ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ବଢ଼ିଛି। ପୂର୍ବରୁ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଦତ୍ତେଶ୍ୱରଙ୍କ ନାଁ ନେଇଥିଲେ। ଲଗାତର ଦ୍ବିତୀୟ ଦିନରେ ନବୀନ ନିବାସରେ ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।

ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି। ଏସ୍‌ସିବି ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ଦତ୍ତେଶ୍ୱର। ସେ ଏସ୍‌ସିପି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଥିଲେ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠାରେ ତାଙ୍କର ଅବଦାନ ବହୁତ ରହିଛି।

ସୂଚନା ଥାଉକି, ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଯେହେତୁ ୪ର୍ଥ ରାଜ୍ୟ ସଭା ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନାହିଁ, ସେଥିପାଇଁ ଏ ବିଷୟ ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଉଷ୍ମକରି ରଖିଛି। ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଯେହେତୁ ନାମାଙ୍କନ ଦାଖଲର ସମୟ ଧାର୍ଯ୍ୟ କରାଯାଇଛି, ସେଥିଲାଗି ସେଦିନ ଯାଏ ଏହି କଥା ସବୁଠି ଆଲୋଚନା ହେବା ସ୍ବାଭାବିକ। ବିଜେଡିର ଆଭିମୁଖ୍ୟ ୪ର୍ଥ ଆସନକୁ ନେଇ କ’ଣ ହେବ, ତାହା ବିଶେଷ ଆଲୋଚନା ଚାଲିଛି। କାରଣ ବିଜେଡିର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସମର୍ଥନ ନ ମିଳିଲେ ଶାସକ ଦଳ ପାଇଁ ୪ର୍ଥ ଆସନ ନେବା ସହଜ ବ୍ୟାପାର ହେବ ନାହିଁ, ଏକଥା ଗଣିତ ସୂଚାଉଛି। ସମସ୍ତଙ୍କ ନଜର ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ ଉପରେ ରହିଥିଲା। ସେଠାରେ କ’ଣ ନିଷ୍ପତ୍ତି ହେଲା ସେକଥା ‘ଧରିତ୍ରୀ’ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ‘ପିଏସି କାହିଁକି’ ଶୀର୍ଷକରେ ଉଲ୍ଲେଖ କରାଯାଇଛି। ଏହାପରେ ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କ ପାଇଁ ନବୀନ ନିବାସରେ ଏକ ବୈଠକ ଡାକିଥିଲେ। ରାଜ୍ୟ ସଭା ନିର୍ବାଚନ ପାଇଁ କୁଆଡ଼େ ସବୁ ବିଧାୟକଙ୍କ ଦସ୍ତଖତ ନେବା ଲାଗି ଏହି ବୈଠକ ଡକାଯାଇଥିବା ଅନେକ ବରିଷ୍ଠ ଏବଂ ଯୁବନେତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ବୈଠକରେ ବିଧାୟକଙ୍କ ସଂଖ୍ୟା ଦେଖିବାପରେ ଦସ୍ତଖତ ଅଭିଯାନକୁ କେବଳ ଚା ଏବଂ ଜଳଖିଆରେ ସୀମିତ ରଖାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ

ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ…

ରାଜ୍ୟ ସଭା ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୮ା୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨…

ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, କାନ୍ଦଶୁଣି ଆଶାକର୍ମୀ କଲେ ଏମିତି କାମ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ। ମୟୂରଭଞ୍ଜ…

ହୋଲିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା! ସତର୍କ ସୂଚନା ଜାରି କଲା ଆଇଏମଡି

ନୂଆଦିଲ୍ଲୀ,୨୮।୨: ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ଅନେକ ରାଜ୍ୟର ଲୋକମାନେ ଗରମ ଅନୁଭବ କରିବେ। ଏହି ସମୟରେ,…

ଏହି କାରଣରୁ ଇମୋଶନାଲ୍‌ ହୋଇପଡ଼ିଲେ ୟାମି ଗୌତମ

ଅଭିନେତା ରଣବୀର ସିଂ ଷ୍ଟାରର୍‌ ଫିଲ୍ମ ‘ଧୂରନ୍ଧର’ ବକ୍ସ ଅଫିସରେ ଧମାକା କରିଥିଲା। ସାରା ବିଶ୍ୱରେ ୧୩ ବିଲିୟନରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମର ସିକ୍ୱେଲର…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଅପରେସନ ସିନ୍ଦୂର ପାର୍ଟ-୨ରେ ଥରିଲା ପାକିସ୍ତାନ, ପୋଖରାନରେ ଭାରତୀୟ ବାୟୁସେନା କଲା…

ନୂଆଦିଲ୍ଲୀ,୨୮।୨: ଅପରେସନ ସିନ୍ଦୂରର ସଫଳତା ପରେ, ଭାରତୀୟ ବାୟୁସେନା ଏହାର ସବୁଠାରୁ ଶକ୍ତିଶାଳୀ ଫାୟାରିଂ ଡ୍ରିଲର ମୋଟ ୨୭୭ଟି ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହାର ସଠିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri