୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍‌ଶେଦପୁର ଅଞ୍ଚଳରେ ଚହଳ ପକାଇ ଦେଇଛି। ୭ ବର୍ଷ ଧରି ହଜିଯାଇ ମୟୂରଭଞ୍ଜ ଜିଲା ଶିଶୁ ଯନତ୍ ଅନୁଷ୍ଠାନରେ ପାଠ ପଢୁଥିବା ବେବି ଏବେ ମା’ କୋଳକୁ ଫେରିଛନ୍ତିି। ପରିବାର ଲୋକେ ଝିଅକୁ ପାଇ ଆନନ୍ଦରେ ଆମତ୍ବିଭୋର ହୋଇପଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ଜିଲା ପ୍ରଶାସନର ପ୍ରୟାସକୁ ନେଇ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

ପ୍ରକାଶ ଯେ, ୨୦୧୮ରେ ମୟୂରଭଞ୍ଜ ଜିଲା ଝରାଡ଼ିହୀ ପୋଲିସ ଏକ ଝିଅକୁ ଉଦ୍ଧାର କରି ଚାଇଲ୍ଡଲାଇନ ସବ୍‌ ସେଣ୍ଟରକୁ ହସ୍ତାନ୍ତର କରିଥିଲା। ଚାଇଲ୍ଡଲାଇନ ପକ୍ଷରୁ ଝିଅଟିକୁ ମୟୂରଭଞ୍ଜ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ବାରିପଦାର ଏକ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା। ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇ ପଢ଼ିବାର ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିବା ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇ ଠିକଣା ସମ୍ପର୍କରେ ବୁଝିବାକୁ ଚେଷ୍ଟା କରାଯାଇଥିଲା। ତେବେ କିଛିଦିନ ପୂର୍ବରୁ ସେ ନିଜ ଅଞ୍ଚଳକୁ ନେଇଗଲେ ଘର ପରିବାରକୁ ଦେଖାଇପାରିବେ ବୋଲି କହିଥିଲେ। ଏହାକୁ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଶିଶୁ ମଙ୍ଗଳ ସମିତିର ସୁରକ୍ଷା ଅଧିକାରୀ ମଧୁସୂଦନ ରଥ ଓ ଚାଇଲ୍ଡ ହେଲ୍ପଲାଇନ୍‌ର ପରାମର୍ଶଦାତ୍ରୀ ରଶ୍ମିତା ପାଣି ତତ୍ପର ହୋଇ ଗତ ଗୁରୁବାର ବେବିକୁ ସାଙ୍ଗରେ ଧରି ତାଙ୍କ ଗ୍ରାମ ଅଭିମୁଖେ ବାହାରିଥିଲେ। ସୂଚନାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଜାମଶେଦପୁର ସହରରେ ପହଞ୍ଚତ୍ ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ। ମାତ୍ର କୌଣସି ଠିକ୍‌ ଠିକଣା ନ ପାଇବାରୁ ଅଧିକାରୀମାନେ ନିରାଶ ହୋଇଥିଲେ। ନୂଆଘର, ନୂଆରାସ୍ତା ଦେଖି ବେବି ବାଟବଣା ହୋଇଯାଇଥିଲେ। ସେ କହୁଥିବା ସଙ୍କେତକୁ ଆଧାର କରି ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି ଠିକ୍‌ ସୂଚନା ଦେଇପାରି ନ ଥିଲେ। ପ୍ରଥମେ ତାଙ୍କ ବଡଭାଇ କାମ କରୁଥିବା ସ୍ଥାନର ସନ୍ଧାନ ମିଳିବା ପରେ ସମ୍ପୂର୍ଣ୍ଣ ଠିକଣା ପାଇଥିଲେ। ପରେ ବେବିକୁ ଧରି ତାଙ୍କ ଘରେ ପହଞ୍ଚତ୍ବା ପରେ ମାଆକୁ ଦେଖି ସେ ଆମତ୍ହରା ହୋଇପଡ଼ିଥିଲେ। ମା’ ମଧ୍ୟ ଏତେ ବର୍ଷ ପରେ ଝିଅକୁ ପାଇ ଖୁସିରେ ଆମତ୍ବିଭୋର ହୋଇପଡ଼ିଥିଲେ। ଏତେଦିନ ପରେ ହଜିଥିବା ଶିଶୁ ପରିବାରକୁ ଫେରିପାଇଥିବାରୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ। ମାଆ କୋଳକୁ ବେବି ଫେରିଥିବାରୁ ଜିଲାପାଳ ହେମକାନ୍ତ ସୟ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri