Posted inଜାତୀୟ

ନର୍ସଙ୍କୁ ବଳାତ୍କାର ପରେ ହତ୍ୟା, ୯ ଦିନପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୧୬।୦୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡର ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଘରକୁ ଫେରୁଥିବା ବେଳେ ଏହି ଘଟିଥିବା ଜଣାପଡ଼ିିଛି।

ମିଳିଥିବା ସୂଚନା ଅନୁସାରେ ନର୍ସ ଜଣଙ୍କ ଜୁଲାଇ ୩୦ ତାରିଖ ସା ସମୟରେ ହସ୍ପିଟାଲ୍‌ ଛାଡ଼ିଥିଲେ । ଏକ ଇ-ରିକ୍ସା ଯୋଗେ ସେ ତଙ୍କ ଘରକୁ ଫେରୁଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି । ହେଲେ ସେ ସେହିଦିନ ରାତିରେ ଘରକୁ ଫେରିନଥିଲେ । ଏନେଇ ତାଙ୍କ ଭଉଣୀ ଥାନାରେ ଏତଲା ଦେଇଥିଲେ । ଏହାର ୯ ଦିନ ପରେ ତାଙ୍କ ଘରଠାରୁ ୧.୫ କିମି ଦୂରରେ ଥିବା ଏକ ଶୂନ୍‌ଶାନ୍‌ ଖୋଲା ପ୍ଲଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ୍‌ । ମୃତଦେହକୁ ପୋଷ୍ଟମର୍ଟମ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଥିଲା ୟୁପି ପୋଲିସ୍‌ ।

ତେବେ ଅଭିଯୁକ୍ତ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡ଼ିଛି । ସେ ରାତିରେ ନିଶାଶକ୍ତ ଅବସ୍ଥାରେ ଲୁଟ୍‌ପାଟ୍‌ କରୁଥିବା ବେଳେ ଏହି ମହିଳା ନର୍ସଙ୍କ ଠାରୁ ମଧ୍ୟ ଲୁଟ୍‌ କରିଥିଲା । ମହିଳା ଜଣଙ୍କ ତାଙ୍କ ଘର ଆଡ଼କୁ ଯାଉଥିବା ବେଳେ ସେ ତାଙ୍କୁ ଘୋଷାଡ଼ି ନେଇ ବଳାତ୍କାର କରିଥିଲା । ଏଥିସହିତ ମୋବାଇଲ୍‌, ୩ ହଜାର ଟଙ୍କା ଲୁଟ୍‌ କରି ତାଙ୍କୁ ହତ୍ୟା କରିଥିବା ପୋଲିସ୍‌ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

ଇରାନ ବିରୋଧରେ ପାକିସ୍ତାନ? ସାଉଦି ଆରବକୁ ପୂର୍ଣ୍ଣ ସମର୍ଥନ ଦେଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିବାକୁ ପହଞ୍ଚିଲେ ଶେହବାଜ ସରିଫ

ରିୟାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଜେଦ୍ଦାରେ ହୋଇଥିଲା। ଆଲୋଚନା…

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ବଡ଼ ଧମକ ଦେଲାଣି ଇରାନ! ବୋମା ପକାଇ ଉଡାଇ ଦେବ ଗ୍ୟାସ ସହ ତେଲ ଡିପୋ, ଆମେରିକାକୁ କହିଲା…

ତେହରାନ୍‌,୧୩।୩: ଇରାନ ଆମେରିକାକୁ ଏକ ଚେତାବନୀ ଦେଇଛି, ଯେଉଁଥିରେ କୁହାଯାଇଛି ଯେ ଏହା ଆମେରିକାକୁ ତା’ର କାର୍ଯ୍ୟ ପାଇଁ ପଶ୍ଚାତାପ କରିବାକୁ ବାଧ୍ୟ କରିବ। ଇରାନ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri