ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ର଼୍ୟାଗିଂ ସନ୍ଦେହ

ବଲାଙ୍ଗୀର ଅଫିସ, ୨୩ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସି ପଡି ଶୁକ୍ରବାର ଜଣେ ପ୍ରଥମ ବର୍ଷ ଡାକ୍ତରୀ (ଏମବିବିଏସ୍‌) ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହରିୟାଣା ରାଜ୍ୟ କରନାଲ ସହରର ନିଶାନ୍ତ କୁମାର (୧୯) ବୋଲି ଚିହ୍ନଟ କରାଯାଇଛି। ମେଡିକାଲ ଛାତ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ର଼୍ୟାଗିଂ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପରିବାର ଲୋକେ ତାଙ୍କୁ ର଼୍ୟାଗିଂ କରାଯାଇ ମାରିଦିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ନିଶାନ୍ତ ପରିବାରର ଏକମାତ୍ର ପୁତ୍ର ଥିଲେ ବୋଲି ଜଣାପଡ଼ିଛି।
ସହପାଠୀମାନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ନିଶାନ୍ତ ୧୦ ଦିନ ତଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ପାଠ ପଢ଼ିବା ପାଇଁ ଆସି ଛାତ୍ରାବାସର ୩୧୨ ନମ୍ବର ରୁମ୍‌ରେ ଏକାକୀ ରହୁଥିଲେ। ଶୁକ୍ରବାର ପୂର୍ବାହ୍ନରେ କ୍ଳାସ କରିବା ପାଇଁ କଲେଜକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ହଷ୍ଟେଲକୁ ଫେରି ମେସ୍‌ରେ ସାଙ୍ଗମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରୁ ସେ ନିଜ ରୁମ୍‌କୁ ଯାଇଥିଲେ। ତେବେ ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ହଷ୍ଟେଲ ଛାତ ଉପରୁ ନିଶାନ୍ତ ତଳକୁ ଡେଇଁ ପଡିଥିବା ଜାଣିବାକୁ ମିଳିଥିଲା ା ହଷ୍ଟେଲ ତଳେ ଅଚେତ ଅବସ୍ଥାରେ ସେ ପଡିଥିବା ଦେଖି ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା। କଲେଜ କର୍ତ୍ତୃପକ୍ଷ ସେଠାରୁ ନିଶାନ୍ତଙ୍କୁ ପ୍ରାୟ ୫ କିମି ଦୂର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇବା ପରେ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ପ୍ରଥମେ ଡାକ୍ତରଖାନା ଓ ପରେ ମେଡିକାଲ କଲେଜ ପରିସରରେ ପହଞ୍ଚତ୍ ଛାନଭିନ୍‌ ଆରମ୍ଭ କରିଥିଲେ। ସଦର ଏସଡିପିଓ ତୋଫାନ ବାଗ, ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ମୃତ ଛାତ୍ରଙ୍କ ସହପାଠୀଙ୍କୁ ପଚରାଉଚରା କରିଥିଲେ। ନିଶାନ୍ତ କୌଣସି କାରଣରୁ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଘଟଣାଟି ସନ୍ଦେହ ଘେରରେ ରହିଛି । ହଷ୍ଟେଲ ଛାତ ଉପରେ ତାଙ୍କର ହଳେ ଚପଲ ଓ ଏକ ଇଟା ରହିଛି। ଛାତ ଉପରେ ପ୍ରାୟ ୪ ଫୁଟ୍‌ର ବାଡ ରହିଥିବାରୁ ସେଠାରୁ ଝୁଙ୍କି ପଡିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ହଷ୍ଟେଲରେ ରହୁଥିବା ସାଙ୍ଗମାନଙ୍କ ସହ ଦିନ ସାଢ଼େ ୧ଟାରେ ମଧ୍ୟାହ୍ନ ଭୋଜନ କରିଥିବା ନିଶାନ୍ତ ଠିକ୍‌ଠାକ୍‌ ଥିଲେ ବୋଲି ତାଙ୍କ ସାଙ୍ଗମାନେ ପୋଲିସକୁ କହିଛନ୍ତି। ତେବେ ମାତ୍ର ଅଧଘଣ୍ଟାରୁ ୪୫ ମିନିଟ୍‌ ଭିତରେ କ’ଣ ହେଲା ଯେ ସେ ଛାତ ଉପରକୁ ଗଲେ ତାହା ଜଣାପଡିନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇନାହିଁ। ୫ ମହଲା ଉପରୁ ପଡିଥିଲେ ମଧ୍ୟ ପଡିବା ସ୍ଥାନରେ ମାତ୍ର ଗୋଟିଏ ବୁନ୍ଦା ରକ୍ତ ପଡିଥିବାରୁ ସନ୍ଦେହ ବଢ଼ିଛି। ମୃତ ନିଶାନ୍ତଙ୍କ ଡାହାଣ ହାତ, ଗୋଡ ଭାଙ୍ଗି ଯାଇଛି। ପୋଲିସ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଅନ୍ୟପଟେ ମୃତ ଛାତ୍ରଙ୍କ ପରିବାର ଲୋକେ ର଼୍ୟାଗିଂ ସନ୍ଦେହ କରିଥିବା ଗଣମାଧ୍ୟମକୁ ଫୋନ୍‌ ଯୋଗେ କହିଛନ୍ତି। ତାଙ୍କ ପରିବାର ଲୋକେ ବଲାଙ୍ଗୀର ପହଞ୍ଚତ୍ ନାହାନ୍ତି। ନିିଶାନ୍ତଙ୍କ ମୃତଦେହକୁ ହସ୍ପିଟାଲ ଶବାଗାରରେ ରଖାଯାଇଛି। ଶନିବାର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ବାଗ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୬ ମାସ ତଳେ ଏହି କଲେଜର ଜଣେ ଡାକ୍ତରୀ ଛାତ୍ରୀ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ମାମଲାର ତଦନ୍ତ ଜାରି ରହିଛି। ଶୁକ୍ରବାର ପ୍ରଥମ ବର୍ଷର ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଲେଜରେ ର଼୍ୟାଗିଂ ଚର୍ଚ୍ଚା ଜୋର ଧରିଛି। ଏନେଇ ଭୀମଭୋଇ ମେଡିକାଲ କଲେଜ ଡିନ୍‌ ଡା. ସବିତା ମହାପାତ୍ରଙ୍କୁ ପଚରାଯିବାରେ ସେ କହିଛନ୍ତି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ କୁମାର ଛାତରୁ ଡେଇଁ ପଡିବା ଖବର ପାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କଲେଜ ଭିତରେ ର଼୍ୟାଗିଂ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଏ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri