Posted inଫୁରସତ

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ ସହ ଦୀର୍ଘ ୮ ବର୍ଷ ଧରି ରିଲେଶନ୍‌ଶିପରେ ଅଛନ୍ତି ବୋଲି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ରେ ସୂଚନା ଦେଇଛନ୍ତି। ବାପାଙ୍କର ବନ୍ଧୁ ହୋଇଥିବାରୁ ସେ ପିଲାଦିନେ ତାଙ୍କ ପାର୍ଟନରଙ୍କୁ ଅଙ୍କଲ ଡାକୁଥିବା ମେଗାନ କହିଛନ୍ତି। ସେ ୧୮ ବର୍ଷ ବୟସର ହୋଇଥିବାବେଳେ ପ୍ରଥମଥର ପାଇଁ ତାଙ୍କ ବୟୋଜ୍ୟେଷ୍ଠ ପାର୍ଟନରଙ୍କ ସହ ଡେଟ୍‌ କରିଥିଲେ। ଏବେ ତାଙ୍କ ବୟସ ୨୬ ଥିବାବେଳେ ତାଙ୍କ ପାର୍ଟନରଙ୍କ ବୟସ ୫୨ ହୋଇଥିବା ମେଗାନ କହିଛନ୍ତି। ସେ ଟିକ୍‌ଟକ୍‌ରେ ନିଜ ପାର୍ଟନରଙ୍କ ସହ ଏକାଠି କିଛି ଭିଡିଓ ମଧ୍ୟ ଶେୟାର କରିଛନ୍ତି। ତେବେ ନିଜଠାରୁ ୨ ଗୁଣା ବୟସରେ ବଡ଼ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିଥିବାରୁ ଅନେକ ୟୁଜର୍ସ ମେଗାନଙ୍କୁ ସମାଲୋଚନା କରିଛନ୍ତି। ଏନେଇ ମେଗାନ କୁହନ୍ତି, ସେ ସାବାଳିକା ହେବା ପରେ ହିଁ ଏହି ସମ୍ପର୍କ ସ୍ଥାପନ କରିଥିଲେ। ଉଭୟଙ୍କ ସହମତି ଥିବାରୁ ଏପରି ସମ୍ପର୍କରେ କୌଣସି ଅସୁବିଧା ନାହିଁ। ଏହି ସମ୍ପର୍କରେ ବୟସ କେବେ ବି ବାଧକ ସାଜିନାହିଁ ବୋଲି ମେଗାନ କହିଛନ୍ତି। ସେମାନେ ଏକସଙ୍ଗେ ସର୍ବସାଧାରଣ ସ୍ଥାନରେ ବୁଲିବା ସମୟରେ ଲୋକମାନେ ତାଙ୍କୁ ବେଳେବେଳେ ବାପା ଓ ଝିଅ ବୋଲି ଭାବି ନେଇଥାନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥିବା ମେଗାନ କହିଛନ୍ତି। ଆଗକୁ ସେ ତାଙ୍କ ବୟୋଜ୍ୟେଷ୍ଠ ପାର୍ଟନରଙ୍କ ସହ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ମେଗାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri