Posted inଖେଳ

ନୂଆବର୍ଷରେ ପ୍ରଶଂସକଙ୍କୁ ଦୁଃଖିତ କଲେ ଡେଭିଡ ଓ୍ବାର୍ନର: ଏକଦିବସୀୟରୁ ଅବସର ଘୋଷଣା କଲେ…

ମେଲବୋର୍ନ,୧।୧ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ନର ନୂଆ ବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।
ପୂର୍ବରୁ ଡେଭିଡ ୱାର୍ନର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। ବର୍ତ୍ତମାନ ସେ କହିଛନ୍ତି ଟେଷ୍ଟ ସହିତ ସେ ସେହି ଦିନ ଏକଦିବସୀୟରୁ ଅବସର ନେବେ।
ୱାର୍ନର କହିଛନ୍ତି ଚଳିତ ବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ ଜିତିବା ଏକ ବଡ ସଫଳତା ଏବଂ ଏହା ସେ ପୂର୍ବରୁ ଭାବିଥିଲେ। ସୋମବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ନିଶ୍ଚିତ ଭାବେ ଏକଦିବସୀୟ କ୍ରିକେଟରୁ ଅବସର ନେଉଛି। ୱାର୍ନର ଦୁଇଥର ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଛନ୍ତି। ୨୦୧୫ ମସିହାରେ ସେ ମେଲବୋର୍ନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ମାଇକେଲ କ୍ଲାର୍କଙ୍କ ଅଧିନାୟକତ୍ୱରେ ୱାର୍ନର ଦଳର ସଦସ୍ୟ ଥିଲେ।

ୱାର୍ନର କହିଛନ୍ତି ଯେ ସେ ବିଶ୍ୱର ଅନ୍ୟ ଲିଗରେ ଖେଳିବାକୁ ଚାହୁଁଛନ୍ତି। ତାଙ୍କର ଅବସର ଦେଶର ଏକଦିବସୀୟ ଦଳକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଅଷ୍ଟ୍ରେଲୀୟ ଓପନର୍‌ ଏହା ମଧ୍ୟ କହିଛନ୍ତି ଯଦି ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲ ଖେଳ ଜାରି ରଖନ୍ତି ଏବଂ ଦଳ ତାଙ୍କୁ ଆବଶ୍ୟକ କରନ୍ତି, ତେବେ ସେ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ପାଇଁ ଉପଲବ୍ଧ ହେବେ।

ୱାର୍ନର ମଧ୍ୟ ଦୁଇଥର ବିଶ୍ୱକପ ବିଜେତା। ତାଙ୍କ ଦଳ ୨୦୧୫ ରେ ଘରୋଇ ପଡିଆରେ ଏବଂ ପୁନର୍ବାର ୨୦୨୩ ରେ ଭାରତରେ ଟାଇଟଲ ଜିତିଥିଲା। ସେ ୨୦୧୫ ବିଶ୍ୱକପର ଆଠ ଇନିଂସରେ ହାରାହାରି ୪୯.୨୮ ଏବଂ ଷ୍ଟ୍ରାଇକ ହାର ୧୨୦.୨୦ ରେ ୩୪୫ ରନ ସଂଗ୍ରହ କରିଥିଲେ । ସେ ଏକ ଶତକ ହାସଲ କରିଥିଲେ। ସେ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ୨୦୨୩ ବିଶ୍ୱକକରେ ସେ ୧୧ ଟି ମ୍ୟାଚରେ ହାରାହାରି ୪୮.୬୩ ଏବଂ ଷ୍ଟ୍ରାଇକ ହାର ୧୦୮.୨୯ରେ ୫୩୫ ରନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେ ବିଶ୍ୱକପରେ ଦୁଇଟି ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri