ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ…

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ସେ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶନା ଦେଇଥିଲେ। ସିଦ୍ଦିକ ଇସମାଇଲ ମାଲାୟାଲମ ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ଥିଲେ। ଗତ କିଛି ଦିନ ହେବ ସେ ନିମୋନିଆ ଏବଂ ଯକୃତ ରୋଗରେ ପୀଡିତ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚିକିତ୍ଦା ଲାଗି କୋଚିର ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଏକ୍ସଟ୍ରାକୋରପୋରାଲ ମେମ୍ବ୍ରେନ ସପୋର୍ଟରେ ରଖାଯାଇଥିଲା।

ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ। ସମସ୍ତେ ଆଶା କରିଥିଲେ ସେ ସୁସ୍ଥ ହୋଇ ଘରକୁ ଆସିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ୧୯୮୯ ମସିହାରେ ମାଲାୟାଲମ ଚଳଚ୍ଚିତ୍ର ‘ରାମଜୀ ରାଓ ସ୍ପିକ’ର ନିର୍ଦ୍ଦେଶକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ‘ହରିହର ନାଗର’, ‘ଗଡଫାଦର’, ‘କାବୁଲିୱାଲା’, ‘ଭିଏତନାମ କଲୋନୀ’ ଏବଂ ‘ହିଟଲର’ ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା ଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ବିଗ ବ୍ରଦର’, ଯାହା ବକ୍ସ ଅଫିସରେ ହିଟ ବୋଲି ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ମୋହନଲାଲ ଏବଂ ଅଭିନେତା ଅରବାଜ ଖାନ ମୁଖ୍ୟ ଭୂମିକାରେ ଥିଲେ।

ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ ଅନ୍ୟତମ। ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବେଶ୍‌ ସଫଳଥିଲା। ‘ବଡିଗାର୍ଡ’ର ତାମିଲ ସଂସ୍କରଣ ମଧ୍ୟ ସିଦ୍ଦିକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯାହାର ନାମ ‘କାଭାଲାନ ’ଥିଲା। ସିଦ୍ଦିକି ଜଣେ ଅଭିନେତା ସହିିତ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ। ୨୦୨୨ ମସିହାରେ ସେ କେନକେମ ଫିଲ୍ମରେ ଏକ ବିଶେଷ ରୂପରେ ଅଭିନୟ କରିଥିଲେ। ଏକ ଛୋଟ ଭୂମିକାରେ ତାଙ୍କର ଅଭିନୟ ସହିତ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିଦ୍ଦିକିଙ୍କ ଦେହାନ୍ତ ଖବର ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri