ଲିବିୟା ସମୁଦ୍ରକୂଳରେ ୧୦୦କିମି ପର୍ଯ୍ୟନ୍ତ ଭାସୁଛି ମୃତଦେହ,ମହାମାରୀ ବ୍ୟାପିବା ଆଶଙ୍କା…

ତ୍ରିପୋଲି,୧୬।୯: ଲିବିୟାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ର କୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଭାସୁଛି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଫଳରେ ଲିବିଆରେ ବନ୍ୟା ପରେ ବର୍ତ୍ତମାନ ମହାମାରୀ ହେବାର ଆଶଙ୍କା ଦେଖାଦେଇଛି।

ଲିବିୟାରେ ବନ୍ୟା ପରିସ୍ଥିତି ପରେ ଅଧିକାରୀମାନେ ତଦନ୍ତ ଦାବି କରିଛନ୍ତି। ଏହାକୁ ଦୁନିଆର ସବୁଠାରୁ ଖରାପ ମାନବୀୟ ଦୁଃଖଦ ଘଟଣା ବୋଲି କୁହାଯାଉଛି। ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ତଥା ସମ୍ପତ୍ତିରେ କ୍ଷତି ଘଟାଇଥିବା ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ କୌଣସି ମାନବୀୟ ତ୍ରୁଟି ଯୋଗୁ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବାକୁ ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେଉଁମାନେ ବଞ୍ଚିଛନ୍ତି ସେମାନେ ନିଜ ପ୍ରିୟ ଲୋକଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି।

ନ୍ୟୁଜ ଅନୁଯାୟୀ, ସେପ୍ଟେମ୍ବର ୧୦ ରେ ଲିବିୟାର ଡର୍ନା ସହରରେ ଯାହା ଘଟିଥିଲା, ସମଗ୍ର ବିଶ୍ୱ କେବେ ବି ଭୁଲି ପାରିବ ନାହିଁ। ଏଠାରେ ଏକ ଶକ୍ତିଶାଳୀ ଝଡ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା ଯାହା ଆଖି ପିଛୁଳାକେ ସମଗ୍ର ସହରକୁ ବୋହି ନେଇ ସମୁଦ୍ର ମୁହାଁ ହୋଇଥିଲା । ବନ୍ୟା ଜଳ ପୂର୍ବ ସହରର ଡର୍ନା ଡ୍ୟାମକୁ ଭାଙ୍ଗି ଦେଇଥିଲା। ବହୁ ମହଲା କୋଠା ଏବଂ ଭିତରେ ଶୋଇଥିବା ପରିବାରଗୁଡିକର କୌଣସି ଖୋଜ ଖବର ମିଳି ନାହିଁ। ମୃତ୍ୟୁସଂଖ୍ୟାର ସରକାରୀ ଆକଳନ ଭିନ୍ନ ଭିନ୍ନ ରହିଛି।

ଡର୍ନା ମେୟର ଅବଦୁଲମେନେମ ଅଲ-ଘାଥୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୟଙ୍କର ବନ୍ୟା ଯୋଗୁଁ ସହରରେ ମୃତ୍ୟୁ ସଂଖ୍ୟା ୧୮ ହଜାର ରୁ ୨୦ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ। ନ୍ୟୁଜ ଏଜେନ୍ସି ରଏଟର୍ସ ସହ କଥାବାର୍ତ୍ତା କରି ସେ କହିଛନ୍ତି ଆବର୍ଜନା ଓ ପାଣିରେ ବହୁ ସଂଖ୍ୟକ ମୃତଦେହ ମିଳିବା ପରେ ବର୍ତ୍ତମାନ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri