Posted inଖେଳ

ପ୍ରଥମ ଦିନିକିଆ: ଟେଲରଙ୍କ ଶତକ ନିଷ୍ଫଳ: ପାକିସ୍ତାନ ୨୬ ରନରେ ବିଜୟୀ

ରାଓ୍ବଲପିଣ୍ଡି,୩୧।୧୦(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ୨୬ ରନରେ ବିଜୟୀ ହୋଇଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ ଉଇକେଟ ବିନିମୟରେ ୨୮୧ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୪୯. ୪ ଓଭରରେ ୨୫୫ ରନ କରି ଅଲ୍‌ ଆଉଟ ହୋଇ ପରାଜୟ ବରଣ କରିଛି। ଏଥିସହ ପାକିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଶତକୀୟ ପାଳି ଖେଳିଥିବା ଜିମ୍ବାଓ୍ବେ ଉଇକେଟକିପର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୮୨ ରନ ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ଆରମ୍ଭରୁ କେତୋଟି ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ତେବେ ବ୍ରେଣ୍ଡନ ଟେଲର ୧୧୨ ରନର ଶତକୀୟ ପାଳି ଖେଳି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଚାମୁ ଚିଭାଭା ୧୩, କ୍ରେଗ୍‌ ଏରିଭିନ୍‌ ୪୧, ଓ୍ବେସ୍‌ଲି ମାଧେଭେର ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପାକିସ୍ତାନ ତରଫରୁ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ସର୍ବାଧିକ ୫, ଅଭିଜ୍ଞ ଦ୍ରୁତ ବୋଲର ଓ୍ବାହାବ ରିୟାଜ ୪, ଇମାଦ ଓ୍ବାସିମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ହାରିସ ସୋହେଲ ସର୍ବାଧିକ ୭୧, ଓପନର ଇମାମ ଉଲ ହକ ୫୮, ଇମାଦ ଓ୍ବାସିମ ଅପରାଜିତ ୩୪, ଫହିମ ଆଶ୍ରଫ୍‌ ୨୩, ଅବିଦ ଅଲି ୨୧, ଅଧିନାୟକ ବାବର ଆଜମ ୧୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଜିମ୍ବାଓ୍ବେ ତରଫରୁ ବ୍ଲେସିଂ ମୁଜାରବାନୀ ଓ ତେଣ୍ଡାଇ ଚିସୋରୋ ୨ଟି ଲେଖାଏ, କାର୍ଲା ମୁମ୍ବା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୨୮୧/୮
(ହାରିସ ସୋହେଲ-୭୧, ଇମାମ-୫୮, ଇମାଦ ଓ୍ବାସିମ- ୩୪*, ମୁଜାରବାନୀ- ୨/୩୯, ଚିସୋରୋ-୨/୩୧)
ଜିମ୍ବାଓ୍ବେ ୪୯.୪ ଓଭରରେ ୨୫୫ ଅଲଆଉଟ୍‌
(ବ୍ରେଣ୍ଡନ ଟେଲର-୧୧୨, ଓ୍ବେସ୍‌ଲି ମାଧଭେର-୫୫, କ୍ରେଗ୍‌ ଏରଭିନ୍‌-୪୧, ଶାହିନ ଆଫ୍ରିଦି-୫/୪୯, ଓ୍ବାହାବ ରିୟାଜ-୪/ ୪୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri