ଭୀଷ୍ମଗିରି ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାଙ୍କ ମୃତଦେହ, ବିଳମ୍ବିତ ରାତିରେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬ ଟାରେ ଏକ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ଗାଁ ସାରା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

କୁମାରୀ ମାତୃତ୍ଵ ପରେ ଲୋକ ଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ଦେଇ ପୋଖରୀ ପାଣିରେ ଫୋପାଡି ଦିଆଯାଇଥିବା ନେଇ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି।ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନ ସଚେତନତା କରାଯାଉଥିଲେ ମଧ୍ୟ ଏବେବି ଶିଶୁକନ୍ୟା ସମସ୍ତଙ୍କ  ପାଇଁ ଅଲୋଡ଼ା ପାଲଟିଛି । ବେଟି ବଚାଓ ବେଟି ପଢାଅ ସ୍ଲୋଗାନ ନିରର୍ଥକ ହୋଇଛି। ଏହି ଘଟଣା ସମ୍ପର୍କରେ ଗ୍ରାମର କୌଣସି ବ୍ୟକ୍ତି ଆମକୁ ଜଣାଇନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୪।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

ଚଳିତ ସିଜନରେ CSK ପାଇଁ ଡେବ୍ୟୁ କରିବେ ସାମସନ-ସରଫରାଜଙ୍କ ପରି ଦମଦାର ଖେଳାଳି, ବଢିଲାଣି ବିପକ୍ଷର ଟେନସନ

ନୂଆଦିଲ୍ଲୀ,୧୬।୩: ୨୦୨୬ ଆଇପିଏଲ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କର ଦଳକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର, ଦଳ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ: ୧୦ ହଜାର କଇଁଛଙ୍କ ଗଣ ଅଣ୍ଡାଦାନ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ…

ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର: ଏହି ଜିଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୧୬ା୩ (ବନ୍ଦନା ସେଠୀ):ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

ଦିଲ୍ଲୀ ଘର ଠିକଣା: ନୂଆ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ଲାଗି ସବୁ ଦଳ ନିଜ ବିଧାୟକମାନଙ୍କୁ ଗୋଠକରି ରଖିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ମାତ୍ର ବିରୋଧୀ ଦଳ ବିଜେଡି ଏବଂ…

ହର୍ଷିତ ରାଣା ଆଇପିଏଲରୁ ବାଦ ପଡ଼ିଲେ, ତାଙ୍କ ସ୍ଥାନ ନେଇ ପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୬।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ବିଗୁଲ ୨୮ ମାର୍ଚ୍ଚରେ ବାଜିବାକୁ ଯାଉଛି; କିନ୍ତୁ, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ…

ନେତାନ୍ୟାହୁଙ୍କୁ ହତ୍ୟା ଆଇଆର୍‌ଜିସିର ଲକ୍ଷ୍ୟ

ତେହରାନ୍‌,୧୬ା୩: ଇରାନ୍‌-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍‌ର ଇସ୍‌ଲାମିକ୍‌…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri