ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଗାଁକୁ ଯାଇ ତଦନ୍ତ କଲେ…

କର୍ଲାମୁଣ୍ଡା,୧୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ ପଢ଼ୁଥିବା  ବିଷୟକୁ ନେଇ ଚଳିତ ମାସ ୬ ତାରିଖରେ ଧରିତ୍ରୀ ଖବର କାଗଜରେ ବିପଦ ପୂର୍ଣ୍ଣ ରାସ୍ତାରେ ପାଠ ପଢି  ଯାଉଛନ୍ତି ଛାତ୍ରୀଛାତ୍ର ଶୀର୍ଷକ ପ୍ରକାଶ ପାଇଥିଲା । ତେବେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ତତ୍ପରତା ଦେଖାଇ ମଙ୍ଗଳବାର ବ୍ଲକର ଜୋରାଡ଼ବରା ପଞ୍ଚାୟତର ହଜାରିପଡା ଓ ବୋରପଦର ପଞ୍ଚାୟତର କେର୍ଣାପଲା ଗାଁରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧିପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣୀ ସାହୁ, ରେଙ୍ଗାଲୀ ସିଆରସିସି ଉଜ୍ଜଳ କୁମାର ସାହୁ ପ୍ରମୁଖ  ବ୍ଲକର   ବିଦ୍ୟାଳୟ ବନ୍ଦ ହୋଇଥିବା ଜୋରାଡ଼ବରା ପଞ୍ଚାୟତର ହଜାରିପଡା ଓ ବୋରପଦର ପଞ୍ଚାୟତର କେର୍ଣାପଲା ଗାଁରେ ପହଞ୍ଚି ଗାଁ ଲୋକଙ୍କ ଉପସ୍ଥିତରେ ବିଦ୍ୟାଳୟ ପୁଣି ଥରେ ଖୋଲା ଯିବାର  ଆବଶ୍ୟକତା ସ୍ଥିତି ପରଖି ଥିଲେ। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲା ପ୍ରଶାସନକୁ ଦିଆଯିବ ବୋଲି କହିବା ସହ ଜିଲା ପ୍ରଶାସନ ସରକାରଙ୍କ ନିୟମ ଅନୁସାରେ ଯାହା ଥିବ ତାହାହିଁ କରିବେ ବୋଲି କହିଛନ୍ତି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, କେର୍ଣାପଲା ବିଦ୍ୟାଳୟ ବନ୍ଦ ହେବା ପରେ ଗାଁର ଛୋଟଛୋଟ ଶିଶୁମାନେ ୩ କିମି ଦୂର ୫୯ ନମ୍ବର ଜାତୀୟ ରାଜପଥ ନିକଟରେ  ଥିବା ମ. ରାମପୁର ବ୍ଲକ ର ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଠିକ୍‌ ସେହି ପରି ହଜାରିପଡାର ଛାତ୍ରୀଛାତ୍ର ମଧ୍ୟ ୫୯ ନମ୍ବର ଜାତୀୟ ରାଜପଥ ଦେଇ କୁଶୁର୍ଲା ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏଣୁ ଏହି ଉଭୟ ଗାଁରେ ପୁଣି ଥରେ ବିଦ୍ୟାଳୟ ଖୋଲା ଯିବାକୁ  ହଜାରିପଡାର ସ୍ବେଚ୍ଛାସେବୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, କେର୍ଣାପଲାର ବଳଭଦ୍ର ମାଝୀ, ସତ୍ୟା ନନ୍ଦ ସାହୁ, ପରମେଶ୍ବର ସାହୁ, ତରୁଣ ସାହୁ, ଦେବେନ୍ଦ୍ର ସାହୁ, ଥବିର ସାହୁ,ବିକ୍ରମ ସାହୁ, ତୁମେଶ୍ୱର ସାହୁ ପ୍ରମୁଖ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri