Categories: ଫୁରସତ

ଶେହନାଜଙ୍କ ସହ ଡେଟିଂ ଗୁଜବ

ମୁମ୍ବାଇ: ଅଭିନେତା, ଆଙ୍କର ତଥା ଡ୍ୟାନ୍ସର ରାଘବ ଜୁଏଲ ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଡେଟିଂ କରୁଥିବା ନେଇ କିଛି ସମୟ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହାକୁ ନେଇ ରାଘବ ମୁହଁ ଖୋଲିଛନ୍ତି। ସେ ଏହି ଡେଟିଂ ଖବରକୁ ଗୁଜବ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ସେମାନେ କେବଳ ଭଲ ସାଙ୍ଗ। ଏହି ଖବରରେ କୌଣସି ସତ୍ୟତା ନାହିଁ। ସେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନଙ୍କ ଭଳି ସିଙ୍ଗଲ ଅଛନ୍ତି ବୋଲି କହିଛନ୍ତି। ସଲମାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ରେ ରାଘବ ଏବଂ ଶେହନାଜଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ସିନେମାର ଶୁଟିଂ ଆରମ୍ଭ ହେବାବେଳୁ ସେମାନଙ୍କ ମିଳାମିଶା ବଢିବା ଦୁହେଁ ଏକାଠି ବୁଲାବୁଲି କରୁଛନ୍ତି। ଯେଉଁଥିପାଇଁ ଏପରି ଏକ ଗୁଜବ ଖବର ଶୁଣିବାକୁ ମିଳୁଛି। ଶେହନାଜ ବିଗ୍‌ବସ୍‌- ୧୩ର ଫେମ୍‌। ସେଥିପାଇଁ ଲୋକେ ତାଙ୍କ ସହ ମିଶିବାକୁ ପସନ୍ଦ କରନ୍ତି। ରାଘବ ମଧ୍ୟ ତାଙ୍କୁ ଭଲ ସାଙ୍ଗ ହିସାବରେ ବେଶ ପସନ୍ତ କରୁଥିବା କହିଛନ୍ତି।

Share