ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଗାଁକୁ ଯାଇ ତଦନ୍ତ କଲେ…

କର୍ଲାମୁଣ୍ଡା,୧୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ ପଢ଼ୁଥିବା  ବିଷୟକୁ ନେଇ ଚଳିତ ମାସ ୬ ତାରିଖରେ ଧରିତ୍ରୀ ଖବର କାଗଜରେ ବିପଦ ପୂର୍ଣ୍ଣ ରାସ୍ତାରେ ପାଠ ପଢି  ଯାଉଛନ୍ତି ଛାତ୍ରୀଛାତ୍ର ଶୀର୍ଷକ ପ୍ରକାଶ ପାଇଥିଲା । ତେବେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ତତ୍ପରତା ଦେଖାଇ ମଙ୍ଗଳବାର ବ୍ଲକର ଜୋରାଡ଼ବରା ପଞ୍ଚାୟତର ହଜାରିପଡା ଓ ବୋରପଦର ପଞ୍ଚାୟତର କେର୍ଣାପଲା ଗାଁରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧିପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣୀ ସାହୁ, ରେଙ୍ଗାଲୀ ସିଆରସିସି ଉଜ୍ଜଳ କୁମାର ସାହୁ ପ୍ରମୁଖ  ବ୍ଲକର   ବିଦ୍ୟାଳୟ ବନ୍ଦ ହୋଇଥିବା ଜୋରାଡ଼ବରା ପଞ୍ଚାୟତର ହଜାରିପଡା ଓ ବୋରପଦର ପଞ୍ଚାୟତର କେର୍ଣାପଲା ଗାଁରେ ପହଞ୍ଚି ଗାଁ ଲୋକଙ୍କ ଉପସ୍ଥିତରେ ବିଦ୍ୟାଳୟ ପୁଣି ଥରେ ଖୋଲା ଯିବାର  ଆବଶ୍ୟକତା ସ୍ଥିତି ପରଖି ଥିଲେ। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲା ପ୍ରଶାସନକୁ ଦିଆଯିବ ବୋଲି କହିବା ସହ ଜିଲା ପ୍ରଶାସନ ସରକାରଙ୍କ ନିୟମ ଅନୁସାରେ ଯାହା ଥିବ ତାହାହିଁ କରିବେ ବୋଲି କହିଛନ୍ତି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, କେର୍ଣାପଲା ବିଦ୍ୟାଳୟ ବନ୍ଦ ହେବା ପରେ ଗାଁର ଛୋଟଛୋଟ ଶିଶୁମାନେ ୩ କିମି ଦୂର ୫୯ ନମ୍ବର ଜାତୀୟ ରାଜପଥ ନିକଟରେ  ଥିବା ମ. ରାମପୁର ବ୍ଲକ ର ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଠିକ୍‌ ସେହି ପରି ହଜାରିପଡାର ଛାତ୍ରୀଛାତ୍ର ମଧ୍ୟ ୫୯ ନମ୍ବର ଜାତୀୟ ରାଜପଥ ଦେଇ କୁଶୁର୍ଲା ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏଣୁ ଏହି ଉଭୟ ଗାଁରେ ପୁଣି ଥରେ ବିଦ୍ୟାଳୟ ଖୋଲା ଯିବାକୁ  ହଜାରିପଡାର ସ୍ବେଚ୍ଛାସେବୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, କେର୍ଣାପଲାର ବଳଭଦ୍ର ମାଝୀ, ସତ୍ୟା ନନ୍ଦ ସାହୁ, ପରମେଶ୍ବର ସାହୁ, ତରୁଣ ସାହୁ, ଦେବେନ୍ଦ୍ର ସାହୁ, ଥବିର ସାହୁ,ବିକ୍ରମ ସାହୁ, ତୁମେଶ୍ୱର ସାହୁ ପ୍ରମୁଖ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri