କାଠଫାଳିଆ ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ : ଅଭିଯୁକ୍ତା ବୋହୂ କୋର୍ଟ ଚାଲାଣ

ଆସିକା,୨୦ା୬(ଡି.ଏନ୍‌.ଏ.): ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗ୍ରାମରେ ଶନିବାର ରାତିରେ ବୋହୂଙ୍କ କାଠଫାଳିଆ ମାଡ଼ରେ ଶ୍ୱଶୁର ସୀମାଞ୍ଚଳ ନାୟକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ରବିବାର ଅଭିଯୁକ୍ତା ବୋହୂ ସୁଲୋଚନା ନାୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା। ସୋମବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସୁଲୋଚନାଙ୍କ ସ୍ବାମୀ ସୂର୍ଯ୍ୟ ନାୟକ ସୁରଟରେ ରହି କାମ କରୁଛନ୍ତି। ତାଙ୍କ ପରିବାରରେ ଆଉ କେହି ଦେଖାଶୁଣା ଲାଗି ନ ଥିବାରୁ ଅଭିଯୁକ୍ତାଙ୍କ ସହ ତାଙ୍କ ଶିଶୁ କନ୍ୟାଙ୍କୁ ମଧ୍ୟ ପଠାଯାଇଛି। ପାରିବାରିକ ଅଶାନ୍ତିରୁ ଶ୍ୱଶୁରଙ୍କୁ ପିଟିଥିବା ସୁଲୋଚନା ବୟାନ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।