ଡିଡି କଲେଜ ପାଚେରି ଭଙ୍ଗାକୁ ନେଇ ବିବାଦ

କେନ୍ଦୁଝର,୨୫ା୮(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରାଞ୍ଚଳରେ ଥିବା ଧରଣୀଧର ସ୍ବୟଂଶାସିତ(ଡିଡି) ମହାବିଦ୍ୟାଳୟର ପାଚେରି ଭଙ୍ଗାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଜବରଦଖଲ ଉଚ୍ଛେଦ ନାମରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା ନ ଦେଇ କଲେଜ ପାଚେରି ଭଙ୍ଗା ଯାଇଥିବାରୁ ପରିସର ଅସୁରକ୍ଷିତ ହୋଇପଡ଼ିଛି। କେନ୍ଦୁଝର ସହରରେ ବହୁ ମୂଲ୍ୟବାନ ଜମି ଜବରଦଖଲ କରି ବ୍ୟବସାୟିକ କେନ୍ଦ୍ର ନିର୍ମାଣ ହୋଇଥିଲେ ହେଁ ଅଭିଯୋଗ ସତ୍ତ୍ୱେ ଉଚ୍ଛେଦ କରାଯାଉ ନାହିଁ। ଜବରଦଖଲ ଉଚ୍ଛେଦ ଆଳରେ ସାତସିଙ୍ଗା ମୌଜାରେ ଥିବା କଲେଜ ସୁରକ୍ଷା ପାଚେରିକୁ ଭଙ୍ଗାଯିବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ତତ୍‌କାଳୀନ ଅଧ୍ୟକ୍ଷ କଲେଜର ସୁରକ୍ଷାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଜମି ଚିହ୍ନଟ କରି ପାଚେରି ନିର୍ମାଣ କରାଇଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ଘରକୁ ଯିବାଆସିବା ପାଇଁ ସର୍ତ୍ତମୂଳକ ରାସ୍ତା ଛଡ଼ା ଯାଇଥିଲା। ତଦ୍‌ନୁଯାୟୀ ସାତସିଙ୍ଗା ମାୈଜାରେ ରଜନୀକାନ୍ତ ମହାନ୍ତି ଏବଂ ଖଗେଶ୍ୱର ମହାନ୍ତ ନାମକ ଦୁଇ ଜଣଙ୍କ ସହିତ ଚୁକ୍ତି କରି କଲେଜ ପକ୍ଷରୁ ରାସ୍ତା ଛଡ଼ାଯାଇଥିଲା। ସେମାନଙ୍କ ବ୍ୟତୀତ ଅନ୍ୟ କେହି ଉକ୍ତ ରାସ୍ତା ବ୍ୟବହାର କରିପାରିବେ ନାହିଁ ବୋଲି ଚୁକ୍ତିପତ୍ରରେ ଉଲ୍ଲେଖ ହୋଇଛି। ଏଭଳି ପରିସ୍ଥିତିରେ ଗତ ଅଗଷ୍ଟ ୧୮ ତାରିଖରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କ ପାଚେରି ନିର୍ମାଣ ଆଳରେ ବିନା ତଦନ୍ତରେ ଡିଡି କଲେଜ ପାଚେରି ଭାଙ୍ଗି ଦିଆଯିବା ସମସ୍ତଙ୍କୁ ଚକିତ କରିଥିଲା। ଅନ୍ୟପକ୍ଷରେ ଏକ ତରଫା ଭାବେ ବେଆଇନ ଭାବରେ ପାଚେରି ଭାଙ୍ଗିବା ଫଳରେ କଲେଜ ପରିସର ଅସୁରକ୍ଷିତ ହୋଇପଡ଼ିଛି। ଏଣୁ ଏହାର ତଦନ୍ତ ପାଇଁ ଜିଲାପାଳଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବେ ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri