Categories: ଫୁରସତ

୮ ମାସରେ ୪୬ କେଜି କମିଲେ ଡିସିପି

ନୂଆଦିଲ୍ଳୀ: ଦିଲ୍ଲୀ ମେଟ୍ରୋ ଡେପୁଟି କମିଶନର ଅଫ୍‌ ପୋଲିସ (ଡିସିପି) ଜିତେନ୍ଦ୍ର ମଣି ତ୍ରିପାଠୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପଛର କାରଣ ହେଉଛି ତାଙ୍କ ଟ୍ରାନ୍ସଫରମେଶନ୍‌। ମାନେ ମାତ୍ର ୮ ମାସରେ ଡିସିପି ଜିତେନ୍ଦ୍ର ଶରୀରର ଓଜନ ୪୬ କେଜି କମାଇ ଦେଇଛନ୍ତି। ପୂର୍ବରୁ ତାଙ୍କ ଓଜନ ୧୩୦ କିଲୋଗ୍ରାମ ଥିବାବେଳେ ସେ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିଲେ। ମଧୁମେହ, ରକ୍ତଚାପ ସାଙ୍ଗକୁ ଶରୀରରେ କୋଲେଷ୍ଟରଲ୍‌ ଲେବଲ୍‌ ଉଚ୍ଚରେ ଥିଲା। ଏଥିଲାଗି ତାଙ୍କୁ କୌଣସି କାମ କରିବାକୁ ଇଚ୍ଛା ହେଉ ନ ଥିବାବେଳେ ସେ ନିଜକୁ ଆକ୍ଟିଭ୍‌ ରଖିପାରୁ ନ ଥିଲେ।
ଜିତେନ୍ଦ୍ରଙ୍କ ସକାଳ ଆରମ୍ଭ ହୁଏ ଲାଉ ସରବତରୁ। ରୁଟି, ଭାତ ବଦଳରେ ସେ ସୁପ୍‌, ସାଲାଡ୍‌ ଏବଂ ଫଳ ବହୁତ ମାତ୍ରାରେ ଖାଇବା ଆରମ୍ଭ କରିଥିଲେ। ସେ ଦହିକୁ ନିୟମିତ ଭାବେ ଗ୍ରହଣ କରୁଥିଲେ। ଦୈନିକ ୧୫,୦୦୦ ପାଦ ସେ ଚାଲୁଥିଲେ। ମନିଙ୍କ ଓଜନ ୮୪ କେଜି। ଓଜନ କମାଇରୁ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ସେ ଏବେ ଫଟ୍‌ ଥିବା କହିଛନ୍ତି।

Share