି। ମେଡିକାଲ ଛାତ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ର଼୍ୟାଗିଂ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପରିବାର ଲୋକେ ତାଙ୍କୁ ର଼୍ୟାଗିଂ କରାଯାଇ ମାରିଦିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ନିଶାନ୍ତ ପରିବାରର ଏକମାତ୍ର ପୁତ୍ର ଥିଲେ ବୋଲି ଜଣାପଡ଼ିଛି।
ସହପାଠୀମାନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ନିଶାନ୍ତ ୧୦ ଦିନ ତଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ପାଠ ପଢ଼ିବା ପାଇଁ ଆସି ଛାତ୍ରାବାସର ୩୧୨ ନମ୍ବର ରୁମ୍‌ରେ ଏକାକୀ ରହୁଥିଲେ। ଶୁକ୍ରବାର ପୂର୍ବାହ୍ନରେ କ୍ଳାସ କରିବା ପାଇଁ କଲେଜକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ହଷ୍ଟେଲକୁ ଫେରି ମେସ୍‌ରେ ସାଙ୍ଗମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରୁ ସେ ନିଜ ରୁମ୍‌କୁ ଯାଇଥିଲେ। ତେବେ ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ହଷ୍ଟେଲ ଛାତ ଉପରୁ ନିଶାନ୍ତ ତଳକୁ ଡେଇଁ ପଡିଥିବା ଜାଣିବାକୁ ମିଳିଥିଲା ା ହଷ୍ଟେଲ ତଳେ ଅଚେତ ଅବସ୍ଥାରେ ସେ ପଡିଥିବା ଦେଖି ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା। କଲେଜ କର୍ତ୍ତୃପକ୍ଷ ସେଠାରୁ ନିଶାନ୍ତଙ୍କୁ ପ୍ରାୟ ୫ କିମି ଦୂର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇବା ପରେ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ପ୍ରଥମେ ଡାକ୍ତରଖାନା ଓ ପରେ ମେଡିକାଲ କଲେଜ ପରିସରରେ ପହଞ୍ଚତ୍ ଛାନଭିନ୍‌ ଆରମ୍ଭ କରିଥିଲେ। ସଦର ଏସଡିପିଓ ତୋଫାନ ବାଗ, ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ମୃତ ଛାତ୍ରଙ୍କ ସହପାଠୀଙ୍କୁ ପଚରାଉଚରା କରିଥିଲେ। ନିଶାନ୍ତ କୌଣସି କାରଣରୁ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଘଟଣାଟି ସନ୍ଦେହ ଘେରରେ ରହିଛି । ହଷ୍ଟେଲ ଛାତ ଉପରେ ତାଙ୍କର ହଳେ ଚପଲ ଓ ଏକ ଇଟା ରହିଛି। ଛାତ ଉପରେ ପ୍ରାୟ ୪ ଫୁଟ୍‌ର ବାଡ ରହିଥିବାରୁ ସେଠାରୁ ଝୁଙ୍କି ପଡିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ହଷ୍ଟେଲରେ ରହୁଥିବା ସାଙ୍ଗମାନଙ୍କ ସହ ଦିନ ସାଢ଼େ ୧ଟାରେ ମଧ୍ୟାହ୍ନ ଭୋଜନ କରିଥିବା ନିଶାନ୍ତ ଠିକ୍‌ଠାକ୍‌ ଥିଲେ ବୋଲି ତାଙ୍କ ସାଙ୍ଗମାନେ ପୋଲିସକୁ କହିଛନ୍ତି। ତେବେ ମାତ୍ର ଅଧଘଣ୍ଟାରୁ ୪୫ ମିନିଟ୍‌ ଭିତରେ କ’ଣ ହେଲା ଯେ ସେ ଛାତ ଉପରକୁ ଗଲେ ତାହା ଜଣାପଡିନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇନାହିଁ। ୫ ମହଲା ଉପରୁ ପଡିଥିଲେ ମଧ୍ୟ ପଡିବା ସ୍ଥାନରେ ମାତ୍ର ଗୋଟିଏ ବୁନ୍ଦା ରକ୍ତ ପଡିଥିବାରୁ ସନ୍ଦେହ ବଢ଼ିଛି। ମୃତ ନିଶାନ୍ତଙ୍କ ଡାହାଣ ହାତ, ଗୋଡ ଭାଙ୍ଗି ଯାଇଛି। ପୋଲିସ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଅନ୍ୟପଟେ ମୃତ ଛାତ୍ରଙ୍କ ପରିବାର ଲୋକେ ର଼୍ୟାଗିଂ ସନ୍ଦେହ କରିଥିବା ଗଣମାଧ୍ୟମକୁ ଫୋନ୍‌ ଯୋଗେ କହିଛନ୍ତି। ତାଙ୍କ ପରିବାର ଲୋକେ ବଲାଙ୍ଗୀର ପହଞ୍ଚତ୍ ନାହାନ୍ତି। ନିିଶାନ୍ତଙ୍କ ମୃତଦେହକୁ ହସ୍ପିଟାଲ ଶବାଗାରରେ ରଖାଯାଇଛି। ଶନିବାର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ବାଗ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୬ ମାସ ତଳେ ଏହି କଲେଜର ଜଣେ ଡାକ୍ତରୀ ଛାତ୍ରୀ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ମାମଲାର ତଦନ୍ତ ଜାରି ରହିଛି। ଶୁକ୍ରବାର ପ୍ରଥମ ବର୍ଷର ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଲେଜରେ ର଼୍ୟାଗିଂ ଚର୍ଚ୍ଚା ଜୋର ଧରିଛି। ଏନେଇ ଭୀମଭୋଇ ମେଡିକାଲ କଲେଜ ଡିନ୍‌ ଡା. ସବିତା ମହାପାତ୍ରଙ୍କୁ ପଚରାଯିବାରେ ସେ କହିଛନ୍ତି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ କୁମାର ଛାତରୁ ଡେଇଁ ପଡିବା ଖବର ପାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କଲେଜ ଭିତରେ ର଼୍ୟାଗିଂ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଏ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri