Posted inଖେଳ

ଡବ୍ଲ୍ୟୁବିଏ ଟାଇଟଲ ବଜାୟ ରଖିଲେ ଡେଭିସ୍‌

ଓ୍ବାଶିଂଟନ, ୯ା୧ (ଏପି): ଗର୍ଭୋଣ୍ଟା ଡେଭିସ୍‌ ତାଙ୍କ ଡବ୍ଲ୍ୟୁବିଏ ଓ୍ବାଲର୍‌ଡ ଲାଇଟ୍‌ଓ୍ବେଟ୍‌ ଟାଇଟଲ ବଜାୟ ରଖିଛନ୍ତି। ରବିବାର ସକାଳେ ୮ ରାଉଣ୍ଡ ଲଢେଇ ପରେ ଟେକ୍‌ନିକାଲ ନକ୍‌ଆଉଟ୍‌ରେ ସେ ହେକ୍ଟର ଲୁଇସ୍‌ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଗାର୍ସିଆଙ୍କର ୧୭ତମ ମୁକାବିଲାରେ ଏହା ପ୍ରଥମ ପରାଜୟ। ଆରମ୍ଭରେ ଗାର୍ସିଆ କଡ଼ା ଟକ୍କର ଦେଇଥିଲେ ହେଁ ୯ ରାଉଣ୍ଡ ବିଶିଷ୍ଟ ଲଢେଇ ଜିତିପାରି ନ ଥିଲେ।

ମୁକାବିଲାର ପ୍ରଥମ କେତୋଟି ରାଉଣ୍ଡରେ ଡେଭିସଙ୍କ ପ୍ରଦର୍ଶନ ମନ୍ଥର ରହିଥିଲା। ଏହି ସମୟରେ ସେ ଅଳ୍ପ କେତୋଟି ପଞ୍ଚ ମାରିଥିଲେ। ମାତ୍ର ଚତୁର୍ଥ ରାଉଣ୍ଡରେ ସେ ତାଙ୍କ ଆକ୍ରମଣକୁ ତୀବ୍ରତର କରିଥିଲେ। ଏହା ଦେଖିବା ଲାଗି ସମର୍ଥକମାନେ ଛିଡ଼ା ହୋଇ ପଡ଼ିଥିଲେ।

୮ମ ରାଉଣ୍ଡ ଲଢେଇ ମଧ୍ୟଭାଗରେ ରିଙ୍ଗ୍‌ ସାଇଡ୍‌ ଷ୍ଟାଣ୍ଡରେ ବିଶୃଙ୍ଖଳା ଦେଖାଯାଇଥିଲା। ଏହାଦ୍ୱାରା ଡେଭିସ୍‌ ଓ ଗାର୍ସିଆ ବିଚଳିତ ହୋଇପଡ଼ିଥିଲେ। ଫଳରେ ଲଢ଼େଇକୁ କିଛି ସମୟ ସ୍ଥଗିତ ରଖିବାକୁ ହୋଇଥିଲା। ମ୍ୟାଚ ଶେଷ ବେଲ୍‌ ବାଜିବା ପର୍ଯ୍ୟନ୍ତ ଡେଭିସ୍‌ ଯଥେଷ୍ଟ ପଞ୍ଚ ମାରିସାରିଥିଲେ। ତାଙ୍କର ବିଜୟ ଓ ପରାଜୟ ରେକର୍ଡ ବର୍ତ୍ତମାନ ୨୮-୦ରେ ପହଞ୍ଚତ୍ଛି। ତନ୍ମଧ୍ୟରେ ତାଙ୍କର ୨୬ଟି ନକ୍‌ଆଉଟ । ବାଲଟିମୋର୍‌ରେ ଜନ୍ମ ଗ୍ରହଣ କରିଥିବା ଏହି ବକ୍ସର ସହରରେ ଦ୍ୱିତୀୟ ଲଢେଇ ଏପ୍ରିଲରେ ର଼୍ୟାନ ଗାର୍ସିଆଙ୍କ ସହ ହେବ। ବର୍ଷର ଏହା ଅନ୍ୟତମ ଶ୍ରେଷ୍ଠ ଲଢେଇ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri