ଚିକିତ୍ସାଧୀନ ମାଈହାତୀର ମୃତ୍ୟୁ

ଚୌଦ୍ୱାର,୨୮ା୯(ଡି.ଏନ୍‌.ଏ.): କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଡମଣୀ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ମାଈହାତୀର ସୋମବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ା
ସୂଚନା ଅନୁଯାୟୀ, ଶନିବାର ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ହାତୀଟି ଏକ ବୁଦା ଭିତରେ ପଡ଼ିଥିବା ଦେଖି ବନବିଭାଗକୁ ଜଣାଇଥିଲେ। ମାତ୍ର ବନ ବିଭାଗ ରବିବାର ସକାଳେ କିଛି ରେଷ୍ଟଗାର୍ଡଙ୍କୁ ହାତୀ ପାଖରେ ଜଗାଇ କାମ ସାରିଦେଇଥିଲେ। ରବିବାର ବିଳମ୍ବିତ ସମୟରେ ହାତୀର ଚିକିତ୍ସା ପାଇଁ ଡାକ୍ତରୀଟିମ୍‌ ପହଞ୍ଚି ଚିକିତ୍ସା କରିଥିଲେ। ତେବେ ଆଜି ସକାଳେ ହାତୀଟିର ମୃତ୍ୟୁ ହୋଇଯାଇଥିବା ବେଳେ ବ୍ୟବଚ୍ଛେଦ କରାଯିବା ପରେ ତାକୁ ସେହି ଜଙ୍ଗଲ ଭିତରେ ପୋତାଯିବ ବୋଲି ଏସିଏଫ୍‌ ମନୋରଞ୍ଜନ ସ୍ବାଇଁ ସୂଚନା ଦେଇଛନ୍ତି ା