ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ବାପାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସତ୍କାର କରିବାକୁ କେହି ଗ୍ରାମବାସୀ ଆସିଲେନି। ଏପରି ଦୁଃଖଦ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକର ଅଳସୁ ଗ୍ରାମର ବନ୍ଧସାହିରେ।

ଖବରରୁ ଜଣାପଡିଛି, ଗ୍ରାମର ଗୋବିନ୍ଦ ବାରିକ (୫୬) ପରିବାର ସହ ଦୀର୍ଘବର୍ଷ ଧରି ବନ୍ଧସାହିରେ ବସବାସ କରୁଥିଲେ। ତାଙ୍କର ଏକମାତ୍ର ଝିଅ ରଶ୍ମିତା ବାରିକ ୧୧ ବର୍ଷ ତଳେ ଅନ୍ୟଜାତିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ସେହିଦିନଠାରୁ ଗୋବିନ୍ଦଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିଥିଲେ ଗ୍ରାମବାସୀ। ସେ ଗ୍ରାମରେ ସମସ୍ତଙ୍କ ସହ ମିଳିମିଶି ଚଳିବା ପାଇଁ ଅନେକ ଥର ଚେଷ୍ଟା କରି ବିଫଳ ହେଇଥିଲେ। ସ୍ବାସ୍ଥ୍ୟଗତ ଅସୁସ୍ଥତା ହେତୁ ଗୁରୁବାର ଭୋର ୫ଟାରେ ଗୋବିନ୍ଦ ନିଜ ବାସଭବନରେ ମୃତ୍ୟୁବରଣ କରିଥିଲେ। ନିକଟରେ କେବଳ ସ୍ତ୍ରୀ କୁନି ବାରିକ (୪୪) ଓ ରଶ୍ମିତା ରହି କୋହଭରା କଣ୍ଠରେ କାନ୍ଦୁଥିଲେ ମଧ୍ୟ ଗ୍ରାମବାସୀ ଓ କୁଳ ସମାଜ ପାଖ ମାଡି ନ ଥିଲେ। ମୃତଦେହ ସତ୍କାର ପାଇଁ ଦୀର୍ଘ ୯ ଘଣ୍ଟା ଧରି ଘରେ ପଡିରହିଥିଲା। ଅଳସୁ ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ସେଠୀ ଓ ତାଙ୍କ ସ୍ବାମୀ ମନୋଜ ସେଠୀ ଗୋବିନ୍ଦଙ୍କ ଘର ନିକଟରେ ପହଞ୍ଚତ୍ ଉପସ୍ଥିତ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବଲ ଟ୍ରଷ୍ଟକୁ ମୃତଦେହ ସତ୍କାର ପାଇଁ ସହଯୋଗ ଲୋଡ଼ିଥିଲେ। ସନ୍ତୋଷ ଦଳବେହେରା, ହାଡ଼ିଆ ପ୍ରଧାନ, ନାରାୟଣ ପ୍ରଧାନ, ତାରିଣୀ ସେଠୀ, ସୁଶାନ୍ତ ପ୍ରଧାନ, ରଞ୍ଜିତ ନାୟକ, ନାରାୟଣ ସାହୁ, ନୀର ସାହୁ, କାହ୍ନୁ ପ୍ରଧାନ, ମହେଶ୍ୱର ସାହୁ ପହଞ୍ଚତ୍ ଗ୍ରାମ ଶ୍ମଶାନରେ ମୃତଦେହ ସତ୍କାର କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri