ଗୋତାରା ସରପଞ୍ଚଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୭।୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତର ସରପଞ୍ଚ ରତ୍ନାକର ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଦେହାନ୍ତ ମାହାଙ୍ଗା ପାଇଁ ଏକ ଅପୂରଣୀୟ କ୍ଷତି। ସେ ଦୀର୍ଘ ଦିନଧରି ରାଜନୀତିରେ ସକ୍ରିୟ ଥିଲେ। ସେ ୧୯୯୦ରୁ ୯୫, ୧୯୯୭ରୁ ୨୦୦୨ ଓ ୨୦୨୨ରେ ୩ ଥର ସରପଞ୍ଚ ହୋଇଥିଲେ। ସେହିପରି ୨୦୧୨ରୁ ୧୭ ପର୍ଯ୍ୟନ୍ତ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁ ଖବରପାଇ ପୂର୍ବତନ ମନ୍ତ୍ରୀ ତଥା ମହଙ୍ଗା ବିଧାୟକ ତାଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ କାନ୍ଧରେ ତାଙ୍କୁ ସ୍ମଶାନ ପର୍ଯ୍ୟନ୍ତ ନେଇ ଯାଇଥିଲେ।