Categories: ଖେଳ

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୩୬/୦

ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ବିନା କୌଣସି ଉଇକେଟ ହରାଇ ୩୬ ରନ୍‌ କରିଛି। ଫଳରେ ଭାରତ ପ୍ରଥମ ଇନିଂସଠାରୁ ୪୪୪ ରନ୍‌ର ପଛରେ ରହିଛି।

ଅଷ୍ଟ୍ରେଲିଆ ଟସ୍‌ ଜିତ ପ୍ରଥମ ଇନିଂସରେ ୪୮୦ ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଉସ୍‌ମାନ ଖ୍ବାଜା ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ହେଡ ୩୨ ରନ୍‌ କରି ଆଉଟ ହେବା ପରେ ମାର୍ନସ ଲାବୁସଚେନ ମଧ୍ୟ ୩ ରନ୍‌ରେ ଆଉଟ ହୋଇଥିଲେ। ଅଧିନାୟକ ଷ୍ଟିଭେନ ସ୍ମିଥ ୩୮ ରନ୍‌ କରି ଜାଦେଜାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଓପନର ଉସମାନ ଖ୍ବାଜା କ୍ରିଜରେ ଲଢୁଆ ବ୍ୟାଟିଂ ଜାରିରଖି ଶତକ ହାସଲ କରିଥିଲେ। ସେହିପରି କାମରୁନ ଗ୍ରୀନ ମଧ୍ୟ ଶତକ ପୂରଣ କରିଥିଲେ । ଖ୍ବାଜା ୧୮୦ ରନ୍‌ କରିଥିବା ବେଳେ ଗ୍ରୀନ ୧୧୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଅନ୍ୟପକ୍ଷେ ଟଡ ମର୍ଫି ୪୧ ରନ୍‌ କରିଥିବା ବେଳେ ନାଥନ ଲିଅନ ୩୪ ରନ୍‌ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଭାରତ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ସୁବମାନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ଦୁହେଁ ଭଲ ଷ୍ଟାଟ ଦେଇ ୧୦ ଓଭର ଖେଳି ୩୬ ରନ୍‌ କରିଛନ୍ତି। ରୋହିତ ୩୩ ବଲରେ ୧୭ ରନ୍‌ କରିଥିବା ବେଳେ ସୁବମାନ ୧୮ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।

Share