Posted inଖେଳ

ତାଜମହଲ ସାମ୍ନାରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ ଡି ଭିଲର୍ସ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍‌ ସବୁଠାରୁ ପସନ୍ଦିତ ଖେଳ। ଏହାନୁହେଁ ଯେ ଏଠାରେ ଥିବା ପ୍ରଶଂସକମାନେ କେବଳ ଭାରତୀୟ ଖେଳାଳିଙ୍କୁ ପସନ୍ଦ କରିଥାନ୍ତି ବରଂ ଭାରତରେ ବିଦେଶୀ ଖେଳାଳିଙ୍କ ପ୍ରଶଂସକ ମଧ୍ୟ କିଛି କମ୍‌ ନୁହେଁ। ଭାରତରେ ସବୁଠାରୁ ପସନ୍ଦିତ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ପ୍ରାକ୍ତନ ଅଧିନାୟକ ତଥା ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଆବ୍ରାହମ ବେଞ୍ଜାମିନ (ଏବି) ଡି ଭିଲର୍ସ ସର୍ବାଗ୍ରେ ରହିଛନ୍ତି। ନିଜେ ଡି ଭିଲର୍ସ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଭାରତରେ ବହୁତ ଭଲପାଇବା ମିଳେ। ଏହି କାରଣରୁ ଡି ଭିଲର୍ସ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ଭାରତରେ ହିଁ ପ୍ରପୋଜ କରିଥିଲେ।
ଭିଲର୍ସଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା ବିଶ୍ୱ କ୍ରିକେଟ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ସମୟରେ ଡାନିଏଲ୍‌ ସ୍ବର୍ଟଙ୍କ ସହ ତାଙ୍କର ପ୍ରଥମ ଥର ଲାଗି ସାକ୍ଷାତ୍‌କାର ହୋଇଥିଲା। ଏବି ଓ ଡାନିଏଲ୍‌ଙ୍କ ପାରିବାରିକ ସମ୍ପର୍କ ରହିଥିଲା। ତେଣୁ ଏବିଙ୍କ ବାପାଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ଏକ ପ୍ରୋଗ୍ରାମ ଅବସରରେ ଉଭୟ ଡି ଭିଲର୍ସ ଓ ଡାନିଏଲ୍‌ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଡି ଭିଲର୍ସ ଡାନିଏଲ୍‌ଙ୍କୁ ମନ ଦେଇ ବସିଥିଲେ।

କିନ୍ତୁ ସେହି ସମୟରେ ସେ ଏତେ ପରିମାଣରେ ନର୍ଭସ ଥିଲେ ଡାନିଏଲ୍‌ଙ୍କ ସହ କଥା ହୋଇ ତାଙ୍କଠାରୁ ଫୋନ ନମ୍ବର ଆଣିବାକୁ ସାହସ ଜୁଟାଇପାରି ନ ଥିଲେ। ଏପରିକି ଲାଜକୁରା ସ୍ବଭାବର ଡି ଭିଲର୍ସ ଡାନିଏଲ୍‌ଙ୍କୁ ହ୍ୟାଲୋ ଛଡ଼ା ଆଉ କିଛି କହିପାରି ନ ଥିଲେ। ଏହାପରେ ସେ ମା’ଙ୍କ ସହାୟତା ନେଇ ଡାନିଏଲ୍‌ଙ୍କ ଫୋନ ନମ୍ବର ଆଣିବାରେ ସଫଳ ହୋଇଥିଲେ। ଡି ଭିଲର୍ସ ତାଜମହଲ ସମ୍ମୁଖରେ ଡାନିଏଲ୍‌ଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ତାଙ୍କ ଆତ୍ମଜୀବନୀ ‘ଏବି- ଦି ଅଟୋବାୟୋଗ୍ରାଫି’ରେ ଉଲ୍ଲେଖ କରିଛନ୍ତି। ୨୦୧୩ରେ ଯେତେବେଳେ ଆଇପିଏଲ୍‌ ଖେଳିବାକୁ ସେ ଭାରତ ଆସିଥିଲେ ସେହି ସମୟରେ ଡାନିଏଲ୍‌ଙ୍କୁ ମଧ୍ୟ ସାଥୀରେ ଆଣିଥିଲେ। ଉଭୟ ନୂଆଦିଲ୍ଲୀରୁ ଆଗ୍ରା ବୁଲିବାକୁ ଆସିଥିବାବେଳେ ଡି ଭିଲର୍ସ ତାଜମହଲ ସାମ୍ନାରେ ଡାନିଏଲ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହି ବର୍ଷ ହିଁ ଏହି ଚର୍ଚ୍ଚିତ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଡି ଭିଲର୍ସଙ୍କର ଆବ୍ରାହମ ଓ ଜନ୍‌ ନାମରେ ୨ଟି ପୁଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri