ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫ ଫୁଟ। ରାତିରେ ଚିଲିକା ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କ ଜାଲରେ ଡଲଫିନଟି ମାଡ଼ ହୋଇ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫିସେରି ବିଭାଗକୁ ଡଲଫିନ ମୃତ୍ୟୁ ନେଇ ଖବର ଦିଆଯାଇଥିବା କହିଥିଲେ ମଧ୍ୟ ଏଯାବତ୍‌ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ନଥିବା ଗ୍ରାମବାସୀ କହିଛନ୍ତି।